ଆମେରିକା ନିର୍ବାଚନ ପ୍ରଭାବିତ କରିବାକୁ ଚାଇନା, ରୁଷିଆ, ଇରାନର ଉଦ୍ୟମ

ଓ୍ବାଶିଂଟନ, ୯।୮(ଆଇଏଏନ୍‌ଏସ୍‌): ଆମେରିକାରେ ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଚାଇନା, ରୁଷିଆ ଓ ଇରାନ ଉଦ୍ୟମ ଚଳାଇଥିବା ଜଣାପଡିଛି। ଆମେରିକାର ଶୀର୍ଷ ଗୋଇନ୍ଦା ଅଧିକାରୀ ଏନେଇ ସତର୍କ କରିଦେଇଛନ୍ତି। ବିଦେଶୀ ରାଷ୍ଟ୍ରଗୁଡ଼ିକ ଭୋଟରମାନଙ୍କ ପସନ୍ଦକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି। ସେମାନେ ଆମେରିକା ନୀତିକୁ ବଦଳାଇବା ସହ ଦେଶରେ ବିବାଦ ବଢ଼ାଇବାକୁ ଚେଷ୍ଟା ଚଳାଇଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଆମେରିକାବାସୀଙ୍କ ଆସ୍ଥାକୁ ଦୁର୍ବଳ କରିଦେବା ସେମାନଙ୍କର ଉଦ୍ଦେଶ୍ୟ ବୋଲି ନ୍ୟାଶନାଲ କାଉଣ୍ଟର-ଇଣ୍ଟେଲିଜେନ୍ସ ଆଣ୍ଡ ସିକ୍ୟୁରିଟି ସେଣ୍ଟର (ଏନ୍‌ସିଏସ୍‌ସି)ର ମୁଖ୍ୟ ଓ୍ବିଲିୟମ ଏଭାନିନା କହିଛନ୍ତି। ତେବେ ଭୋଟ ପ୍ରକ୍ରିୟାରେ ହସ୍ତକ୍ଷେପ କରି ଫଳାଫଳକୁ ବଦଳାଇବା ସେମାନଙ୍କ ପାଇଁ କଷ୍ଟକର ହେବ। ଏଭାନିନାଙ୍କ ମତରେ ଡୋନାଲ୍ଡ ଟ୍ରମ୍ପ୍‌ ପୁନର୍ବାର ନିର୍ବାଚିତ ହୁଅନ୍ତୁ ଏହା ଚାଇନା ଚାହୁଁନାହିଁ। ଟ୍ରମ୍ପ୍‌ଙ୍କୁ ଜଣେ ଅପ୍ରତ୍ୟାଶିତ ନେତା ଭାବେ ବେଜିଂ ଦେଖୁଛି। ସେଥିପାଇଁ ଭୋଟକୁ ପ୍ରଭାବିତ କରିବା ଲାଗି ଚାଇନା ଉଦ୍ୟମ ଚଳାଇଛି। ଅନ୍ୟପକ୍ଷରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନଙ୍କୁ ବଦନାମ କରିବାକୁ ରୁଷିଆ ଚାହୁଁଥିବା ଏଭାନିନା କହିଛନ୍ତି। ଏହି କାର୍ଯ୍ୟରେ ରୁଷିଆ ସହିତ ଅନ୍ୟ କେତେକ ଦେଶ ମଧ୍ୟ ସାମିଲ ହୋଇଛନ୍ତି। ସେମାନେ ସୋସିଆଲ ମିଡିଆ ଓ ରୁଷିଆ ଟେଲିଭିଜନରେ ଟ୍ରମ୍ପ୍‌ଙ୍କ ପ୍ରାର୍ଥତ୍ତ୍ୱକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି। ଇରାନ ଅନ୍‌ଲାଇନରେ ଆମେରିକା ବିରୋଧୀ ପ୍ରଚାର ଚଳାଇଛି। ଭୋଟରଙ୍କ ମଧ୍ୟରେ ଭୁଲ୍‌ ସୂଚନା ପ୍ରସାର କରି ଆମେରିକାର ଗଣତନ୍ତ୍ର, ଟ୍ରମ୍ପଙ୍କୁ ଦୁର୍ବଳ କରିବାକୁ ଇରାନ ଉଦ୍ୟମ କରିବା ସହ ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟା ଚଳାଇଥିବା ଗୋଇନ୍ଦା ମୁଖ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri