କରୋନା ନେଇ ଭାରତ ସମେତ ୫ଦେଶ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌,୮।୮: ମହାମାରୀ କରୋନା ଭାଇରସ୍‌ ବିରୋଧରେ ସାମୂହିକ ଭାବେ ଲଢ଼ିବା ପାଇଁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପାମ୍ପିଓ ଅଷ୍ଟ୍ରେଲିଆ, ବ୍ରାଜିଲ, ଭାରତ, ଇସ୍ରାଏଲ୍‌ ଓ କୋରିଆର ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାର୍ଗନ ଅର୍ଟୋଗସ୍‌ ଏନେଇ ସୂଚନା ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଥିବା ଆଲୋଚନାରେ ମହାମାରୀ କରୋନା ସହ ମୁକାବିଲା ପାଇଁ ସବୁ ଦେଶ ଭିତରେ ସମନ୍ବୟ ରଖିବା ଜରୁରୀ ବୋଲି ପାମ୍ପିଓ ଉକ୍ତ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ କହିଛନ୍ତି। ଏଥିସହ ଦେଶରେ ଅର୍ଥନୀତିକୁ ପୁଣି ଥରେ ସୁଦୃଢ଼ କରିବା ସହ ମିଥ୍ୟା ଅପପ୍ରଚାର ବିରୋଧରେ ଅଭିଯାନ ଚଳାଇବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ଭବିଷ୍ୟତରେ ମହାମାରୀଗୁଡ଼ିକୁ ବ୍ୟାପିବାରୁ ରୋକିବା ପାଇଁ ସବୁ ଦେଶ ମଧ୍ୟରେ ସମନ୍ବିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି ଏହି ଆଲୋଚନାରେ ପାମ୍ପିଓ କହିଛନ୍ତି। ସୂଚନା ମୁତାବକ ମହାମାରୀ କରୋନାକୁ ନେଇ ନିୟମିତ ଭାବେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ପାମ୍ପିଓ ବାର୍ତ୍ତାଳାପ କରିଥାନ୍ତି। ଭାରତ ଓ ଆମେରିକା ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କର ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋତୁ ବଦଳିଲେ ବି ନଷ୍ଟ ହେବନି କରୋନା ଭୂତାଣୁ !

ଓ୍ବାଶିଂଟନ, ୨୩।୩: କରୋନା ମହାମାରୀ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ଏହା କିପରି ବ୍ୟାପୁଛି ସେ ନେଇ ବହୁ ଗୁଜବ ମଧ୍ୟ...

ଯୁଦ୍ଧ ବିମାନରେ ଦୋଳି ଖେଳୁଛନ୍ତି ତାଲିବାନ୍‌ ଫାଇଟର

କାବୁଲ,୧୧।୯: ଆମେରିକୀୟ ସେନା ଆଫଗାନିସ୍ତାନରୁ ଅନେକ ଯୁଦ୍ଧ ବିମାନ ଛାଡ଼ି ଚାଲି ଯାଇଛନ୍ତି। ଯୁଦ୍ଧ ବିମାନର ବ୍ୟବହାର ଜାଣି ନ ଥିବା ତାଲିବାନ୍‌ ଫାଇଟରମାନେ ଏହାକୁ...

ଏହି ଭାକ୍ସିନ୍‌ ନେଲେ ଆଉ ହେବନି କରୋନା…

ନୂଆଦିଲ୍ଳୀ,୨୫।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। ଦେଶରେ ସାର୍ବଜନୀକ କରୋନା...

୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦୁଇଟି ବଡ ଧରଣର ଗୁଳିକାଣ୍ଡ

ଓହିଓ,୪।୮: ଆମେରିକାର ଓହିଓରେ ହୋଇଥିବା ଦ୍ୱିତୀୟ ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି।...

ସିରିଆରେ ପେଟ୍ରୋଲ ଦାମ୍‌ରେ ୧୩୦ ପ୍ରତିଶତ ବୃଦ୍ଧି, ଲୋକେ ହସ୍ତସନ୍ତ…

ଦାମାସକସ୍‌, ୮।୮ : ଗତ ୧୧ ବର୍ଷଧରି ଯୁଦ୍ଧ ସଙ୍କଟ ଗ୍ରସ୍ତ ହୋଇଥିବା ସିରିଆରେ ଏବେ ଲୋକଙ୍କ ଉପରେ ସରକାର ପୁଣି ଏକ ବୋଝ ଲଦି...

ମାସ୍କ ନ ପିନ୍ଧିଲେ ଅଜବ ଦଣ୍ଡ; ହସ୍ପିଟାଲରେ କରିବାକୁ ପଡ଼ିବ ସ୍ବେଚ୍ଛାସେବୀ କାମ

ଗ୍ବାଲିଅର, ୬।୭- ମହାମାରୀ କରୋନା ସଂକ୍ରମଣରୁ ବଞ୍ଚତ୍ବା ଲାଗି ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନି ଚଳିବାକୁ ସରକାର ପରାମର୍ଶ ଦେଇଛନ୍ତି। କିନ୍ତୁ...

ରୁଷିଆ-ୟୁକ୍ରେନ୍‌ ସଂଘର୍ଷ ଚାପ ବଢ଼ାଇଛି

ପୂର୍ବରୁ କୋଭିଡ୍‌ ମହାମାରୀଜନିତ ପ୍ରଭାବରୁ ନିସ୍ତାର ମିଳି ନ ଥିବାବେଳେ ୨୦୨୨ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରଠୁ ବିଶ୍ୱବ୍ୟାପୀ ଯୋଗାଣ ଶୃଙ୍ଖଳ...

ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଲା: ୨୪ ଘଣ୍ଟାରେ ୩,୮୭୪ ମୃତ…

ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌...

Advertisement
Archives

Model This Week