ଇଥିଓପିଆ ହିଂସାରେ ୨୩୯ ମୃତ
ଆଡିସ୍ ଆବାବ୍,୯ା୭: ଇଥିଓପିଆରେ ସପ୍ତାହେ ହେଲା ହିଂସାତ୍ମକ ଆନ୍ଦୋଳନ ଜାରି ରହିଥିବାବେଳେ ଏଥିରେ ୨୩୯ ଜଣଙ୍କ ମୃତ୍ୟୁ ଘଟିଲାଣି। ୩,୫୦୦ ଲୋକ ଗିରଫ ହେଲେଣି। ଫଳରେ ଦେଶର ନୋବେଲ୍ ପୁରସ୍କାରପ୍ରାପ୍ତ ପ୍ରଧାନମନ୍ତ୍ରୀ ଅବି ଅହମଦ ଅଲିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି…
ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନା କଲେ କୁଳଭୂଷଣ ଯାଦବ
ଇସ୍ଲାମାବାଦ,୮।୭: ଭାରତର ଗୁପ୍ତଚର ଅଭିଯୋଗରେ ପାକିସ୍ତାନରେ ବନ୍ଦୀ ଥିବା ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନା କରିଦେଇଛନ୍ତି। ତେବେ କୁଳଭୂଷଣଙ୍କ ମାମଲାରେ ପାକିସ୍ତାନ ଭାରତକୁ ଦ୍ବିତୀୟ ଥର କନ୍ସୁଲାର୍ ଆକ୍ସେସ ଦେବାକୁ ପ୍ରସ୍ତାବ ଦେଇଛି।…
ଚାଇନାର ଧମକ: ଏହା ଆରମ୍ଭ ମାତ୍ର, ଆହୁରି କରୋନା କ୍ଷତି ସହିବ ବିଶ୍ୱ
ବେଜିଂ,୮।୭: ଆମେରିକାର ଚାପ ପଡିବା ସତ୍ତ୍ୱେ ଚାଇନା ସାରା ବିଶ୍ୱକୁ ପୁଣି ଧମକ ଦେଇଛନ୍ତି। କରୋନା ଯୋଗୁ ସାରା ବିଶ୍ୱ ଆହୁରି କ୍ଷତି ସହିବ ବୋଲି ଚାଇନା ପକ୍ଷରୁ କୁହାଯାଇଛି। ଚାଇନା ସରକାରଙ୍କ ନିୟନ୍ତ୍ରଣାଧୀନ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ମଙ୍ଗଳବାର ଲେଖାଯାଇଥିବା…
କରୋନା ବାୟୁରେ ବ୍ୟାପୁଛି: ପ୍ରମାଣକୁ ସ୍ବୀକାର କଲା ଡବ୍ଲ୍ୟୁଏଚ୍ଓ
ଜେନେଭା, ୮।୭: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଆଗାମୀ ଦିନରେ ଏହା ସଙ୍କଟ ସୃଷ୍ଟି କରିବା ନିଶ୍ଚିତ ହୋଇଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କରୋନା ବାୟୁରେ ବ୍ୟାପୁଥିବା ପ୍ରମାଣିକ ତଥ୍ୟକୁ ସ୍ବୀକାର କରାଯାଇଛି। ଫଳରେ ସାରା ପୃଥିବୀରେ…
ବ୍ରାଜିଲ ରାଷ୍ଟ୍ରପତିଙ୍କୁ କରୋନା
ସାଓ ପାଉଲୋ,୭।୭: ବ୍ରାଜିଲ ରାଷ୍ଟ୍ରପତି ଜୈର୍ ବୋଲ୍ସୋନାରୋ କରୋନା ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ପରୀକ୍ଷା ରିପୋର୍ଟରେ ତାଙ୍କର ପଜିଟିଭ୍ ଆସିଛି। ରବିବାର ତାଙ୍କୁ ସାମାନ୍ୟ ଜ୍ୱର ଆସିବା ପରେ ସେ କରୋନା ପରୀକ୍ଷା କରିଥିଲେ। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି।…
ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡ଼ା-ଶରୀର ଭାଇଙ୍କ ମୃତ୍ୟୁ
ଓ୍ବାଶିଂଟନ, ୭।୭- ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡ଼ା-ଶରୀର ଭାଇ ରୋନି ଓ ଡୋନି ଗେଲୟନ ଆଉ ନାହାନ୍ତି। ୬୮ ବର୍ଷ ବୟସରେ ଏହି ଯୋଡ଼ା-ଶରୀର ଭାଇଙ୍କ ପରଲୋକ ଘଟିଛି। ଓହିସ୍ଥିତ ଡେଟନ୍ ସହରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…
