ଅନ୍ତର୍ଜାତୀୟ

ବାୟୁରେ କରୋନାର ଆନୁବଂଶିକ ଉପାଦାନ

ବେଜିଂ,୨୮ା୪(ପି.ଟି.): କରୋନା ଭୂତାଣୁର ଆନୁବଂଶିକ ଉପାଦାନ ବାୟୁରେ ଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଏହି ଭୂତାଣୁ ଉପାଦାନରୁ ସଂକ୍ରମଣ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଚାଇନାର ଉହାନ ସହରରେ ଥିବା ଦୁଇଟି ହସ୍ପିଟାଲ ଏବଂ କେତେକ ସର୍ବସାଧାରଣ ସ୍ଥାନରେ…

୩୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୨୮ା୪: ପ୍ରାଣଘାତୀ କରୋନାରେ ୨୧୦ ଦେଶରେ ମୋଟ ୨.୦୮ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଥିବା ବେଳେ ଆମେରିକା, ସ୍ପେନ୍‌, ଇଟାଲୀ, ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଯଦିଓ ସୋମବାର…

ସାମ୍ନାକୁ ଆସିଲା କରୋନା ଭାଇରସ୍‌ ସଂକ୍ରମଣର ୬ଟି ନୂଆ ଲକ୍ଷଣ

ଓ୍ବାଶିଂଟନ୍‌,୨୭।୪: କରୋନା ଭାଇରସ୍‌ ସଂକ୍ରମଣ ପ୍ରାରମ୍ଭରୁ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ସୁଖା କାଶ, ଭୀଷଣ ଜ୍ୱର ଓ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଲା ଭଳି ଲକ୍ଷଣ ଦେଖାଯାଉଥିଲା। କିନ୍ତୁ ଏବେ ଏହି ସଂକ୍ରମଣର ଆଉ କିଛି ନୂଆ ଲକ୍ଷଣ ଦେଖାଯାଇଛି। ଏନେଇ…

ଆର୍ଥାରାଇଟିସ୍‌ ଔଷଧ ଦ୍ୱାରା ସମ୍ଭବ କରୋନା ଚିକିତ୍ସା: ୪୮ ଘଣ୍ଟାରେ ହୋଇଥାଏ ଫଳପ୍ରଦ !

ଓ୍ବାଶିଂଟନ,୨୭।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହୋଇଛି। କରୋନା ମହାମାରୀର ଚିକିତ୍ସା ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ଆର୍ଥାରାଇଟିସ୍‌…

କରୋନାରୁ ଆରୋଗ୍ୟ ଲାଭ କରି କାର୍ଯ୍ୟରେ ଯୋଗଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୭।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନାରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ପରେ ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆରୋଗ୍ୟ ହୋଇ ଫେରିବା ପରେ ପ୍ରଥମଥର ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ଦେଶରେ ଜାରି ରହିଥିବା ଲକ୍‌ଡାଉନ କେବେ…

ଆମେରିକାରେ କରୋନା ତାଣ୍ଡବ ଜାରି: ମୃତ୍ୟୁ ସଂଖ୍ୟା ୫୫ ହଜାର ଟପିଲା

ଓ୍ବାଶିଂଟନ,୨୭।୪: ଆମେରିକାରେ କରୋନାର ତାଣ୍ଡବ ଜାରି ରହିଛି। ଆମେରିକାରେ ମୃତ୍ୟୁ ସଂଖ୍ୟା ୫୫,୪୧୫ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୩୨୨ ଛୁଇଁଛି। ଇତିମଧ୍ୟରେ ଏଠାରେ ଲକ୍ଷେ ୧୮ ହଜାର ୭୮୧ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ…

