ଯୋଶିହିଡେ ସୁଗା ହେଲେ ଜାପାନର ପ୍ରଧାନମନ୍ତ୍ରୀ: ଶୁଭେଚ୍ଛା ଜଣାଇଲେ ମୋଦି

ଟୋକିଓ,୧୬।୯: ଯୋଶିହିଡେ ସୁଗା ଜାପାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି। ବୁଧବାର ସୁଗା ଆନୁଷ୍ଠାନିକ ଭାବେ ଜାପାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସୋମବାର ସେ ଜାପାନର ଶାସକ ଲିବରାଲ ଡେମୋକ୍ରାଟିକ ପାର୍ଟିର ନେତା ଭାବରେ ନିର୍ବାଚିତ ହୋଇଥିଲେ। ସୁଗା ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସ୍ଥାନ ନେବେ। ସେ ଆବେଙ୍କ ସହ ଅତି ନିକଟତର ଏବଂ ୨୦୦୬ ମସିହାରୁ ତାଙ୍କର ସମର୍ଥକ ରହିଆସିଛନ୍ତି। ମୋଦି ଟୁଇଟ କରି ସୁଗାଙ୍କୁ ଶୁଭେଚ୍ଛ ଜଣାଇଛନ୍ତି। ସେ ଟୁଇଟ୍‌ ଯୋଗେ କହିଛନ୍ତି, ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବାରୁ ୟୋଶିହିଡା ସୁଗାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୁଁ ଆଶା କରୁଛି ଯେ ଦୁଇ ନେତା ମିଳିତ ଭାବେ ଦୁଇ ଦେଶ ମଧ୍ୟରେ ‘ସ୍ପେଶାଲ ଷ୍ଟ୍ରାଟେଜିକ ଏବଂ ଗ୍ଲୋବାଲ ପାର୍ଟନରସିପ’ କୁ ନୂଆ ଉଚ୍ଚତାକୁ ନେଇଯିବେ। ଏହାପୂର୍ବରୁ ସିଞ୍ଜୋ ଆବେ ଜାପାନର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଅସୁସ୍ଥତା ଯୋଗୁ ଆବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ଯାହା ପରେ ସୁଗା ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ପରେ ଆଉ ଏକ ପଡ଼ୋଶୀ ଦେଶ ଉପରେ ରୁଷିଆର ନଜର

ଓ୍ବାଶିଂଟନ,୧୧ା୩: ଆମେରିକାର ଗୁପ୍ତଚର ଅଧିକାରୀ କହିଛନ୍ତି, ରୁଷିଆର ଗୁପ୍ତଚର ସଂସ୍ଥାର ଲୋକମାନେ ମୋଲଡୋଭାନ ସରକାରକୁ ଟପିଯିବା ଉଦ୍ଦେଶ୍ୟରେ ପ୍ରଦର୍ଶନ କରିବାକୁ ଯୋଜନା କରୁଛନ୍ତି। ହ୍ବାଇଟ୍‌ ହାଉସର...

ନୂଆ ଇ-ମାର୍କେଟ ପ୍ଲାଟ୍‌ଫର୍ମ ଶୁଭାରମ୍ଭ

ଦୁବାଇ, ୩୦।୮(ପି.ଟି.): ୟୁଏଇ ପକ୍ଷରୁ ନୂତନ ଜ୍ଞାନକୌଶଳ ଆଧାରିତ କୃଷି ସାମଗ୍ରୀ ବ୍ୟବସାୟ ଓ ସଂଗ୍ରହ ଲାଗି ଇ-ମାର୍କେଟ ପ୍ଲାଟଫର୍ମ ‘ଏଗ୍ରିଓଟା’ର ଶୁଭାରମ୍ଭ କରାଯାଇଛି। ଏହା...

ସୁସ୍ଥ ହେଲେ ଥାଇଲାଣ୍ଡର ପ୍ରଥମ କରୋନାଭାଇରସ ଆକ୍ରାନ୍ତ

ବ୍ୟାଙ୍କକ୍‌,୬।୨: କରୋନାଭାଇରସରେ ଆକ୍ରାନ୍ତ ଥିବା ଥାଇଲାଣ୍ଡର ପ୍ରଥମ ବ୍ୟକ୍ତି ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଥାଇଲାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରୀ। ତାଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ ଅନୁମତି...

ଚାଇନାକୁ କଡ଼ା ବାର୍ତ୍ତା ଦେଲେ ରାଜନାଥ

ଓ୍ବାଶିଂଟନ,୧୫।୪: ଭାରତର କେହି କ୍ଷତି କଲେ ଆମେ କଦାପି ଛାଡ଼ିବୁ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚାଇନାକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି।...

ଆମେରିକାରେ ପାଳନ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

ଓ୍ବାଶିଂଟନ,୧୭।୬: ଆସନ୍ତା ୨୧ତାରିଖରେ ବିଶ୍ୱ ବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଆମେରିକାରେ ରବିବାର ଏହି ଦିବସକୁ ବିଭିନ୍ନ ବର୍ଗର ଲୋକେ ପାଳନ...

ପାକିସ୍ତାନ ରାଜନୀତିରେ ରୁଷିଆର ଏଣ୍ଟ୍ରି, ଇମ୍ରାନ୍‌ଙ୍କୁ ରୁଷିଆ ଗସ୍ତ ପାଇଁ କରାଯାଇଛି କ୍ଷମତା ଚ୍ୟୁତ …

ମସ୍କୋ, ୧୩।୬ : ବର୍ତ୍ତମାନ ରୁଷିଆ ମଧ୍ୟ ପାକିସ୍ତାନର ରାଜନୈତିକ ସଙ୍କଟରେ ଏଣ୍ଟ୍ରି କରିଛି। ପାକିସ୍ତାନରେ ଅବସ୍ଥାପିତ ଥିବା ରୁଷିଆର ରାଷ୍ଟ୍ରଦୂତ ଡାନିଲା ଗାନିଚ ଦାବି...

କାଜାଖସ୍ତାନରେ ନୂଆ ନେତାଙ୍କୁ ବିରୋଧ: ୫୦୦ ଗିରଫ

ଅଲମାଟି,୧୦ା୬(ଏଏଫ୍‌ପି): କାଜାଖସ୍ତାନ ରାଷ୍ଟ୍ରପତି ନୁର୍‌ସୁଲତାନ୍‌ ନଜାର୍ବାୟେବ୍‌ଙ୍କ ୩୦ ବର୍ଷ ଶାସନର ଅନ୍ତ ଘଟିବା ପରେ ଦେଶବାସୀ କାସିମ୍‌ ଜୋମ୍‌ରାଟ-ଟୋକାୟଭ୍‌ଙ୍କୁ ନୂଆ ନେତା ଭାବେ ନିର୍ବାଚିତ କରିଥିବାବେଳେ...

ଭାରତ ଚତୁର୍ଥ ଶକ୍ତିଶାଳୀ ଦେଶ, ଶୀର୍ଷରେ ଆମେରିକା…

ସିଡ୍‌ନୀ,୬।୧୨: ଭାରତ ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ। ଲୋଓ୍ବ ଇନଷ୍ଟିଚ୍ୟୁଟ ପକ୍ଷରୁ ଏସିଆ ପାୱାର୍‌ ଇଣ୍ଡେକ୍ସ-୨୦୨୧ରେ ଏସିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରାଯାଇଛିି। ...

Advertisement
Archives

Model This Week