ଜଳବାୟୁ ପରିବର୍ତ୍ତନକୁ ନେଇ ତଥ୍ୟ ଦେଇପାରିବ ନାହିଁ ବିଜ୍ଞାନ: ଟ୍ରମ୍ପ

ୱାଶିଂଟନ,୧୫ ।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବେଳେ ବେଳେ ତାଙ୍କ ବୟାନକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଏଥର ବି ଏମିତି ଏକ ବୟାନ ତାଙ୍କ ପୁଣିଥରେ ଚର୍ଚ୍ଚାକୁ ନେଇ ଆସିଛି । ଜଳବାୟୁ ପରିବର୍ତ୍ତନକୁ ନେଇ ଏବେ ସେ ଯେଉଁ ବୟାନ ଦେଇଛନ୍ତି ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେ କହିଛନ୍ତି ଜଳବାୟୁ ପରିବର୍ତ୍ତନକୁ ନେଇ ବୈଜ୍ଞାନିକମାନେ ଯେଉଁ ତଥ୍ୟ ପ୍ରଦାନ କରୁଛନ୍ତି ତାହା ସଠିକ୍ ତଥ୍ୟ ନୁହେଁ । ଏହାପରେ କାଲିଫର୍ନିଆର ନ୍ୟାଚ୍ୟୁରାଲ ରିସୋରସେସ୍‌ର ସଚିବ ୱାଡେ କ୍ରୋଫୁଟ କହିଛନ୍ତି, ଆମେ ଆପଣଙ୍କ ସହ କାମ କରିବାବୁ ଚାହୁଁଛୁ । କାରଣ ଆମେ ଜାଣିଛୁ ଜଳବାୟ ପରିବର୍ତ୍ତନ ଜଙ୍ଗଲ ଉପରେ କି ପ୍ରଭାବ ପକାଇଥାଏ । ଏହାସହ ଆମେ ବୈଜ୍ଞାନିକଙ୍କ ସହ ମଧ୍ୟ କାମ କରିବାକୁ ପ୍ରସ୍ତୁତ ଅଛୁ । ଯଦି ଆମେ ବିଜ୍ଞାନକୁ ମାନୁନେ ତେବେ ଏହା କେବଳ ବାଲିରେ ମୁଣ୍ଡ ଘୋଷାଡିବା ଭଳି କାମ ହେବ । ଆଉ ଆମେ କାଲିଫର୍ନିଆର ଲୋକଙ୍କୁ ବଞ୍ଚାଇ ପାରିବା ନାହିଁ । ଏହାକୁ ନେଇ ଟ୍ରମ୍ପ କହିଛନ୍ତି ଏହା ଶୀଘ୍ର ଥଣ୍ଡା ପଡିଯିବ, ଆପଣ ଦେଖୁଥାଆନ୍ତୁ । ଏହାକୁ ନେଇ କ୍ରୋଫୁଟ କହିଛନ୍ତି ମୋର ଇଚ୍ଛା କି ବିଜ୍ଞାନ ଆପଣଙ୍କ ସହ ସହମତ ହେଉ । ତେବେ ଏହା ଉପରେ ବିଜ୍ଞାନକୁ କିଛି ଜଣା ନ ଥିବା ପାଲଟା ଉତ୍ତର ଦେଇଛନ୍ତି ଟ୍ରମ୍ପ । ଏହାପରେ କାଲିଫର୍ନିଆର ଗଭର୍ନର ଗାଭିନ ନ୍ୟୁସମ ଟ୍ରମ୍ପକୁ ଅନୁରୋଧ କରି କହିଛନ୍ତି ସେ ମତଭେଦର ଅସମାନତାକୁ ସମ୍ମାନ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri