ତେଜୁଛି ମାକ୍‌ରଁ ବିରୋଧୀ ବିକ୍ଷୋଭ

ନୂଆଦିଲ୍ଲୀ/ପ୍ୟାରିସ୍‌,୩୧ା୧୦: ତଥାକଥିତ ଇସ୍‌ଲାମ ବିରୋଧୀ ଆଭିମୁଖ୍ୟକୁ ନେଇ ଫ୍ରାନ୍ସକୁ ନିନ୍ଦିତ ହେବାକୁ ପଡ଼ିଛି। ବିଶେଷକରି ମୁସଲମାନ ବହୁଳ ରାଷ୍ଟ୍ରଗୁଡ଼ିକରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କୁ କଡ଼ା ବିରୋଧ କରାଯାଇଛି। ଏପରି କି ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ ମାକ୍‌ରଁଙ୍କ କୁଶ ପୁତ୍ତଳିକା ଦାହ ସହ ରାସ୍ତାରେ ଫଟୋ ଛପାଯିବା ଭଳି ଘଟଣା ସାମ୍ନାକୁ ଆସିଛି।
ବ୍ୟଙ୍ଗ ପତ୍ରିକା ଶାର୍ଲି ଏବ୍‌ଦୋରେ ପ୍ରୋଫେଟ୍‌ ମହମ୍ମଦଙ୍କ କାର୍ଟୁନ ଓ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତୈୟପ ଏର୍ଡୋଗାନଙ୍କ ବ୍ୟଙ୍ଗଚିତ୍ର ପ୍ରକାଶ ପାଇବା ପରେ ମୁସଲମାନ ସମ୍ପ୍ରଦାୟ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଶୁକ୍ରବାର ମୁମ୍ବାଇସ୍ଥିତ ମହମ୍ମଦ ଅଲି ରୋଡ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍‌ରଁଙ୍କ ପୋଷ୍ଟର ଛପାଯାଇଥିଲା। ଉକ୍ତ ଫଟୋ ଉପରେ ଲୋକେ ଚାଲି ଚାଲି ଯାଉଥିବାବେଳେ ଯାନବାହନଗୁଡ଼ିକ ମଧ୍ୟ ତା’ ଉପରେ ଦେଇ ଯାତାୟାତ କରୁଥିଲା। ପୋଲିସ ଏହାକୁ ହଟାଇବା ବେଳକୁ ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଥିଲା। କେତେଜଣ ବ୍ୟକ୍ତି ହାତରେ ପ୍ଲାକାର୍ଡ ଧରିଥିଲେ। ସେଥିରେ ମାକ୍‌ରଁଙ୍କ ଫଟୋରେ ଚପଲ ମାଡ଼ର ଚିହ୍ନ ଦେଖିବାକୁ ମିଳିଥିଲା। ଏହାକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ବିରୋଧୀ ଭାଜପା ଶାସକ ଶିବସେନାକୁ ଟାର୍ଗେଟ କରିଛି। ଭାଜପା ନେତା କିରିଟ ସୋମୈୟା କହିଛନ୍ତି, ଶିବସେନା ଇସ୍‌ଲାମିକ୍‌ ଆତଙ୍କବାଦକୁ ସମର୍ଥନ କରୁଛି। ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।
ଭୋପାଳ, ଉତ୍ତରପ୍ରଦେଶର ଆଲିଗଡ଼ ମୁସ୍‌ଲିମ ୟୁନିଭର୍ସିଟି, ପଞ୍ଜାବର ଲୁଧିଆନା ଓ ଜମ୍ମୁ-କଶ୍ମୀରର ଶ୍ରୀନଗର ସମେତ ଦେଶର ଆଉ କେତେକ ସ୍ଥାନରେ ମଧ୍ୟ ଅନୁରୂପ ବିକ୍ଷୋଭ ଦେଖିବାକୁ ମିଳିଛି। ରାଜ୍ୟରେ ଶାନ୍ତି ଭଙ୍ଗକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଚେତାବନୀ ଦେବା ପରେ ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୋସିଆଲ ମିଡିଆରେ ହ୍ୟାଶଟ୍ୟାଗ୍‌ ବୟକଟ ଫ୍ରେଞ୍ଚ ପ୍ରଡକ୍ଟସ୍‌ ଟ୍ରେଣ୍ଡ କରୁଛି।
ଫ୍ରାନ୍ସର ନିସ୍‌ ସହରସ୍ଥିତ ନୋର୍ଟେ ଡେମ୍‌ ଚର୍ଚ୍ଚରେ ଗୁରୁବାର ଜଣେ ଆତଙ୍କବାଦୀ ଛୁରାମାଡ଼ କରି ୨ ଜଣଙ୍କ୍ ହତ୍ୟା କରିବା ପରେ ଜଣେ ମହିଳାଙ୍କ ମୁଣ୍ଡ କାଟି ଦେଇଥିଲେ। ଏହାକୁ ମାକ୍‌ରଁ ‘ଇସ୍‌ଲାମିକ୍‌ ଆତଙ୍କବାଦୀ ଆକ୍ରମଣ’ ଭାବେ ଅଭିହିତ କରିବା ସହ ଏପରି କାଣ୍ଡକୁ ଦୃଢ଼ହସ୍ତରେ ଦମନ କରାଯିବ ବୋଲି କହିଥିଲେ। ଘଟଣାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିନ୍ଦା କରିଥିଲେ। ଏହା ସହ ମାକ୍‌ରଁଙ୍କ ଇସ୍‌ଲାମିକ୍‌ ଆତଙ୍କବାଦ ବିରୋଧୀ ଲଢ଼େଇକୁ ଭାରତ ସମର୍ଥନ କରୁଥିବା ମୋଦି କରିଥିଲେ। ଏହାର ଦିନକ ପରେ ଭାରତରେ ଏପରି ମାକ୍‌ରଁ ବିରୋଧୀ ବିକ୍ଷୋଭ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?