ସ୍ତନ୍ୟପାନ କରି ଆଖିବୁଜିଲା ୩ ମାସର ଶିଶୁ

ସ୍ତନ୍ୟପାନ କରିବାର କିଛି ସମୟ ପରେ ଜଣେ ୩ ମାସର ଶିଶୁର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆମେରିକାର ନ୍ୟୁ ଓରଲିଅନ୍ସ ସହରରେ।
ନ୍ୟୁ ଓରଲିଅନରେ ରହୁଥିବା ୩୧ ବର୍ଷୀୟା ଆଟମ୍‌ ବ୍ଲେସେଣ୍ଟ ନାମ୍ନୀ ମହିଳା ଡ୍ରଗ୍ସ ନେବା ପରେ ତାଙ୍କର ୩ ମାସର ଶିଶୁକୁ ସ୍ତନପାନ କରାଇଥିଲେ। ଏହାର କିଛି ସମୟ ପରେ ଶିଶୁଟି କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏ ନେଇ ଆଟମ୍‌ ଡାକ୍ତରଙ୍କୁ ଖବର ଦେଇଥିଲେ।
ଖବର ପାଇ ଏକ ମେଡିକାଲ ଟିମ୍‌ ଆଟମ୍‌ଙ୍କ ଘରେ ପହଞ୍ଚିଥିଲେ। ସେମାନେ ସେଠାରେ ଶିଶୁଟିର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ। ପରେ ପୋଲିସ ଶିଶୁ ମୃତ୍ୟୁର କାରଣ ଖୋଜିଥିଲା। ଡିସେମ୍ବର ୧୧ରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶିଶୁର ଶରୀରରେ ଟକ୍ସିକୋଲୋଜି ଥିବା ଜଣାପଡ଼ିଥିଲା।
ପରେ ପରୀକ୍ଷା କରାଯିବାରୁ ଆଟମଙ୍କ ଶରୀରରେ କ୍ରିଷ୍ଟଲ ମେଥ ନାମକ ବିପଜ୍ଜନକ ପଦାର୍ଥ ମିଳିଥିଲା। ଏଥିସହ ସେ ଅନ୍ୟ ନିଶା ମଧ୍ୟ ସେବନ କରିଥିବା ଜଣାପଡ଼ିଥିଲା। ଏହି କାରଣରୁ ଶିଶୁର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଏହାପରେ ଆଟମଙ୍କୁ ଗିରଫ କରାଯାଇଛି।
ପଚରାଉଚରା ବେଳେ ଆଟମ ଡ୍ରଗ୍ସ ଏବଂ ଅନ୍ୟ ନିଶା ସେବନ କରିଥିବା ସ୍ବୀକାର କରିଛନ୍ତି। ନିଶା ସେବନ କରିବାର କିଛି ସମୟ ପରେ ସେ ଶିଶୁକୁ ସ୍ତନପାନ କରାଇଥିଲେ। ଆଟମଙ୍କ ଘରୁ ମଧ୍ୟ ଡ୍ରଗ୍ସ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri