ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ

ପ୍ୟାରିସ୍‌,୩୦ା୧୦:୪ ବର୍ଷ ୩ ମାସ ବ୍ୟବଧାନରେ ପୁଣି ଥରେ ଆତଙ୍କରେ ଥରି ଉଠିଛି ଫ୍ରାନ୍ସର ପର୍ଯ୍ୟଟନ ନଗରୀ ନିସ୍‌। ସହରସ୍ଥିତ ଏକ ଚର୍ଚ୍ଚରେ ଗୁରୁବାର ଜଣେ ଆତଙ୍କବାଦୀ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସେ ଛୁରାମାଡ଼ କରି ଦୁଇଜଣଙ୍କୁ ମାରିଦେବା ପରେ ଜଣେ ମହିଳାଙ୍କ ମୁଣ୍ଡ କାଟିଦେଇଛନ୍ତି। ଆକ୍ରମଣରେ ଅନେକେ ଆହତ ମଧ୍ୟ ହୋଇଛନ୍ତି। ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରି ପଚରାଉଚରା କରୁଛି। ନିସ୍‌ ମେୟର ଖ୍ରୀଷ୍ଟିଆନ ଏଷ୍ଟ୍ରୋସି ଟୁଇଟ୍‌ କରି କହିଛନ୍ତି, ଆକ୍ରମଣକାରୀଙ୍କୁ କାବୁ କରାଯିବା ବେଳେ ସେ ବାରମ୍ବାର ଚିତ୍କାର କରୁଥିଲେ ‘ଆଲ୍ଲାହୁ ଆକବର’। ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷା ବଳ ଘେରି ରହିଥିବାବେଳେ ଆତଙ୍କବାଦ ନିରୋଧୀ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତତ୍ପରତା ସହ ତନାଘନା ଚଳାଇଛନ୍ତି। ପ୍ରସିଦ୍ଧ ବ୍ୟଙ୍ଗ ପତ୍ରିକା ଶାର୍ଲି ଏବ୍‌ଦୋରେ ପ୍ରୋଫେଟ୍‌ ମହମ୍ମଦଙ୍କ କାର୍ଟୁନ ଓ ତୁର୍କୀ ରାଷ୍ଟ୍ରପତି ରେସେପ ତୈୟପ ଏର୍ଡୋଗାନଙ୍କ ବ୍ୟଙ୍ଗ ଚିତ୍ର ପ୍ରକାଶ ପାଇବା ପରେ ମୁସ୍‌ଲିମ ରାଷ୍ଟ୍ରଗୁଡ଼ିକ ମୁହଁାମୁହିଁ ଅବସ୍ଥାରେ ଥିବା ଫ୍ରାନ୍ସ ଏହି ଘାତକ ଆକ୍ରମଣକୁ ନେଇ ସ୍ତବ୍ଧ ହୋଇଯାଇଛି। ଆକ୍ରମଣ ପରେ ଫ୍ରାନ୍ସରେ ହାଇ ଆଲର୍ଟ ଜାରି କରାଯାଇଛି।
ଭୂମଧ୍ୟସାଗରୀୟ ସହର ନିସ୍‌ ଏହାର ବିସ୍ତୃତ ବେଳାଭୂମି ଓ ଶାନ୍ତ ପରିବେଶ ପାଇଁ ଖ୍ୟାତି ଅର୍ଜନ କରିଛି। ଏହାର ପ୍ରାକୃତିକ ଦୃଶ୍ୟରାଜି ପ୍ରତ୍ୟହ ଅଗଣିତ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କରୋନା ସଂକ୍ରମଣ ସହ ଜୁଝୁଥିବା ନିସ୍‌ ସହରର ମୁଖ୍ୟ ଶପିଂ ଅଞ୍ଚଳ ଜିନ୍‌ ମେଡିସିନ ଭେନ୍ୟୁରେ ଗୁରୁବାର ସକାଳେ ଘଟିଛି ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ। ନୋର୍ଟେ ଡେମ୍‌ ଚର୍ଚ୍ଚରେ ଶ୍ରଦ୍ଧାଳୁମାନେ ପ୍ରାର୍ଥନା ପାଇଁ ରୁଣ୍ଡ ହେଉଥିବାବେଳେ ହଠାତ୍‌ ଜଣେ ଆତଙ୍କବାଦୀ ଧସେଇ ପଶିଥିଲେ। ସେ ଅବିଚାରିତ ଭାବେ ଯାହାକୁ ପାଇଲେ ଛୁରାମାଡ଼ କରିଚାଲିଥିଲେ। ଛୁରାମାଡ଼ରେ ଚର୍ଚ୍ଚର ଓ୍ବାଡେନ ଓ ଅନ୍ୟ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ପରେ ସେ ଆଉ ଜଣେ ମହିଳାଙ୍କ ମୁଣ୍ଡକାଟ କରି ହତ୍ୟା କରିଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ଅନେକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୁରକ୍ଷା ବଳର ଜବାବୀ କାର୍ଯ୍ୟାନୁଷ୍ଠାନ ବେଳେ ଆକ୍ରମଣକାରୀ ମଧ୍ୟ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣ ପଛର ଉଦ୍ଦେଶ୍ୟ ଜଣାପଡ଼ିନାହିଁ। ପୋଲିସ ତାଙ୍କୁ ଚିକିତ୍ସା କରାଇବା ପରେ ଜେରା କରୁଛି। ଏହି ଆକ୍ରମଣରେ ଅନ୍ୟ କେହି ସାମିଲ ନ ଥିବା ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରିନାହିଁ। ସ୍ବୟଂଚାଳିତ ଅସ୍ତ୍ରଧାରୀ ପୋଲିସ ଚର୍ଚ୍ଚ ଓ ଏହାର ଆଖପାଖ ଅଞ୍ଚଳକୁ କର୍ଡନ କରିଛି।
ଘଟଣା ପରେ ପାର୍ଲାମେଣ୍ଟର ନିମ୍ନ ସଦନରେ କରୋନା ଭାଇରସ୍‌କୁ ନେଇ ନୂଆ କଟକଣା ସମ୍ପର୍କରେ ହେବାକୁ ଥିବା ବିତର୍କକୁ ସ୍ଥଗିତ ରଖାଯାଇଥିଲା। ସେଠାରେ ମୃତକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଜିନ୍‌ କାଷ୍ଟେକ୍ସ କହିଛନ୍ତି, ଫ୍ରାନ୍ସ ପ୍ରତି ବିପଦ ବଢ଼ିଯାଇଛି। ଏଥିପାଇଁ ସବୁ ସ୍ତରରେ ସତର୍କତା ଜରୁରୀ ହୋଇପଡ଼ିଛି। ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଏକ ଜରୁରୀ ବୈଠକ ପରେ ଆକ୍ରମଣସ୍ଥଳ ପରିଦର୍ଶନ କରିଛନ୍ତି।
ପ୍ରକାଶଯୋଗ୍ୟ, ଅକ୍ଟୋବର ୧୬ରେ ଶାର୍ଲି ଏବ୍‌ଦୋ ପତ୍ରିକାରେ ପ୍ରକାଶିତ ପ୍ରୋଫେଟ୍‌ ମହମ୍ମଦଙ୍କ ଏକ କାର୍ଟୁନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସାମୁଏଲ ପେଟି(୪୭) ନାମକ ଜଣେ ଶିକ୍ଷକ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଅଭିବ୍ୟକ୍ତିର ସ୍ବାଧୀନତା ସମ୍ପର୍କରେ ବୁଝାଇବାକୁ ଯାଇ ଉକ୍ତ କାର୍ଟୁନ ଦେଖାଇଥିଲେ। ଏହାକୁ ନେଇ ୧୮ ବର୍ଷୀୟ ଇସ୍‌ଲିକ୍‌ ଶରଣାର୍ଥୀ ଅବ୍‌ଦୁଲ୍ଲା ଅଂରୋଜ ତାଙ୍କ ମୁଣ୍ଡ କାଟି ଦେଇଥିଲେ। ଏହାର ଦୁଇ ସପ୍ତାହ ନ ପୂରୁଣୁ ଉକ୍ତ ପତ୍ରିକାର ପ୍ରଚ୍ଛଦ ପୃଷ୍ଟାରେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନଙ୍କୁ କଟାକ୍ଷ କରାଯାଇଥିଲା। ଏହାକୁ ନେଇ ଫ୍ରାନ୍ସ ସହିତ ମୁସଲିମ ରାଷ୍ଟ୍ରଗୁଡ଼ିକ ମୁହଁାମୁହିଁ ହୋଇଛନ୍ତି। ଏଭଳି ସମୟରେ ଆତଙ୍କବାଦୀ ଆକ୍ରମଣ ପଛର କାରଣ ଜାଣିବା ପାଇଁ ସୁରକ୍ଷା ସଂସ୍ଥାଗୁଡ଼ିକ ତତ୍ପର ହୋଇଉଠିଛନ୍ତି।
ନିସ୍‌ ସହରରେ ଏହା ପ୍ରଥମ ଆକ୍ରମଣ ନୁହେଁ। ପୂର୍ବରୁ ୨୦୧୬ ଜୁଲାଇ ୧୪ ରାତିରେ ବାସ୍ତିଲ ଡେ’ ପାଳନ ବେଳେ ଜଣେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ଟ୍ରକ୍‌ରେ ଚପାଇ ୮୬ ଜଣଙ୍କୁ ହତ୍ୟା କରିଥିଲେ। ଏହି ଅତର୍କିତ ଆକ୍ରମଣରେ ୪୫୮ ଜଣ ଆହତ ହୋଇଥିଲେ। ଶେଷରେ ୩୧ ବର୍ଷୀୟ ଆତଙ୍କବାଦୀ ଟ୍ୟୁନିସିଆ ବଂଶୋଦ୍ଭବ ମହମ୍ମଦ ଲାହ୍ବେଜ୍‌ ବୁହ୍‌ଲେଲ୍‌ ସୁରକ୍ଷା ବଳର ଜବାବୀ କାର୍ଯ୍ୟାନୁଷ୍ଠାନରେ ଟଳି ପଡ଼ିଥିଲେ। ସଂଯୋଗବଶତଃ ସେହିଦିନ ମଧ୍ୟ ଗୁରୁବାର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri