ପିଓକେରେ ଚାଇନା ସୈନ୍ୟ ଶିବିର

ଇସଲାମାବାଦ୍‌, ୧୫।୯: ଏଲ୍‌ଓସି ଏବଂ ଏଲ୍‌ଏସିରେ ଭାରତକୁ ହଇରାଣରେ ପକାଇବା ପାଇଁ ଚାଇନା ଏବଂ ପାକିସ୍ତାନ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ଭାରତ ଉପରେ ନଜର ରଖିବା ଲାଗି ଚାଇନା ପାକ୍‌ ଅଧିକୃତ କଶ୍ମୀର(ପିଓକେ) ରେ ସୈନ୍ୟ ଶିବିର ନିର୍ମାଣ କରୁଛି। ତିବ୍ବତ ଏବଂ ତାଇଓ୍ବାନଠାରୁ ଦୂରେଇ ରହିବା ପାଇଁ ଭାରତକୁ ପରାମର୍ଶ ଦେଉଥିବା ଚାଇନା ଏବେ ଷଡ଼ଯନ୍ତ୍ର ରଚିବା ଆରମ୍ଭ କରିଛି। ଚାଇନା ପାକିସ୍ତାନରେ ୮୭ ଶହ କୋଟି ଡଲାର ନିବେଶ କରୁଛି। ଏହା ସହିତ ଗିଲ୍‌ଗିଟ୍‌ରେ ଗୁପ୍ତ ଭାବରେ ସୈନ୍ୟ ଶିବିର ନିର୍ମାଣ ଜାରି ରଖିଛି। ଏନେଇ ଗଣମାଧ୍ୟମ ସଂସ୍ଥା ଏସିଆ ଟାଇମ୍ସ୍‌ରେ ଏକ ଖବର ପ୍ରକାଶ ପାଇଛି। ନିକଟରେ ଚାଇନା ୧୧ ଶହ କୋଟି ଡଲାରର ପ୍ରକଳ୍ପ ପାଇଁ ପାକିସ୍ତାନରେ ନିବେଶ କରିଛି। ଏହି ପ୍ରକଳ୍ପର ଅଧିକାଂଶ ଅଞ୍ଚଳ ପିଓକେରେ ରହିଛି। ଏହି ଖବରକୁ ପାକିସ୍ତାନ ଖଣ୍ଡନ କଲେ ମଧ୍ୟ ଗ୍ବାଦର ଏବଂ ଗିଲ୍‌ଗିଟ୍‌ ବଲ୍ଟିସ୍ତାନରେ ଥିବା ନିଜର ସୈନ୍ୟ ଶିବିରର ବ୍ୟବହାର ଅଧିକାର ଚାଇନାକୁ ଦେଇଛି। ଓପନ୍‌ ସୋର୍ସ ଇଣ୍ଟେଲଜେନ୍ସ ପକ୍ଷରୁ ସାଟେଲାଇଟ୍‌ ଦ୍ୱାରା ଉତ୍ତୋଳିତ ହୋଇଥିବା ଫଟୋରୁ ଏହା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ରହିବା ପାଇଁ ବୃଦ୍ଧାବୃଦ୍ଧ କରୁଛନ୍ତି ଅପରାଧ

ଜାପାନରେ ବୟସ୍କ ବ୍ୟକ୍ତିମାନେ ବର୍ତ୍ତମାନ ସମୟରେ ଏକ ବିଚିତ୍ର ସମସ୍ୟା ଦେଇ ଗତିକରୁଛନ୍ତି। ଏଥିପାଇଁ ସେମାନେ ପ୍ରତିଦିନ କିଛି ନା କିଛି ଅପରାଧ କରି ଜେଲ୍‌...

ଟ୍ରମ୍ପ୍‌ଙ୍କ ପାଖକୁ ଜହର ପ୍ୟାକେଟ: ସୁରକ୍ଷା ଅଧିକାରୀଙ୍କ ହାତରେ ପଡ଼ିଲା ଧରା

ଓ୍ବାଶିଂଟନ, ୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଖକୁ ପଠାଯାଇଥିବା ଏକ ଜହର ପ୍ୟାକେଟ ସୁରକ୍ଷା ଅଧିକାରୀଙ୍କ ହାତରେ ଧରା ପଡ଼ିଛି। ଏଥିରେ ରିସିନ୍‌ ନାମକ...

ଚିନ୍ତା ବଢ଼ାଇଲା ନୂଆ ରୂପ

ଲଣ୍ଡନ, ୨୨।୧୨: ବ୍ରିଟେନରେ କରୋନା ଭୂତାଣୁର ଏକ ପରିବର୍ତ୍ତିତ ସଂସ୍କରଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ିଯାଇଛି। ନୂଆ...

ପ୍ରତି ୩ ମିନିଟ୍‌ରେ ଦକ୍ଷିଣ କାର୍ଲିଫର୍ନିଆରେ ହେଉଛି ଭୂକମ୍ପ: ୯ ବର୍ଷରେ ହେଲାଣି ୨୦ ଲକ୍ଷ ଥର

ଓ୍ବାଶିଂଟନ୍‌,୨୨।୪: ଦକ୍ଷିଣ କାର୍ଲିଫର୍ନିଆରେ ପ୍ରତି ୩ ମିନିଟ୍‌ରେ ଥରେ ହେଉଛି ଭୂକମ୍ପ। ଦିନରେ ହାରାହାରି ୪ଶହ ୯୫ ଥର ଏଠାକାର ଭୂଇଁ ଥରୁଛି। ୨୦୦୮ରୁ ୨୦୧୭...

ପାଞ୍ଚଦିନରେ ୫ ହଜାର ଓଟଙ୍କୁ ଗୁଳିକରି ହତ୍ୟା

ସିଡ୍‌ନୀ,୧୫-୧:ଦକ୍ଷିଣ ଅଷ୍ଟ୍ରେଲିଆର ମରୁଡ଼ି ଗ୍ରସ୍ତ ଅଞ୍ଚଳରେ ୫ ଦିନରେ ୫ ହଜାର ଓଟଙ୍କୁ ହତ୍ୟା କରାଯାଇଛି। ସ୍ଥାନୀୟ ଆଦିମ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାରୁ...

ଗର୍ଭବତୀ ହେବାର ୩ ଦିନ ପରେ ଶିଶୁକୁ ଜନ୍ମଦେଲେ ମହିଳା!

ମା’ ହେବାର ଅନୁଭୂତି ସବୁଠାରୁ ନିଆରା। ଏକ ଶିଶୁ ଜନ୍ମ ହେବା ପୂର୍ବରୁ ୯ ମାସ ମା’ ଗର୍ଭରେ ରହିଥାଏ। ଏହି ସମୟରେ ଶିଶୁର ଶରୀରର...

ଗିରଫ ହେଲେ ମରିୟମ

ଇସଲାମାବାଦ,୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଗୁରୁବାର ଗିରଫ କରାଯାଇଥିବା କହିଛି ପାକିସ୍ତାନ ଗଣମାଧ୍ୟମ। ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ଏବି) ତାଙ୍କୁ...

ବାଂଲାଦେଶରେ ଭାଙ୍ଗିଦେଲେ ୪ ହିନ୍ଦୁ ମନ୍ଦିର

ଢାକା,୯।୮: ବାଂଲାଦେଶର ଖୁଲ୍‌ନା ଜିଲାରେ ଦୁର୍ବୃତ୍ତମାନେ ୪ଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ଏଥିସହ ସେମାନେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ କେତେକ ଦୋକାନ ଓ ଘର...

Advertisement


Archives

Model This Week