ବାପାଙ୍କ ରାସ୍ତାରେ ଯିବେ କି ସାରା

ମାନିଲା, ୨୦ା୯: କାର୍ଯ୍ୟକାଳ ସରିଆସୁଥିଲେ ବି କ୍ଷମତା ଛାଡ଼ିବାକୁ ନାରାଜ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁଟେର୍ଟେ। ଦ୍ୱିତୀୟ ପାଳି ପରେ ଜଣେ ଆଉଥରେ ଦେଶର ଶାସନ ମୁଖ୍ୟ ହେବା ପାଇଁ ନିୟମ ନ ଥିବାରୁ ଉପ-ରାଷ୍ଟ୍ରପତି ପଦରେ ରହିବାକୁ ଗୋଟି ଚଳାଇଛନ୍ତି ୭୬ ବର୍ଷୀୟ ରୋଡ୍ରିଗୋ। ତାଙ୍କ ନିର୍ଦ୍ଦେଶରେ ଚାଲୁଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରପତି କରି କଣ୍ଢେଇ ସଜାଇ କ୍ଷମତା ଡୋର ନିଜ ହାତରେ ରଖିବାକୁ ସେ ଉଦ୍ୟମ ଚଳାଇଥିବାବେଳେ ତାଙ୍କ ଝିଅ ସାରା ଦୁଟେର୍ଟେ ବାପାଙ୍କ ସ୍ଥାନ ନେବା ପାଇଁ ମୁଖ୍ୟ ଦାବିଦାର ହୋଇଛନ୍ତି। ୪୩ ବର୍ଷୀୟା ସାରା ହେଉଛନ୍ତି ଡାଭାଓ ସିଟିର ମେୟର।
ସମର୍ଥନ ହାସଲରେ ମାହିର ସାରା ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ନିର୍ବାଚନରେ ବିଜୟୀ ହେବାର ସମ୍ଭାବନା ଅଧିକ ରହିଥିବା ବିଶେଷଜ୍ଞ ମତ ରଖିଛନ୍ତି। ସେପଟେ ବାପ-ଝିଅଙ୍କଠାରୁ ଆସନ ଛଡ଼ାଇ ଆଣିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବକ୍ସିଂ ଷ୍ଟାର ମେନି ପାକ୍ୟୁଓ।
ସେ ରବିବାର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି।
ତଳେ ରୋଡ୍ରିଗୋ ରାଷ୍ଟ୍ରପତି ହେବା ପୂର୍ବରୁ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସାରା। ଏକ ଜବରଦଖଲ ଉଚ୍ଛେଦ ଅଭିଯାନ ପାଇଁ ଡାଭାଓ ମେୟର ଭାବେ ସାରାଙ୍କ ନିର୍ଦ୍ଦେଶକୁ ଜଣେ ସ୍ଥାନୀୟ ଅଫିସର ଅଣଦେଖା କରିବା ସହ କାମ ବିଳମ୍ବ ହେବାରୁ ଗଣମାଧ୍ୟମ ତଥା ସର୍ବସାଧାରଣଙ୍କ ସମ୍ମୁଖରେ ସେ ସମ୍ପୃକ୍ତ ଅଧିକାରୀଙ୍କୁ ୪ ଥର ଚାପୁଡ଼ା ମାରିଥିଲେ। ବାଇକ୍‌ ଲଭର ସାରା ବାପାଙ୍କ ପଦାଙ୍କ ଅନୁସରଣ କରି ମାନିଲାର ମାଲାକାନାଙ୍ଗ ପ୍ୟାଲେସ୍‌କୁ ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ହେଲେ ଏ ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ନିଜ ନାଁ ଘୋଷଣା କରି ନାହାନ୍ତି। ଏହା ସତ୍ତ୍ୱେ ଅନେକ ସ୍ଥାନରେ ‘ରନ୍‌ ସାରା ରନ୍‌’ ଲେଖାଥିବା ବ୍ୟାନର ସାରାଙ୍କ ଲୋକପ୍ରିୟତାକୁ ଦର୍ଶାଉଛି। ପଲ୍‌ସ ଏସିଆ ରିସର୍ଚ୍ଚ ଆକଳନ ଅନୁସାରେ ଯେ କୌଣସି ପାର୍ଟିର ପ୍ରାର୍ଥୀଙ୍କୁ ହରାଇବାରେ ସାରା ବେଶ ଦକ୍ଷ।
ଏକଦା ଏସିଆ ମହାଦେଶର ବିକାଶଶୀଳ ରାଷ୍ଟ୍ର ଭାବେ ପରିଗଣିତ ହେଉଥିବାବେଳେ କରୋନା ମହାମାରୀ ଯୋଗୁ ଏହାର ଅର୍ଥନୀତି ବେଶ୍‌ ପ୍ରଭାବିତ ହୋଇଛି। କୋଭିଡ୍‌ ପରିଚାଳନାରେ ରୋଡ୍ରିଗୋଙ୍କ ବିଫଳତା ନେଇ ଦେଶରେ ଜନଅସନ୍ତୋଷ ତେଜୁଛି। ଅନ୍ୟପକ୍ଷରେ ଡ୍ରଗ୍‌ସ ବିରୋଧୀ ଲଢ଼େଇ ବା ଓ୍ବାର ଅନ୍‌ ଡ୍ରଗ୍‌ସ ଅଭିଯାନ ନାଁରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା ନେଇ ମଧ୍ୟ ରୋଡ୍ରିଗୋଙ୍କ ଉପରେ ଅଙ୍ଗୁଳି ଉଠିଛି। ଗତ ସପ୍ତାହରେ ଅନ୍ତର୍ଜାତୀୟ ଆପରାଧିକ କୋର୍ଟ (ଆଇସିସି) ଏହାର ତଦନ୍ତ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ଆଇସିସି ବିଚାରପତିଙ୍କ ସହ ଦୁର୍ବ୍ୟବହାର ଓ ମାଡ଼ ମାରିବା ଭଳି ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି। ଏ ସବୁ ଭିତରେ ରୋଡ୍ରିଗୋ ଉପ-ରାଷ୍ଟ୍ରପତି ପଦରେ ରହି କ୍ଷମତା ଉପଭୋଗ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।

ଦୁଟେର୍ଟେଙ୍କୁ ମନାଇବା ପାଇଁ ଲଣ୍ଡା ହୋଇଥିଲେ

ସାରାଙ୍କ ପୂରା ନାମ ଜିମରମ୍ୟାନ ଦୁଟେର୍ଟେ କ୍ୟାପ୍ରିଓ। ଇନ୍ଦେ ସାରା ଭାବେ ପରିଚିତ ଏହି ରାଜନେତ୍ରୀ ଜଣେ ଓକିଲ ମଧ୍ୟ। ଡାଭିଗୋ ସିଟିର ମେୟର ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା। ପୂର୍ବରୁ ସେ ସେଠାରେ ଉପ-ମେୟର ରହିଥିଲେ। ୨୦୧୫ ଅକ୍ଟୋବରରେ ବାପା ରୋଡ୍ରିଗୋଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନାଇବାକୁ ଯାଇ ସେ ନିଜେ ନିଜର ମୁଣ୍ଡନ କରିଦେଇଥିଲେ। ୨୦୧୬ରେ ବାପାଙ୍କ ପରେ ସେ ଡାଭାଓ ସିଟି ପାଇଁ ମେୟର ପଦରେ ଲଢ଼ି ବିଜୟୀ ହୋଇଥିଲେ। ତାଙ୍କ ଓକିଲ ସହଯୋଗୀ ମ୍ୟାନ୍‌ସ ଆର୍‌. କାପ୍ରିଓଙ୍କୁ ସେ ବିବାହ କରିଛନ୍ତି। ଜଣେ ପୋଷ୍ୟା କନ୍ୟାଙ୍କୁ ମିଶାଇ ତାଙ୍କର ୩ ସନ୍ତାନ ରହିଛନ୍ତି। ସେ ଜଣେ ବଳାତ୍କାର ପୀଡ଼ିତା ବୋଲି ମଧ୍ୟ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?