ତୁର୍କୀ, ଗ୍ରୀସ୍‌ରେ ଭୂକମ୍ପ ପରେ ସୁନାମି

ଇସ୍ତାନବୁଲ/ଏଥେନ୍ସ,୩୧।୧୦: ଗ୍ରୀସ୍‌ ଓ ତୁର୍କୀରେ ଶୁକ୍ରବାର ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ଶତାଧିକ ଆହତ ହୋଇଛନ୍ତି। ବହୁ ବିଲ୍ଡିଂ ଧୂଳିସାତ୍‌ ହୋଇଯାଇଛି। ଭୂମିକମ୍ପ ପରେ ସୁନାମି ଆସିବାରୁ ତୁର୍କୀର ଇଜ୍‌ମିର୍‌ ରିସର୍ଟ ସହରର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯାଇଛି। ପୂର୍ବ ଏଜିଆନ୍‌ ସି’ରେ ଥିବା ସାମୋସ୍‌ ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ଆମେରିକାର ଭୂତାତ୍ତ୍ୱିକ ସର୍ଭେ ରିପୋର୍ଟ ଅନୁଯାୟୀ ୭.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏଜିଆନ୍‌ ସି’ରେ ଏହାର କେନ୍ଦ୍ରସ୍ଥଳ ଯାହା ଗ୍ରୀକ୍‌ ସହର କାର୍ଲୋଭାସିଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ। ତେବେ ତୁର୍କୀ ସରକାରଙ୍କ ବିପର୍ଯ୍ୟୟ ସଂସ୍ଥା ରିପୋର୍ଟ ଅନୁଯାୟୀ ଭୂକମ୍ପର ତୀବ୍ରତା ୬.୬ ହୋଇଥିବାବେଳେ ଏହା ୬.୭ ବୋଲି ଗ୍ରୀସ୍‌ର ସିସ୍‌ମୋଲୋଜିକାଲ ଏଜେନ୍ସି କହିଛି। ଏଜିଆନ୍‌ ସି ଉପକୂଳରେ ଥିବା ତୁର୍କୀର ଇଜ୍‌ମିର୍‌ରେ ବହୁ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ଦେଖାଯାଇଛି। ଭଗ୍ନାବଶେଷ ରାସ୍ତା ଉପରେ ଜମା ହୋଇରହିଥିବାବେଳେ ଏହା ତଳେ ବହୁ ଲୋକ ରହିଯାଇଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Dharmendra Pradhan Resignation: ଇସ୍ତଫା ପରେ କେନ୍ଦ୍ରମନ୍ତ୍ରୀଙ୍କୁ କେତେ ମିଳେ ପେନସନ୍? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬ା୭:ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଚାପ ବଢ଼ିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଛନ୍ତି। ଧର୍ମେନ୍ଦ୍ରଙ୍କ ଇସ୍ତଫା କକ୍‌ରୋଚ ଜନତା ପାର୍ଟି (ସିଜେପି)…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦାୟିତ୍ୱ ନେଲେ ନୂଆ ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ।…

ସମୁଦ୍ର ନୁହେଁ, ମରୁଭୂମିରୁ ମିଳିଲା ୫୦୦ ବର୍ଷ ପୁରୁଣା ଜାହାଜ; ଭିତରୁ ବାହାରିଲା କୋଟି କୋଟି ଟଙ୍କାର ଖଜଣା

ନୂଆଦିଲ୍ଲୀ,୨୬ା୭: କଳ୍ପନା କରନ୍ତୁ, ଯେଉଁଠି ଚାରିଆଡ଼େ କେବଳ ବାଲି ହିଁ ବାଲି, ସେଠାରେ ଅଚାନକ ଏକ ପୁରୁଣା ଜାହାଜ ମିଳିଗଲେ କେମିତି ଲାଗିବ? ଏପରି ହିଁ ଘଟିଥିଲା…

ଲୋହିତ ସାଗର ଜଳିଗଲେ ବି ‘ଇରାନର କୁମ୍ଭକର୍ଣ୍ଣ’ ଭାରତର କିଛି କ୍ଷତି କରିପାରିବ ନାହିଁ

ତେହରାନ/ନୂଆଦିଲ୍ଲୀ,୨୬।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପର୍ଯ୍ୟନ୍ତ କେବଳ ହର୍ମୁଜ ପ୍ରଣାଳୀ ଜାହାଜ ଚଳାଚଳ ପାଇଁ ବନ୍ଦ ଥିଲା, କିନ୍ତୁ ଏହି ସଂଘର୍ଷର…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାକୁ…

ଭୁବନେଶ୍ୱର,୨୬ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବ। ଆସନ୍ତାକାଲି ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହା…

ଘୁଙ୍ଗିଯୋର ପୋଲ ଉପରେ ୫ ଫୁଟ ବନ୍ୟାଜଳ: ବୀରମହାରାଜପୁର–ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୨୬।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଭୂତିଆପାଲି ଏବଂ ଲୁତୁରପଙ୍କ ପଞ୍ଚାୟତର ମେଣ୍ଡିଲିପାଲି ମଧ୍ୟରେ ପ୍ରବାହିତ ଘୁଙ୍ଗିଯୋରରେ ବନ୍ୟାଜଳ…

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି

ଉମରକୋଟ, ୨୬।୦୭ (ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri