ଅନ୍ତର୍ଜାତୀୟ

ଇଟାଲୀରେ କରୋନା ଆତଙ୍କ: ଗୋଟିଏ ଦିନରେ ୪୯ମୃତ

ରୋମ,୭।୩: ସାରା ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ଏଥିଯୋଗୁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଇଟାଲିରେ ଶୁକବ୍ରାର ୪୯ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତ ଜନିତ ମୃତ୍ୟୁସଂଖ୍ୟା…

ଲୌହ ଗ୍ରହାଣୁ ପିଣ୍ଡର ମିଳିଲା ସନ୍ଧାନ: ବିକ୍ରି କଲେ ପୃଥିବୀର ପ୍ରତି ଲୋକଙ୍କୁ ମିଳିବ ୯ ହଜାର କୋଟିରୁ ଅଧିକ ଟଙ୍କା

ଓ୍ବାଶିଂଟନ,୭।୩: ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏକ ବୃହତ୍‌ ଲୌହ ଗ୍ରହାଣୁ ପିଣ୍ଡର ସନ୍ଧାନ କରାଯାଇଛି। ସମ୍ପୂର୍ଣ୍ଣ ଭାବେ ଲୁହାରେ ଭରପୁର ଥିବା ୧୬-ସାଇକି ନାମକ ଏହି ଗ୍ରହାଣୁ ପିଣ୍ଡ ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ଘୁରିବୁଲୁଛି। ଏଥିରେ ଥିବା…

୨୩ ବର୍ଷ ପରେ ପେଶାଓ୍ବର ମସଜିଦ୍‌ରେ ଇଦ୍‌ ନମାଜ ପଢ଼ିବେ ମହିଳା

ଇସଲାମାବାଦ୍‌,୭।୩: ପାକିସ୍ତାନର ପେଶାଓ୍ବରଠାରେ ଥିବା ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ନେଇ ଜାରି ହୋଇଥିବା କଟକଣା ହଟାଇ ନିଆଯାଇଛି। ଏହାଦ୍ୱାରା ୨୩ ବର୍ଷ ପରେ ମହିଳାମାନେ ଏଠାରେ ଇଦ ନମାଜ ପଢ଼ିବାର ସୁଯୋଗ ପାଇପାରିବେ। ପୂର୍ବରୁ ଏଠାରେ ମହିଳାମାନେ ନମାଜ ପାଠକରୁଥିଲେ। ଆତଙ୍କବାଦୀ…

ଶହେ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଇନ୍ଦିରା ଗାନ୍ଧୀ, ଅମୃତ କୌର

ଓ୍ବାଶିଂଟନ,୭।୩: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ସ୍ବାଧିନତା ସଂଗ୍ରାମୀ ଅମୃତ କୌରଙ୍କୁ ଟାଇମ୍‌ ମାଗାଜିିନର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସାମିଲ କରାଯାଇଛି। ଟାଇମ୍‌ ମାଗାଜିନ୍‌ ଦ୍ୱାରା ୧୯୪୭ ଓ ୧୯୭୬ ପାଇଁ କ୍ରମଶଃ ଅମୃତ କୌର ଓ ଇନ୍ଦିରା…

୧୦୦ତମ ଜନ୍ମ ଦିନରେ ଜେଲ୍‌ ଗଲେ ବୃଦ୍ଧା

ଓ୍ବାଶିଂଟନ,୭।୩: ନିଜ ଜନ୍ମ ଦିନକୁ କିଛି ନିଆରା ଢ଼ଙ୍ଗରେ ପାଳନ କରିବା ପାଇଁ ପ୍ରତିଟି ବ୍ୟକ୍ତି ଚିନ୍ତା କରିଥାନ୍ତି। ତେବେ ଜନ୍ମ ଦିନରେ ଜେଲ ଯିବାର ଅନୁଭୁତି ପାଇବା ଲାଗି କେହି ଇଛା କରିଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ମାତ୍ର…

ପାକ୍‌ରେ କୋଠା ଭୁଶୁଡ଼ି ୧୮ ମୃତ

କରାଚୀ,୭ା୩(ପି.ଟି.): ପାକିସ୍ତାନର କରାଚୀରେ ଶୁକ୍ରବାର ଏକ ୩ ମହଲା କୋଠା ଭୁଶୁଡ଼ି ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ। ଗୁଲ୍‌ବହାର ଅଞ୍ଚଳର ୮୦ ବର୍ଗ ୟାର୍ଡ ଜମି ଉପରେ ଥିବା ଏହି କୋଠା ବେଆଇନ…