ହଂକଂ ବଜାରରୁ ଖୁବ୍ଶୀଘ୍ର ହଟିବ ଟିକ୍ଟକ୍
ହଂକଂ,୭।୭: ବିଶ୍ୱର କିଛି ଦେଶ ଟିକ୍ଟକ୍ ବ୍ୟାନ କରିବା ପରେ ଏବେ ହଂକଂ ବଜାରରୁ ଆପଣାଛାଏଁ ଟିକ୍ଟକ୍ ହଟିଯିବ ବୋଲି କହିଛି। ସୋମବାର ଟିକ୍ଟକ୍ର ପ୍ରବକ୍ତା ରଏଟର୍ସକୁ ଏହି ସୂଚନା ଦେଇଛନ୍ତି। ଚାଇନା ଦ୍ୱାରା ଲାଗୁ କରାଯାଇଥିବା ରାଷ୍ଟ୍ରୀୟ ସୁରକ୍ଷା ଆଇନ…
ଭାରତ ପରେ ଏବେ ଏହି ଦେଶରେ ଟିକ୍ଟକ୍ ସମେତ ୫୯ ଚାଇନା ଆପ୍ ଉପରେ ଲାଗିପାରେ ପ୍ରତିବନ୍ଧକ: ସଙ୍କେତ ଦେଲେ ବର୍ହିବ୍ୟାପାର ମନ୍ତ୍ରୀ
ଓ୍ବାଶିଂଟନ,୭।୭: ଭାରତ ସରକାରଙ୍କ ଦ୍ୱାରା ଟିକ୍ଟକ୍ ସହିତ ୫୯ଚାଇନା ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ସାରା ବିଶ୍ୱରେ ଚାଇନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଆମେରିକାର ବର୍ହିବ୍ୟାପାର ମନ୍ତ୍ରୀ ମାଇକ୍ ପୋମ୍ପିଓ ମଙ୍ଗଳବାର ଏନେଇ…
କରୋନା ପାଇଁ ପ୍ରଭାବିତ ହେଉଛି ଏଚ୍ଆଇଭି ଚିକିତ୍ସା
ଓ୍ବାଶିଂଟନ,୭।୭: ସାରା ବିଶ୍ୱରେ ୨୦୧୯ ଶେଷ ବେଳକୁ ପାଖାପାଖି ୩ କୋଟି ୮୦ ଲକ୍ଷ ଲୋକ ଏଚ୍ଆଇଭି(ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ) ଦ୍ୱାରା ସଂକ୍ରମିତ ହୋଇଥିଲେ। ସୋମବାର ଜାତିସଂଘ ପକ୍ଷରୁ ଜାରି କରାଯାଇଥିବା ଏକ ବାର୍ଷିକ ରିପୋର୍ଟରୁ ଏହା ଜଣାପଡିଛି। ରିପୋର୍ଟରେ ଏହା…
ପିଓକେରେ ଚାଇନା-ପାକିସ୍ତାନ ବିରୋଧରେ ପ୍ରଦର୍ଶନ
ଇସଲାମାବାଦ୍, ୭।୭: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ସ୍ଥିତି ଏବେ ଖରାପ ହେବାରେ ଲାଗିଛି। ସ୍ଥାନୀୟ ନୀଲମ୍ ଏବଂ ଝେଲମ୍ ନଦୀ ଉପରେ ଚାଇନା କମ୍ପାନୀ ଦ୍ୱାରା ନିର୍ମିତ ହେଉଥିବା ଜଳବିଦ୍ୟୁତ୍ ଯୋଜନାକୁ ଲୋକେ ବିରୋଧ କରିଛନ୍ତି। ଏନେଇ ପ୍ରଦର୍ଶନ ଜାରି ରହିଛି।…
୧୦ ଲକ୍ଷ ବିଦେଶୀ ଛାତ୍ରୀଛାତ୍ରଙ୍କୁ ଆମେରିକା ଛାଡ଼ିବାକୁ ନିର୍ଦ୍ଦେଶ
ଓ୍ବାଶିଂଟନ, ୭।୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇତିମଧ୍ୟରେ ଆମେରିକା ଛାଡ଼ିବାକୁ ୧୦ ଲକ୍ଷ ବିଦେଶୀ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ଲାଇନ୍ରେ କ୍ଲାସ୍ କରୁଥିବା ଛାତ୍ରୀଛାତ୍ର ଆମେରିକାରେ ନ…
ଚାଇନା ସହିତ ଲଢ଼େଇ ହେଲେ ଭାରତ ପଟେ ରହିବେ ଆମେରିକା ସୈନ୍ୟ
ଓ୍ବାଶିଂଟନ/ନୂଆଦିଲ୍ଲୀ, ୭।୭: ଭାରତ ଚାଇନା ମଧ୍ୟରେ ଉତ୍ତେଜନା କ୍ରମଶଃ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଚାଇନା ସହିତ ଲଢ଼େଇ ହେଲେ ଆମେରିକା ସୈନ୍ୟ ଭାରତ ପଟେ ରହିବ ବୋଲି ହ୍ବାଇଟ୍ ହାଉସ୍ ସଙ୍କେତ ଦେଇଛି। ଚାଇନା ମଧ୍ୟରେ ଯୁଦ୍ଧ ଲାଗିଲେ ଆମେରିକା ଭାରତ…
Archives


