କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏଠି ପୁଣିଥରେ ଲାଗୁ ହେବ ଲକ୍‌ଡାଉନ

ଜାକର୍ତ୍ତା,୧୪ ।୯: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆମେରିକା ଓ ଭାରତରେ ଦିନକୁ ପାଖାପାଖି ୧ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେବା ଏବେ ଉଭୟ ସରକାର ଓ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଇଣ୍ଡୋନେସିଆରେ ବି କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ସୋମବାରଠାରୁ ପୁଣିଥରେ ଜାକର୍ତ୍ତା ସହରରେ ଲକ୍‌୍ ଡାଉନ୍ ଲାଗୁ ହେବାକୁ ଯାଉଛି । ସେଠାରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଏବେ ଏମାନଙ୍କ ଚିକିତ୍ସା ଲାଗି ହସ୍ପିଟାଲରେ ସ୍ଥାନର ଅଭାବ ଥିବାରୁ ପୁଣିଥରେ ସେଠାକାର ସରକାର ଲକ୍‌ଡାଉନକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଜାକର୍ତ୍ତାର ରାଜ୍ୟପାଳ ଅନିସ ବସବଦନ ସେପ୍ଟେମ୍ବର ୮ରେ ଘୋଷଣା କରିଥିଲେ ଯେ ସମ୍ପୂର୍ଣ୍ଣ ସହରରେ ପୁଣିଥରେ କଡା ନିୟମ ସହ ସାମାଜିକ ଦୂରତା ରକ୍ଷା କରିବା ଭଳି ପ୍ରତିବନ୍ଧକ ଲଗାଯିବ । ସେଠାରେ ଲକ୍‌ଡାଉନ ଜାରି ହେବା ପରେ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟ ବନ୍ଦ ରହିବ ବୋଲି ରାଜ୍ୟପାଳ କହିଛନ୍ତି । ଆଉ ପ୍ରତ୍ୟେକ ନାଗରିକ କରୋନାକୁ ଦୂରେଇବା ପାଇଁ ଲକ୍‌ଡାଉନରେ ଲାଗୁ କରାଯାଇଥିବା ସମସ୍ତ ନିୟମ ପାଲିବେ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୪ କରୋନା ପଜିଟିଭ: ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହେଲା ୫୪

ଭୁବନେଶ୍ୱର,୧୨।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୪କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଁଚିଛି।ଶନିବାର ୪ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା...

ସ୍ବାଭାବିକ ହେଉଛି ଚାଇନାର ଜୀବନଯାତ୍ରା

ବେଜିଂ,୨୧।୨: କରୋନା ଭାଇରସରେ ଚାଇନାରେ ହାହାକାର ପଡିଯାଇଥିବା ବେଳେ ଏଠାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହାର...

ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି କଳା ପଲିଥିନରେ ଥିବା କରୋନା ସଂକ୍ରମିତଙ୍କ ମୃତଦେହ!

ମସ୍କୋ,୧ ।୧୧: ରୁଷିଆରେ କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି । ଯାହା ପୂର୍ବାପେକ୍ଷା ଅଧିକ ବୋଲି ଅନୁମାନ କରାଯାଉଛି । ଶୁକ୍ରବର...

ଟଙ୍କା ଦେବାକୁ ଯାଇ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଫସିଲେ ପୁଅ

ସରଣ୍ଡା,୧୮ା୫(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ପଞ୍ଚାୟତରେ ଖୋଲା ଯାଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୧୮ ଜଣ ପ୍ରବାସୀ ଓଡ଼ିଆ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଛନ୍ତି।...

ଆଜି ରାଜ୍ୟରୁ ୨୮୦୩ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୫।୭(ବ୍ୟୁରୋ): ସୋମବାର ରାଜ୍ୟରୁ ୨୮୦୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୨୪,୬୯୯ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଟିକା: ଉତ୍ସବ ବନାମ ସଙ୍କଟ

ଭୂତାଣୁର ନୂଆ ରୂପ ଆତଙ୍କ ସୃଷ୍ଟି କରିଛି ଦେଶ ଓ ବିଶ୍ୱରେ। ସଂକ୍ରମଣର ବର୍ଷକ ପରେ ମହାମାରୀ ମୁକାବିଲା ପାଇଁ ହାତରେ ଭାକ୍ସିନ ଅଛି ବୋଲି...

ଅଣୁଅସ୍ତ୍ର ବ୍ୟବହାର କରିବନି ରୁଷିଆ

ମସ୍କୋ,୬।୫: ୟୁକ୍ରେନ୍‌ ବିରୋଧରେ ରୁଷିଆ ଅଣୁଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି। ରୁଷିଆର ଆଣବିକ ଅସ୍ତ୍ର ବ୍ୟବହାର...

ଆମେରିକାର ଚେତାବନୀ, ବେଜିଂ ଅଲିମ୍ପିକ୍ସ ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷିଆ

ୱାଶିଂଟନ,୧୨ ।୨: ୟୁକ୍ରେନ୍ ମାମଲାରେ ରୁଷିଆ ସହ ପଶ୍ଚିମ ଦେଶର ତୁତୁ ମେମେ ଜାରି ରହିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନ ଚାନସଲର...

Advertisement
Archives

Model This Week