ଶ୍ରଦ୍ଧାଞ୍ଜଳି ସଭାରେ ଆକ୍ରମଣ

କାବୁଲ,୭ା୩(ଏ.ଏଫ୍‌.ପି.): ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ରାଜନୈତିକ ସଭା ଚାଲିଥିବାବେଳେ ଆକ୍ରମଣ ହୋଇଛି। ଏଥିରେ ଅନୂ୍ୟନ ୨୯ ଜଣ ନିହତ ଓ ୩୦ ଆହତ ହୋଇଛନ୍ତି। ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଲାଙ୍କୁ ଟାର୍ଗେଟ କରି ଏହି ଗୁଳିକାଣ୍ଡ ଘଟାଯାଇଲା। ତେବେ…

ଲକ୍ଷେ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ବ୍ୟାଙ୍କକ୍‌,୭ା୩: ନୋଭେଲ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ରୋଗୀସଂଖ୍ୟା ଶୁକ୍ରବାର ଲକ୍ଷେ ଟପିଛି। ଏହାକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓ୍ବାଲ୍‌ଷ୍ଟ୍ରିଟ୍‌ରେ କାରବାର ମାନ୍ଦା ହେବା ସହିତ ଏସିଆ ଓ ୟୁରୋପୀୟ ଶେୟାର ବଜାର…

କେମିକାଲ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍‌: ୧୦୦ରୁ ଊର୍ଦ୍ଧ୍ୱ ଆହତ

କରାଚି,୬।୩: ପାକିସ୍ତାନ କରାଚିର ପୋର୍ଟ କ୍ୱାସିମ ଅଞ୍ଚଳରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର କ୍ଲୋରିନ୍‌ ଗ୍ୟାସ ଲିକ୍‌ ହେବା ଫଳରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଅଣନିଶ୍ୱାସି ହୋଇ ଆହତ ହୋଇଥିବା ଜଣାପଡିଛି। ଏମାନଙ୍କୁ ତୁରନ୍ତ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ…

କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଇରାନରେ ଶୁକ୍ରବାର ପ୍ରାର୍ଥନା ବାତିଲ୍‌: ଇଟାଲିରେ ଦର୍ଶକଙ୍କୁ ଷ୍ଟାଡିୟମ୍‌ ଯିବା ମନା

ତେହରାନ,୬।୩: କରୋନା ଭାଇରସ୍‌ ଏବେ ମହମାରୀର ରୂପ ନେଇଥିବା ବେଳେ ବିଶ୍ୱର ଅଧିକାଂଶ ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି। ଏହାକୁ ନେଇ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏବେ ପର୍ଯ୍ୟନ୍ତ ଏହା ୮୧ ଦେଶକୁ ନିଜର ଶିକାର କରିସାରିଲାଣି।…

ଦୁବାଇରେ ଭାରତୀୟ ଛାତ୍ରୀଙ୍କୁ କରୋନା

ଦୁବାଇ,୬ା୩(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ କରୋନା ରୋଗୀସଂଖ୍ୟା ୨୮କୁ ବୃଦ୍ଧି ପାଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ଛାତ୍ରୀ ରହିଛନ୍ତି। ଦୁବାଇର ଭାରତୀୟ ସ୍କୁଲରେ ପଢ଼ୁଥିବା ୧୬ ବର୍ଷୀୟା ଛାତ୍ରୀ କରୋନା ସଂକ୍ରମିତ। ବିଦେଶ ଯାଇଥିବା ତାଙ୍କ ବାପାଙ୍କ ଠାରୁ…

ମୁଦ୍ରା ବ୍ୟବହାର କମାଇଲା ଇରାନ

ଦୁବାଇ,୬ା୩: ଇରାନରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସେଠାରେ କାଗଜ ମୁଦ୍ରା ବ୍ୟବହାର ଯଥା ସମ୍ଭବ କମାଇବା ପାଇଁ ସରକାର ଦେଶବାସୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଇରାନରେ ବିଭିନ୍ନ ସ୍ଥାନକୁ ଲୋକଙ୍କ ଯାତାୟାତ ହ୍ରାସ ଲାଗି ବିଭିନ୍ନ ଚେକ୍‌ ପଏଣ୍ଟରେ କର୍ମଚାରୀ ମୁତୟନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri