ଶୁକ୍ର ଗ୍ରହରେ ଏଲିଅନ !

ଓ୍ବାଶିଂଟନ, ୧୫।୯: ଶୁକ୍ର ଗ୍ରହରେ ଜୀବନର ସନ୍ଧାନ ମିଳିଛି। ଏନେଇ ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏଠାକାର ବାୟୁମଣ୍ଡଳରେ ଫସଫିନ୍‌ ଗ୍ୟାସ୍‌ର ଆସ୍ତରଣ ଥିବା ଜଣାପଡ଼ିଛି। ହୁଏତ ଏଠାକାର ବାୟୁମଣ୍ଡଳରେ ଏଲିଅନ ବାସ କରୁଥାଇ ପାରନ୍ତି ବୋଲି ମହାକାଶ ବିଜ୍ଞାନୀ ଆଶା ପ୍ରକାଶ କରିଛନ୍ତି। ଫସଫିନ୍‌୍‌ ଗ୍ୟାସ୍‌ ଗୋଟିଏ ଫସଫରସ୍‌ ପରମାଣୁ ଏବଂ ୩ଟି ହାଇଡ୍ରୋଜେନ୍‌ ପରମାଣୁ ରହିଥାଏ। ଏଥିରେ ଜୀବନ ତିଷ୍ଠି ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ଶୁକ୍ରର ବାୟୁମଣ୍ଡଳରେ ସୁକ୍ଷ୍ମ ଜୀବନ ଭାସି ବୁଲୁଥିବା ଅନୁମାନ କରାଯାଉଛି। ଫସଫିନ୍‌ ଗ୍ୟାସ୍‌ ପେଙ୍ଗୁଇନ୍‌ଙ୍କ ପାକସ୍ଥଳୀରେ ମିଳିଥାଏ। ସେହିପରି କମ୍‌ ଅମ୍ଳଜାନ ଥିବା ସ୍ଥାନରେ ଏହି ଗ୍ୟାସ୍‌ ମିଳିଥାଏ। ମାଇକ୍ରୋ ବ୍ୟାକ୍ଟେରିଆ ଅମ୍ଳଜାନ ଅଭାବରେ ଏହି ଗ୍ୟାସ୍‌ ସୃଷ୍ଟି କରିଥାନ୍ତି। ଶୁକ୍ରର ବାୟୁ ମଣ୍ଡଳରେ ଫସଫିନ୍‌ ଗ୍ୟାସ୍‌ର ପତଳା ଆବରଣ ରହିଛି। ଏହା ଏଠାରେ ଥିବା ଜୀବନକୁ ପ୍ରମାଣିତ କରୁଛି ବୋଲି ମହାକାଶ ବିଜ୍ଞାନୀ ଦାବି କରିଛନ୍ତି। ଏନେଇ ବ୍ରିଟେନ୍‌ର କାର୍ଡିଫ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଜେନ୍‌ ଗ୍ରୀବ୍ସ୍‌ କହିଛନ୍ତି ଯେ, ଫସଫିନ୍‌ କାରଖାନାରେ ତିଆରି ହୋଇଥାଏ। ମାତ୍ର ଶୁକ୍ରରେ କାରଖାନା ତ ନାହିଁ। ସେଠାରେ ପେଙ୍ଗୁଇନ୍‌ ମଧ୍ୟ ନାହାନ୍ତି। ତେଣୁ ନିଶ୍ଚିତ ଭାବେ ମାଇକ୍ରୋ ବ୍ୟାକ୍ଟେରିଆ ଅବା ଅଲିଅନ୍‌ ଭଳି ଅନ୍ୟ କୌଣସି ପ୍ରାଣୀ ରହିଥିବାର ଅନୁମାନ କରାଯାଉଛି। ଶୁକ୍ର ଭୂପୃଷ୍ଠର ୫୦ କିଲୋମିଟର ଉପରେ ଫସଫିନ୍‌ର ଆସ୍ତରଣ ରହିଛି। ଚିଲିର ଆଟାକାମାସ୍ଥିତ ଲାର୍ଜ ମିଲିମିଟର ୟେରି ଟେଲିସ୍କୋପ୍‌ ସହାୟତାରେ ଶୁକ୍ରରେ ଫସଫିନ୍‌ ଗ୍ୟାସ୍‌ ଥିବା ଜଣାପଡ଼ିଛି। ଏଠାକାର ବାୟୁମଣ୍ଡଳରେ ୯୬ ପ୍ରତିଶତ କାର୍ବନ ଡାଇଅକ୍ସାଇଡ୍‌ ଗ୍ୟାସ୍‌ ରହିଛି। ଏଠାକାର ଭୂପୃଷ୍ଠର ତାପମାତ୍ରା ପ୍ରାୟ ୪୦୦ ଡିଗ୍ରୀ ସେଲସିୟସ୍‌। ତେଣୁ ଯଦି କୌଣସି ଜୀବନ ଏଠାରେ ରହିଥାଏ ତାହା ଭୂପୃଷ୍ଠଠାରୁ ୫୦ କିଲୋମିଟର ଉପରେ ରହିବା ସ୍ବାଭାବିକ ବୋଲି ଗ୍ରୀବ୍ସ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡରେ ସିନ୍ଦୁର, ଖାଲି ପାଦରେ ମନ୍ଦିର ଯାଇ ପୁରୀ, ସୋଲା ତରକାରୀ ଖାଇଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ଅକଲାଣ୍ଡ,୧୦।୮: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅରଡେନ ନିଜ ବେଶଭୂଷାକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଅକଲାଣ୍ଡରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରକୁ ପରିଦର୍ଶନରେ ଯାଇଥିଲେ।...

ଏମିତି ଛିଡ଼ା ହୋଇଛି କିଂ କୋବ୍ରା ଦେଖିଲେ ଲାଗିବ ଭୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

ଆମେରିକା-ଦକ୍ଷିଣ କୋରିଆ କରିପାରନ୍ତି ଆଣବିକ ଆକ୍ରମଣ, ଆମେ ବି ପ୍ରସ୍ତୁତ: କିମ୍‌…

ପ୍ୟୋଙ୍ଗୟାଙ୍ଗ,୨୦।୩ : ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ତାଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି,ଯେକ କୌଣସି ସମୟରେ ଆମକୁ...

ପାକିସ୍ତାନରେ ଏକ ମାସରେ ୭ ଶହ ଶିଶୁ ଓ ନାବାଳକ ଏଚ୍‌ଆଇଭି ସଂକ୍ରମିତ

ଲାହୋର, ୨୯।୫: ଏଡସ୍‌ ମହାମାରୀର ଦ୍ୱାରରେ ଛିଡ଼ା ହୋଇଛି ପାକିସ୍ତାନ। ଏଠାରେ ଏକମାସରେ ୭ଶହ ଶିଶୁ ଏବଂ ନାବାଳକ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ...

ଟ୍ରକ୍‌ ଭିତରୁ ମିଳିଲା ୪୬ ମୃତଦେହ

ୱାଶିଂଟନ,୨୮।୬: ଆମେରିକାର ଟେକ୍ସାସ ଆଣ୍ଟୋନିଓରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଟ୍ରକ ଭିତରୁ ୪୬ ମୃତେଦହ ମିଳିଛି। ଏନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି।...

ଭିଡ଼ ଅଣାୟତ୍ତ, ସେନା ନରମ

କଲମ୍ବୋ/ନୂଆଦିଲ୍ଲୀ,୧୪ା୭: ଗୃହଯୁଦ୍ଧ ମୁହଁ। କଲମ୍ବୋ ଆକାଶରେ ଉଡ଼ୁଥିଲା ସେନା ହେଲିକପ୍ଟର। ଅଣାୟତ୍ତ ଭିଡ଼କୁ ନିୟନ୍ତ୍ରଣ ପାଇଁ ସୈନ୍ୟ ଛାଡ଼ୁଥିଲେ ତୁହାକୁ ତୁହା ଲୁହବୁହା ବାଷ୍ପ। ଉତ୍ତ୍ୟକ୍ତ...

ଜୀବନର ପ୍ରତି ଘଟଣା ମୋ ପାଇଁ ନାଟକ : ଦିଲୀପ ବଳବନ୍ତରାୟ

ଏକାଧାରାରେ ସେ ଜଣେ କବି,  କଥାକାର, ନାଟ୍ୟକାର ଓ ନିର୍ଦ୍ଦେଶକ। ଏକାଧିକ ମଞ୍ଚନାଟକ ଓ ଦୂରଦର୍ଶନ ଧାରାବାହିକ କାହାଣୀରେ ସେ ନିର୍ଦ୍ଦେଶନା ଦେଇସାରିଛନ୍ତି। ଏପରି କି...

ସୋମବାରଠାରୁ ସପ୍ତାହେ ପାଇଁ ଏହି ଦେଶରେ ଲକ୍‌ଡାଉନ୍‌…

ତେହେରାନ,୧୫।୮: କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଇରାନ୍‌ରେ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟରୁ ଦେଶରେ ସୋମବାରଠାରୁ ସପ୍ତାହେ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।...

Advertisement
Archives

Model This Week