ସୋଦିରେ ନାବାଳକ ଅପରାଧୀଙ୍କୁ ଦିଆ ଯିବନି ମୃତ୍ୟୁଦଣ୍ଡ

ରିୟାଦ୍‌,୨୭।୪: ସୌଦିରେ ଏଣିକି ନାବାଳକ ଅପରାଧୀଙ୍କୁ ଆଉ ମୃତ୍ୟୁ ଦଣ୍ଡାଦେଶ ହେବ ନାହିଁ। ଏନେଇ ସୌଦିର ରାଜା ଶାହ ସଲମାନ୍‌ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପ୍ରଚଳିତ ଥିବା ଏହି ଆଇନକୁ ରଦ୍ଦ କରିବାକୁ ସେ ଦେଶର ନ୍ୟାୟପାଳିକଙ୍କୁ ସୂଚିତ କରିଛନ୍ତି। ରାଜା…

କୋଭିଡ୍‌-୧୯ ଉପରେ ଭିଡିଓ ଗେମ୍‌: ତିଆରି କଲେ ଇଟାଲୀର ୯ ବର୍ଷୀୟ ବାଳକ

ମିଲାନ,୨୭ା୪: କରୋନା ଭାଇରସ୍‌(କୋଭିଡ୍‌-୧୯)କୁ ପ୍ରତିହତ କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ ଯୋଗୁ ଲୋକେ ଦୀର୍ଘଦିନ ଧରି ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ନାନା ଅସୁବିଧା ମଧ୍ୟରେ ରହି ସେମାନେ ଭିନ୍ନ ଭିନ୍ନ ଉପାୟରେ ଏହି ସମୟକୁ…

ଉହାନ୍‌ ହସ୍ପିଟାଲ କରୋନା ମୁକ୍ତ

ବେଜିଂ,୨୭ା୪: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ୍‌ ସହର ରବିବାର କରୋନା ମୁକ୍ତ ହୋଇଛି। କରୋନା ସଂକ୍ରମିତ କୌଣସି ହସ୍ପିଟାଲରେ ଚିକିତ୍ସିତ ହେଉ ନ ଥିବା ଜଣାପଡ଼ିଛି। କରୋନାର ପ୍ରକୋପ ବଢ଼ିବା ପରେ ଏଠାରେ ୭୬ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା।…

ଖବର କାଗଜ ଅବା ଚିଠିରେ ବ୍ୟାପେନା କରୋନା

ଓ୍ବାଶିଂଟନ,୨୬।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନାର ସଂକ୍ରମଣ ନେଇ ନାନା ଗୁଜବ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଏରୋସଲ ବୈଜ୍ଞାନିକ ଲିନ୍ସେ୍‌ ମାରେ କହିଛନ୍ତି ଯେ, କରୋନା ଖବର କାଗଜ ଅବା…

୨୩ ଦିନରେ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ନେଲା କରୋନା

ଓ୍ବାଶିଂଟନ,୨୬।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ପୃଥିବୀରେ ଏଥିରେ ୨ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେହିପରି ୨୯ ଲକ୍ଷ ୨୩ ହଜାର ୬୫୬ ଲୋକ ସଂକ୍ରମିତ ହୋଇଛନ୍ତି। ଜାନୁୟାରୀ ୯ରେ ପ୍ରଥମ…

ଲକ୍‌ଡାଉନ ପ୍ରଭାବ: ବିମାନ ଯାତ୍ରା କରି ନ ପାରି ଘରକୁ ସଜାଇଲେ ବିମାନ ଭଳି

ସିଡ୍‌ନୀ,୨୬।୪: ଲକ୍‌ଡାଉନକୁ ନେଇ ଅଷ୍ଟ୍ରେଲିଆରୁ ଆସିଛି ଭିନ୍ନ ଏକ ଘଟଣା। କରୋନା ମହାମାରୀ ପୂର୍ବରୁ ଅଷ୍ଟ୍ରେଲିଆର ଏକ ପରିବାର ୟୁରୋପ ବୁଲି ଯିବାକୁ ଯୋଜନା କରିଥିଲେ। ହେଲେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ହୋଇଯିବାରୁ ସମସ୍ତ ବିମାନ ଯାତ୍ରାକୁ ବାତିଲ କରିଦିଆଗଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri