ତାଲିବାନ୍‌ ମୁରବିବିହୀନ

କାବୁଲ/ନୂଆଦିଲ୍ଲୀ,୨୧ା୯: ଆଫଗାନିସ୍ତାନର ଉପପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ କାନ୍ଦାହାରରେ ପଣବନ୍ଦୀ କରି ରଖାଯାଇଛି ଏବଂ ତାଲିବାନ୍‌ ସୁପ୍ରିମ ଲିଡର ହିବାତୁଲ୍ଲା ଅଖୁନ୍ଦଜାଦା ନିହତ ହୋଇଛନ୍ତି। ତାଲିବାନ୍‌ର ଦୁଇ ଶୀର୍ଷ ନେତାଙ୍କୁ ନେଇ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏଭଳି ଖବର ଆସିବା ପରେ ହଟଚମଟ ସୃଷ୍ଟି ହୋଇଛି। ଏଥିସହ ଆଫଗାନିସ୍ତାନରେ ନେତୃତ୍ୱ ସଙ୍କଟ ଦେଖାଦେଇଛି।

ତାଲିବାନ୍‌ର ନୂଆ ସରକାର ଗଠନ ପାଇଁ ଆଲୋଚନା ବେଳେ ଆତଙ୍କବାଦୀ ସଙ୍ଗଠନ ହକ୍କାନି ନେଟ୍‌ଓ୍ବର୍କ ସହ ଉପପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କ ବିବାଦ ହୋଇଥିଲା। ଫଳରେ ହକ୍କାନି ନେଟ୍‌ଓ୍ବର୍କ ପକ୍ଷରୁ ତାଙ୍କ ଉପରକୁ ଗୁଳି ଚଳାଯାଇଥିଲା। ଏଥିରେ ବରାଦର ଆହତ ହୋଇଥିବା ଖବର ପ୍ରକାଶ ପାଇଥିଲା। ତେବେ ଉକ୍ତ ଖବରକୁ ବରାଦର ଏକ ଭିଡିଓ ମେସେଜ୍‌ ଜରିଆରେ ଖଣ୍ଡନ କରିଥିଲେ। କିନ୍ତୁ ଉକ୍ତ ଭିଡିଓରେ ସେ ସୁସ୍ଥ ଅଛନ୍ତି ବୋଲି ବାର୍ତ୍ତା ଦେବାବେଳେ ପଣବନ୍ଦୀ ଥିବା ନେଇ ବ୍ରିଟେନର ‘ଦି ସ୍ପେକ୍ଟାଟର’ ମାଗାଜିନ୍‌ରେ ପ୍ରକାଶ ପାଇଛି।
ବରାଦର ନିଜ ସମର୍ଥକ ଆଦିବାସୀ ନେତାମାନଙ୍କୁ ନେଇ ଏକ ବିଶାଳ ସଭା କରିଛନ୍ତି। ଉକ୍ତ ସଭାରେ ସେ ବାଧ୍ୟବାଧକତାରେ ଏକ ବିବୃତି ପଢ଼ୁଥିବା ଦେଖିବାକୁ ମିଳିଥିଲା। ତାଲିବାନ୍‌ ଦଖଲ କରିଥିବା ଆଫଗାନିସ୍ତାନର ସରକାରୀ ଟିଭି ଚ୍ୟାନେଲରେ ଏହା ପ୍ରସାରିତ ହୋଇଛି ବୋଲି ‘ଦି ସ୍ପେକ୍ଟାଟର’ରେ ପ୍ରକାଶ ପାଇଛି। ଏଥିରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ସରକାର ଗଠନ ନେଇ ହୋଇଥିବା ଆଲୋଚନାରେ ବରାଦର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। କାରଣ ସେ ରାଷ୍ଟ୍ରପତି ହେବାକୁ ଚାହୁଁଥିବାବେଳେ ଉପପ୍ରଧାନମନ୍ତ୍ରୀ ପଦ ପାଇଛନ୍ତି। ହକ୍କାନିମାନଙ୍କ ଯୋଗୁ ତାଙ୍କୁ ଏଭଳି କ୍ଷତି ସହିବାକୁ ପଡ଼ିଛି। ସେହିପରି ଆଫଗାନିସ୍ତାନର ସଂଖ୍ୟାଲଘୁମାନଙ୍କୁ ସରକାରରେ ସାମିଲ କରାଯାଉ ଏବଂ ତାଲିବାନ୍‌ ପତାକା ସହ ଦେଶର ଜାତୀୟ ପତାକା ଉଡ଼ୁ ବୋଲି ସେ ଚାହୁଁଥିଲେ। କିନ୍ତୁ ହକ୍କାନି ନେଟ୍‌ଓ୍ବର୍କ ଏହାକୁ ବିରୋଧ କରିବାରୁ ତାଙ୍କ ଇଚ୍ଛାକୁ ସମ୍ମାନ ଦିଆଯାଇ ନାହିଁ। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣରୁ ହକ୍କାନି ନେଟ୍‌ଓ୍ବର୍କ କ୍ରୋଧିତ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଉକ୍ତ ବୈଠକରେ ଖଲିଲ ଉଲ୍‌ ହକ୍କାନି ନିଜ ଆସନରୁ ହଠାତ୍‌ ଉଠିଯାଇ ବରାଦରଙ୍କ ମୁହଁରେ ମୁଥ ମାରିଥିଲେ। ଫଳରେ ବରାଦର ଓ ହକ୍କାନିଙ୍କ ସମର୍ଥକଙ୍କ ମଧ୍ୟରେ ହିଂସାମତ୍କ ସଂଘର୍ଷ ହୋଇଥିଲା। ଏପରି କି ସେଠାରେ ଥିବା ଆସବାବପତ୍ର ଓ ଗରମ ଚା ମଧ୍ୟ ଫିଙ୍ଗାଫିଙ୍ଗି ହୋଇଥିଲା ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଅନ୍ୟ କେତେକ ରିପୋର୍ଟରେ କୁହାଯାଇଛି ଯେ, ଆଲୋଚନା ବେଳେ ସଂଘର୍ଷ ହୋଇଥିଲା। ଗୁଳିମାଡ଼ରେ କେତେଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକ୍ରମ ସମ୍ପର୍କରେ ଅବଗତ ଥିବା କେତେଜଣଙ୍କ କହିବା ଅନୁସାରେ ପାକିସ୍ତାନର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଫଇଜ୍‌ ହମିଦ୍‌ ହକ୍କାନିଙ୍କୁ ସମର୍ଥନ କରିବା ପାଇଁ କାବୁଲକୁ ଯାଇଥିଲେ। ପୂର୍ବରୁ ବରାଦର ପାକିସ୍ତାନ ଜେଲରେ ବନ୍ଦୀ ଥିଲେ। କାତାର ରାଜଧାନୀ ଦୋହାରେ ଶାନ୍ତି ଆଲୋଚନାରେ ଭାଗନେବା ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବରାଦରଙ୍କୁ ମୁକ୍ତ କରିବା ଲାଗି ବ୍ୟବସ୍ଥା କରିଥିଲେ। ପାକିସ୍ତାନର ଅନୁଗତମାନଙ୍କୁ ତାଲିବାନ୍‌ ସରକାରରେ ବଡ଼ ଭୂମିକା ଦେବା ପାଇଁ ଆଇଏସ୍‌ଆଇ ମୁଖ୍ୟ ସୁନିଶ୍ଚିତ କରିଥିଲେ।
ସେହିପରି ତାଲିବାନ୍‌ ମୁଖ୍ୟ ହିବାତୁଲ୍ଲା ଅଖୁନ୍ଦଜାଦା କେଉଁଠି ଅଛନ୍ତି ତାହା ମଧ୍ୟ କାହାକୁ ଜଣାନାହିଁ। ଅଖୁନ୍ଦଜାଦା ଖୁବ୍‌ଶୀଘ୍ର ସାମ୍ନାକୁ ଆସିବେ ବୋଲି ତାଲିବାନ୍‌ ଥରକୁ ଥର ପ୍ରତିଶ୍ରୁତି ଦେଇଆସିଛି। କିନ୍ତୁ ତାଲିବାନ୍‌ କାବୁଲ ଦଖଲ କରିବାର ମାସକ ପରେ ବି ସେ ଥରୁଟିଏ ହେଲେ ଲୋକଲୋଚନକୁ ଆସିନାହାନ୍ତି। ତେଣୁ ଅଖୁନ୍ଦଜାଦାଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ‘ଦି ସ୍ପେକ୍ଟାଟର’ ଦାବି କରିଛି। ପ୍ରଧାନମନ୍ତ୍ରୀ ମୁଲ୍ଲା ହାସନ ଅଖୁନ୍ଦଙ୍କୁ ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ କରାଯାଇଛି। କିନ୍ତୁ ତାଙ୍କ ହାତରେ କିଛି କ୍ଷମତା ନାହିଁ। ଏହାର ତାତ୍ପର୍ଯ୍ୟ ହେଉଛି ୨୦ ବର୍ଷ ପୂର୍ବର ତାଲିବାନ୍‌ ଆଉ ନାହିଁ। ଦେଶରେ ବଳ ବଢ଼ାଇ ଚାଲିଥିବା ହକ୍କାନିମାନଙ୍କ ଯୋଗୁ ତାଲିବାନ୍‌ ପାଇଁ ଶାସନ କରିବା ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ବରାଦରଙ୍କୁ ଆକ୍ରମଣ କରିଥିବା ଆମତ୍ଘାତୀ ଲଢ଼ୁଆଙ୍କୁ ପ୍ରଶଂସା କରିଥିଲେ। ତାଙ୍କ କାକା ଖଲିଲ ହକ୍କାନି ମଧ୍ୟ ଅନେକ ଥର ସର୍ବସାଧାରଣରେ ଅନ୍ତର୍ଜାତୀୟ ଜେହାଦର ମୂଲ୍ୟ ବୁଝାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri