ପୃଷ୍ଠା ଲେଉଟାଇବା ସମୟ

ଓ୍ବାଶିଂଟନ,୧୬ା୧୨ ଆମେରିକା ନିର୍ବାଚନରେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ୭୮ ବର୍ଷୀୟ ଡେମୋକ୍ରାଟ ଜୋ ବାଇଡେନ୍‌ ବିଜୟୀ ହୋଇଛନ୍ତି। ଇଲେକ୍ଟୋରାଲ କଲେଜ ସୋମବାର ଏହି ବିଷୟ ଘୋଷଣା କରିଛି। ୫୩୮ ସଦସ୍ୟ ବିଶିଷ୍ଟ ଇଲେକ୍ଟୋରାଲ କଲେଜ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍‌ କୁହୁକ ସଂଖ୍ୟା ୨୭୦ ଅତିକ୍ରମ କରିଥିବା ସ୍ପଷ୍ଟ କରିଛି। ତାଙ୍କୁ ୩୦୬ ଭୋଟ ମିଳିଥିବାବେଳେ ଟ୍ରମ୍ପ୍‌ ୨୩୨ରେ ସୀମିତ ରହିଛନ୍ତି। ବାଇଡେନ୍‌ଙ୍କ ବିଜୟର ଆନୁଷ୍ଠାନିକ ଘୋଷଣା ସହ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଏହି ଅବସରରେ ବାଇଡେନ୍‌ କହିଛନ୍ତି, ଏବେ ପୃଷ୍ଠା ଲେଉଟାଇବାର ସମୟ ଉପନୀତ। ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ ଡୋନାଲ୍ଡ ଟ୍ରମ୍ପ୍‌ ପୁନର୍ବାର ବିଜୟୀ ହେବା ପାଇଁ ନାନା ଫନ୍ଦିଫିକର କରିଥିଲେ। ହେଲେ ତାଙ୍କର ସବୁ ଉଦ୍ୟମ ପାଣିରେ ପଡ଼ିଯାଇଛି। ବିଶେଷକରି ବାଇଡେନ୍‌ଙ୍କ ବିଜୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ଟ୍ରମ୍ପ୍‌ଙ୍କ ପିଟିଶନ୍‌ ଶୁକ୍ରବାର ଖାରଜ ହୋଇଯିବା ପରେ ଏହି ଆଇନଗତ ଲଢ଼େଇରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏହାସହ ଜାନୁୟାରୀ ୨୦ରେ ବାଇଡେନ୍‌ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପାଇଁ ପଥ ପରିଷ୍କାର ହୋଇଥିଲା। ଏଥିସହ ତାଙ୍କ ରନିଂମେଟ୍‌ କମଲା ହାରିସ୍‌ ଉପରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଥିଲା। ଏବେ ଇଲେକ୍ଟୋରାଲ କଲେଜ ଭୋଟଗୁଡ଼ିକୁ ଆସନ୍ତା ମାସରେ ଆନୁଷ୍ଠାନିକ ଗଣତି ପାଇଁ କଂଗ୍ରେସକୁ ପଠାଯିବ। କେତେଜଣ ହାଉସ୍‌ ରିପବ୍ଲିକାନ୍‌ କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଫଳାଫଳକୁ ବିରୋଧ କରିବା ନେଇ ସଙ୍କେତ ଦେଇଛନ୍ତି। ଫଳରେ ଜାନୁୟାରୀ ୬ରେ ହେବାକୁ ଥିବା କଂଗ୍ରେସର ମିଳିତ ଅଧିବେଶନ ସାମାନ୍ୟ ବିଳମ୍ବିତ ହୋଇପାରେ।
ସେପଟେ ଇଲେକ୍ଟୋରାଲ କଲେଜର ଘୋଷଣା ପରେ ବାଇଡେନ୍‌ ନିଜ ସହର ଓ୍ବିଲମିଂଟନର ଦେଲାଓ୍ବେରରେ ସୋମବାର କହିଛନ୍ତି, ଆମେରିକାର ଗଣତନ୍ତ୍ରକୁ ଧମକ ଦିଆଯାଇଥିବା ସତ୍ତ୍ୱେ ଏହା ନିଜର ଦୃଢ଼ତାକୁ ପ୍ରମାଣିତ କରିଛି। ଟ୍ରମ୍ପ୍‌ଙ୍କ ଅସାଧୁ ଉଦ୍ୟମ ଉପରେ ଆଇନର ଶାସନ, ଆମ ସମ୍ବିଧାନ ଓ ଲୋକଙ୍କ ଇଚ୍ଛାର ବିଜୟ ହୋଇଛି। ଆମେରିକାର ଆମତ୍ାକୁ ନେଇ ଏହି ଯୁଦ୍ଧରେ ଗଣତନ୍ତ୍ର ଜିତିଛି। ବର୍ତ୍ତମାନ ପୃଷ୍ଠା ଲେଉଟାଇବା ସମୟ ଆସିଛି। ସମସ୍ତଙ୍କୁ ଏକତ୍ରିତ ଓ ଉପଶମ କରିବାର ବେଳ ଆସିଛି।

ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପୁଟିନ

ଶେଷରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବାଇଡେନ୍‌ଙ୍କ ବିଜୟର ୬ ସପ୍ତାହ ପରେ ମଙ୍ଗଳବାର ଇଲେକ୍ଟୋରାଲ କଲେଜ ଏନେଇ ଆନୁଷ୍ଠାନିକ ଘୋଷଣା କରିଛି। ପୂର୍ବରୁ କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଥିଲା ଯେ, ବିଧିବଦ୍ଧ ଭାବେ ତାଙ୍କ ବିଜୟ ନେଇ ଘୋଷଣା କରାଯିବା ପରେ ହିଁ ଶୁଭେଚ୍ଛା ଜଣାଇବା ଉଚିତ ହେବ। ତେଣୁ ବିଜେତାଙ୍କୁ ପୁଟିନ ଅଭିନନ୍ଦନ ଜଣାଇବା ପୂର୍ବରୁ ଅପେକ୍ଷା କରିବେ। ମଙ୍ଗଳବାର ପୁଟିନ ପ୍ରେସିଡେଣ୍ଟ ଇଲେକ୍ଟ ବାଇଡେନଙ୍କ ସଫଳତା କାମନା କରିଛନ୍ତି। ତାଙ୍କ କାର୍ଯ୍ୟକାଳରେ ରୁଷିଆ ଓ ଆମେରିକାର ସମ୍ପର୍କ ସୁଦୃଢ଼ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri