ଅନ୍ତର୍ଜାତୀୟ

ହସ୍ପିଟାଲରେ ଲାଗିଲା ନିଆଁ: ଭୟଭୀତ ନ ହୋଇ ହାର୍ଟ ସର୍ଜରୀ ଶେଷ କଲେ ଡାକ୍ତର

ମସ୍କୋ,୩।୪: ଡାକ୍ତର ଭଗବାନଙ୍କ ସଦୃଶ। ରୋଗୀଙ୍କ ଜୀବନ ବଞ୍ଚାଇବାରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୁଷିଆରେ ଏକ ହସ୍ପିଟାଲରେ ନିିଆଁ ଲାଗିଯାଇଥିଲା। ସେହି ସମୟରେ ହସ୍ପିଟାଲରେ ଜଣେ ରୋଗୀଙ୍କ ଓପନ ହାର୍ଟ ସର୍ଜରୀ ହେଉଥିଲା। ୮ ଜଣିଆ ଡାକ୍ତରୀଦଳ ରୋଗୀଙ୍କୁ ଛାଡ଼ି…

ତାଇଓ୍ବାନ୍‌ରେ ଟ୍ରେନ୍‌ ଲାଇନଚ୍ୟୁତ: ୪୮ ମୃତ

ତାଇପେଇ, ୩।୪(ଆଇଏଏନ୍‌ଏସ୍‌): ତାଇଓ୍ବାନ୍‌ର ହୁଆଲିଏନ୍‌ରେ ଶୁକ୍ରବାର ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରେନ୍‌ ଲାଇନଚ୍ୟୁତ ହେବାରୁ ଏଭଳି ଭୟାବହ ଦୁର୍ଘଟଣା ଘଟିଛି। ଉକ୍ତ ଲାଇନକୁ ମରାମତି କରିବାକୁ ୭ ଦିନ ଲାଗିଯିବ ବୋଲି ରେଳ କର୍ତ୍ତୃପକ୍ଷ କହିଛନ୍ତି।…

୪୩ ଶିଶୁଙ୍କ ଜୀବନ ନେଲାଣି ସେନା

ନାପିତାଉ,୩ା୪: ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କ କ୍ଷମତା ଅପହରଣ କରି ନୋବେଲ ବିଜୟିନୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କୁ ଜେଲ୍‌ରେ ପୂରାଇବାର ୨ ମାସ ମଧ୍ୟରେ ୫୩୬ ଜଣଙ୍କ ଜୀବନ ନେଲାଣି ମ୍ୟାନ୍‌ମାର ସେନା। ମୃତକଙ୍କ ମଧ୍ୟରେ ଅନୂ୍ୟନ ୪୩…

ତୁମେ କରୋନାକୁ ଛକା ମାରିପାରିବ ମୋର ବିଶ୍ୱାସ ଅଛି

ନୂଆଦିଲ୍ଲୀ, ୨।୪ : କୋଭିଡ୍‌-୧୯ ଆକ୍ରାନ୍ତ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଆରୋଗ୍ୟ କାମନା କରିଛନ୍ତି ପୂର୍ବତନ ପାକିସ୍ତାନ ପେସର ଓ୍ବାସିମ ଆକ୍ରମ। ଡାକ୍ତରଙ୍କ ପରାମର୍ଶ କ୍ରମେ ସଚିନ ମେଡିକାଲରେ ଭର୍ତ୍ତି ହୋଇଥିବା ଟୁଇଟ୍‌ କରି ପ୍ରଶଂସକଙ୍କୁ ଜଣାଇଥିଲେ। ଏହି ଟୁଇଟ୍‌କୁ…

ପାକିସ୍ତାନରୁ ୟୁକେ ଯିବା ଉପରେ କଟକଣା

ଲଣ୍ଡନ, ୨।୪ : ପାକିସ୍ତାନର କୌଣସି ନାଗରିକ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ) ଯାଇ ପାରିବେ ନାହିଁ। କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ ପାକିସ୍ତାନ ସମେତ କେନିୟା, ବାଂଲାଦେଶ ଓ ଫିଲିପାଇନ୍ସକୁ ରେଡ୍‌ ତାଲିକାରେ ସାମିଲ କରିବାକୁ ଯାଉଛି ୟୁକେ। ଏହି ଦେଶର ନାଗରିକଙ୍କ…

ତାଇଓ୍ବାନ୍‌ରେ ଟ୍ରେନ୍‌ ଦୁର୍ଘଟଣା: ୩୬ ଯାତ୍ରୀ ମୃତ, ୭୨ ଆହତ

ତାଇଓ୍ବାନ୍‌,୨।୪: ତାଇୱାନର ପୂର୍ବ ଉପକୂଳ ନିକଟରେ ଏକ ଟ୍ରେନ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଅତିକମରେ ୩୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୭୨ ଜଣ ଆହତ ହୋଇଥିଲେ। ରିପୋର୍ଟ ଅନୁଯାୟୀ ଟ୍ରେନରେ ୩୫୦ ଯାତ୍ରୀ ଥିଲେ। ଏକ ଟ୍ରକ…

ସ୍ୟୁ ଚୀଙ୍କ ବିରୋଧରେ ଗୋପନୀୟତା ଉଲ୍ଲଂଘନ ମାମଲା

ନାପିତାଉ,୨।୪: ମ୍ୟାନ୍‌ମାରର କ୍ଷମତାଚ୍ୟୁତ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀ ଏବଂ ତାଙ୍କର ୪ ଜଣ ସହଯୋଗୀଙ୍କ ବିରୋଧରେ ସରକାରୀ ଗୋପନୀୟତା ଆଇନ ଉଲ୍ଲଂଘନ ମାମଲା ରୁଜୁ ହୋଇଥିବା ତାଙ୍କ ଓକିଲ ଗୁରୁବାର ସୂଚନା ଦେଇଛନ୍ତି। ୩ ସପ୍ତାହ ପୂର୍ବରୁ ୟାଙ୍ଗୁନ୍‌ର…

ବିବାଦରେ ଗ୍ରେଟାଙ୍କ ପ୍ରତିମୂର୍ତ୍ତି

ଲଣ୍ଡନ, ୨/୪: ସ୍ବିଡେନ ସାମାଜିକ କର୍ମୀ ତଥା ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ପ୍ରତିମୂର୍ତ୍ତି ବ୍ରିଟେନର ଓ୍ବିଞ୍ଚଷ୍ଟର ୟୁନିଭର୍ସିଟି ପରିସରରେ ସ୍ଥାପନ ହେବାକୁ ନେଇ ବିବାଦ ଦେଖାଦେଇଛି। ସ୍ଥିରତା ଏବଂ ପ୍ରତିବଦ୍ଧତାର ପ୍ରତିଫଳନ ଉଦ୍ଦେଶ୍ୟରେ ଗ୍ରେଟାଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିବା ୟୁନିଭର୍ସିଟି…

୧୪ ଫୁଟ୍‌ ଉଚ୍ଚରୁ ଦୁଇ ଶିଶୁଙ୍କୁ ଫିଙ୍ଗି ଦେଲେ

ଓ୍ବାଶିଂଟନ,୧।୪: ଆମେରିକା-ମେକ୍ସିକୋ ସୀମାରେ ୧୪ ଫୁଟ୍‌ ବିଶିଷ୍ଟ କାନ୍ଥ ଉପରୁ ଦୁଇ ଇକ୍ୱାଡର ଶିଶୁକନ୍ୟାଙ୍କୁ ଫୋପାଡ଼ି ଦେଇଛନ୍ତି ଦୁର୍ବୃତ୍ତ। ସେମାନଙ୍କୁ ଆମେରିକାର କଷ୍ଟମ ଓ ସୀମା ସୁରକ୍ଷା (ସିବିପି) ଅଧିକାରୀ ଉଦ୍ଧାର କରିଛନ୍ତି। ଜଣଙ୍କ ବୟସ ୫ ବର୍ଷ ହୋଇଥିବାବେଳେ ଅନ୍ୟ…

କାର୍‌ ଭିତରେ ବସିଥିଲେ ଦମ୍ପତି, ହଠାତ୍‌ ୫୦ ଫୁଟ ଉପରୁ ଖସିଲା ବରଫଖଣ୍ଡ; ଆଉ ତା’ ପରେ…

ସେଣ୍ଟପିଟରସବର୍ଗ,୧।୪: କ୍ୟାମେରାରେ କଏଦ ହୋଇଥିବା ଏକ ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଭିଡିଓରେ ଦେଖିବାକୁ ମିଳିଛି ଏକ ଦମ୍ପତି କାର୍‌ରେ ଯାଉଥିଲେ। ହଠାତ୍‌ ୫୦ ଫୁଟ ଉପରୁ ଏକ ବିରାଟ ପଥରଖଣ୍ଡ ଖସିଲା। ଫଳରେ ତାଙ୍କ କାର୍‌ ଭାଙ୍ଗି…

ଷ୍ଟକ୍‌ ମାର୍କେଟରେ ବୁଡ଼ିଗଲା ଅର୍ଥ, ପରେ ଏମିତି ପଦକ୍ଷେପ ନେଲେ ଫ୍ୟାକ୍ଟ୍ରି କର୍ମଚାରୀ

ବେଜିଂ,୧।୪: ଚାଇନାର ଜଣେ ଫ୍ୟାକ୍ଟ୍ରି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। କାରଣ ଏହି କର୍ମଚାରୀ ଜଣକ ଷ୍ଟକ୍‌ ମାର୍କେଟରେ ୬ ଲକ୍ଷ ଟଙ୍କା ହରାଇଥିଲେ। ଏହା ପରେ ତାଙ୍କର ମାନସିକ ସ୍ଥିତି ଠିକ୍‌ ରହିଲା ନାହିଁ। ଫଳରେ ସେ ଫ୍ୟାକ୍ଟ୍ରିରେ ଥିବା ଷ୍ଟିଲ୍‌…

ପ୍ରଥମ ଦେଶ ଭାବେ ଜୀବଜନ୍ତୁଙ୍କ ପାଇଁ କରୋନା ଟିକା ପ୍ରସ୍ତୁତ କଲା ରୁଷିଆ

ମସ୍କୋ,୧।୪: ଗତ ବର୍ଷ ଅଗଷ୍ଟରେ ରୁଷିଆ ବିଶ୍ୱରେ ପ୍ରଥମ କରୋନା ଟିକା ଆରମ୍ଭ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ପୁଣି ଥରେ ପ୍ରଥମ ଦେଶଭାବେ ଜୀବଜନ୍ତୁଙ୍କ ପାଇଁ କରୋନା ଟିକା ପ୍ରସ୍ତୁତ କରିଛି ରୁଷିଆ। ରୁଷିଆରେ କୃଷି ସଂଗଠନ ରୋସେଲଖୋଜନାଡଜୋରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri