ତାଲିବାନ୍‌ ମୁରବିବିହୀନ

କାବୁଲ/ନୂଆଦିଲ୍ଲୀ,୨୧ା୯: ଆଫଗାନିସ୍ତାନର ଉପପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ କାନ୍ଦାହାରରେ ପଣବନ୍ଦୀ କରି ରଖାଯାଇଛି ଏବଂ ତାଲିବାନ୍‌ ସୁପ୍ରିମ ଲିଡର ହିବାତୁଲ୍ଲା ଅଖୁନ୍ଦଜାଦା ନିହତ ହୋଇଛନ୍ତି। ତାଲିବାନ୍‌ର ଦୁଇ ଶୀର୍ଷ ନେତାଙ୍କୁ ନେଇ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏଭଳି ଖବର ଆସିବା ପରେ ହଟଚମଟ ସୃଷ୍ଟି ହୋଇଛି। ଏଥିସହ ଆଫଗାନିସ୍ତାନରେ ନେତୃତ୍ୱ ସଙ୍କଟ ଦେଖାଦେଇଛି।

ତାଲିବାନ୍‌ର ନୂଆ ସରକାର ଗଠନ ପାଇଁ ଆଲୋଚନା ବେଳେ ଆତଙ୍କବାଦୀ ସଙ୍ଗଠନ ହକ୍କାନି ନେଟ୍‌ଓ୍ବର୍କ ସହ ଉପପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କ ବିବାଦ ହୋଇଥିଲା। ଫଳରେ ହକ୍କାନି ନେଟ୍‌ଓ୍ବର୍କ ପକ୍ଷରୁ ତାଙ୍କ ଉପରକୁ ଗୁଳି ଚଳାଯାଇଥିଲା। ଏଥିରେ ବରାଦର ଆହତ ହୋଇଥିବା ଖବର ପ୍ରକାଶ ପାଇଥିଲା। ତେବେ ଉକ୍ତ ଖବରକୁ ବରାଦର ଏକ ଭିଡିଓ ମେସେଜ୍‌ ଜରିଆରେ ଖଣ୍ଡନ କରିଥିଲେ। କିନ୍ତୁ ଉକ୍ତ ଭିଡିଓରେ ସେ ସୁସ୍ଥ ଅଛନ୍ତି ବୋଲି ବାର୍ତ୍ତା ଦେବାବେଳେ ପଣବନ୍ଦୀ ଥିବା ନେଇ ବ୍ରିଟେନର ‘ଦି ସ୍ପେକ୍ଟାଟର’ ମାଗାଜିନ୍‌ରେ ପ୍ରକାଶ ପାଇଛି।
ବରାଦର ନିଜ ସମର୍ଥକ ଆଦିବାସୀ ନେତାମାନଙ୍କୁ ନେଇ ଏକ ବିଶାଳ ସଭା କରିଛନ୍ତି। ଉକ୍ତ ସଭାରେ ସେ ବାଧ୍ୟବାଧକତାରେ ଏକ ବିବୃତି ପଢ଼ୁଥିବା ଦେଖିବାକୁ ମିଳିଥିଲା। ତାଲିବାନ୍‌ ଦଖଲ କରିଥିବା ଆଫଗାନିସ୍ତାନର ସରକାରୀ ଟିଭି ଚ୍ୟାନେଲରେ ଏହା ପ୍ରସାରିତ ହୋଇଛି ବୋଲି ‘ଦି ସ୍ପେକ୍ଟାଟର’ରେ ପ୍ରକାଶ ପାଇଛି। ଏଥିରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ସରକାର ଗଠନ ନେଇ ହୋଇଥିବା ଆଲୋଚନାରେ ବରାଦର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। କାରଣ ସେ ରାଷ୍ଟ୍ରପତି ହେବାକୁ ଚାହୁଁଥିବାବେଳେ ଉପପ୍ରଧାନମନ୍ତ୍ରୀ ପଦ ପାଇଛନ୍ତି। ହକ୍କାନିମାନଙ୍କ ଯୋଗୁ ତାଙ୍କୁ ଏଭଳି କ୍ଷତି ସହିବାକୁ ପଡ଼ିଛି। ସେହିପରି ଆଫଗାନିସ୍ତାନର ସଂଖ୍ୟାଲଘୁମାନଙ୍କୁ ସରକାରରେ ସାମିଲ କରାଯାଉ ଏବଂ ତାଲିବାନ୍‌ ପତାକା ସହ ଦେଶର ଜାତୀୟ ପତାକା ଉଡ଼ୁ ବୋଲି ସେ ଚାହୁଁଥିଲେ। କିନ୍ତୁ ହକ୍କାନି ନେଟ୍‌ଓ୍ବର୍କ ଏହାକୁ ବିରୋଧ କରିବାରୁ ତାଙ୍କ ଇଚ୍ଛାକୁ ସମ୍ମାନ ଦିଆଯାଇ ନାହିଁ। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣରୁ ହକ୍କାନି ନେଟ୍‌ଓ୍ବର୍କ କ୍ରୋଧିତ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଉକ୍ତ ବୈଠକରେ ଖଲିଲ ଉଲ୍‌ ହକ୍କାନି ନିଜ ଆସନରୁ ହଠାତ୍‌ ଉଠିଯାଇ ବରାଦରଙ୍କ ମୁହଁରେ ମୁଥ ମାରିଥିଲେ। ଫଳରେ ବରାଦର ଓ ହକ୍କାନିଙ୍କ ସମର୍ଥକଙ୍କ ମଧ୍ୟରେ ହିଂସାମତ୍କ ସଂଘର୍ଷ ହୋଇଥିଲା। ଏପରି କି ସେଠାରେ ଥିବା ଆସବାବପତ୍ର ଓ ଗରମ ଚା ମଧ୍ୟ ଫିଙ୍ଗାଫିଙ୍ଗି ହୋଇଥିଲା ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଅନ୍ୟ କେତେକ ରିପୋର୍ଟରେ କୁହାଯାଇଛି ଯେ, ଆଲୋଚନା ବେଳେ ସଂଘର୍ଷ ହୋଇଥିଲା। ଗୁଳିମାଡ଼ରେ କେତେଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକ୍ରମ ସମ୍ପର୍କରେ ଅବଗତ ଥିବା କେତେଜଣଙ୍କ କହିବା ଅନୁସାରେ ପାକିସ୍ତାନର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଫଇଜ୍‌ ହମିଦ୍‌ ହକ୍କାନିଙ୍କୁ ସମର୍ଥନ କରିବା ପାଇଁ କାବୁଲକୁ ଯାଇଥିଲେ। ପୂର୍ବରୁ ବରାଦର ପାକିସ୍ତାନ ଜେଲରେ ବନ୍ଦୀ ଥିଲେ। କାତାର ରାଜଧାନୀ ଦୋହାରେ ଶାନ୍ତି ଆଲୋଚନାରେ ଭାଗନେବା ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବରାଦରଙ୍କୁ ମୁକ୍ତ କରିବା ଲାଗି ବ୍ୟବସ୍ଥା କରିଥିଲେ। ପାକିସ୍ତାନର ଅନୁଗତମାନଙ୍କୁ ତାଲିବାନ୍‌ ସରକାରରେ ବଡ଼ ଭୂମିକା ଦେବା ପାଇଁ ଆଇଏସ୍‌ଆଇ ମୁଖ୍ୟ ସୁନିଶ୍ଚିତ କରିଥିଲେ।
ସେହିପରି ତାଲିବାନ୍‌ ମୁଖ୍ୟ ହିବାତୁଲ୍ଲା ଅଖୁନ୍ଦଜାଦା କେଉଁଠି ଅଛନ୍ତି ତାହା ମଧ୍ୟ କାହାକୁ ଜଣାନାହିଁ। ଅଖୁନ୍ଦଜାଦା ଖୁବ୍‌ଶୀଘ୍ର ସାମ୍ନାକୁ ଆସିବେ ବୋଲି ତାଲିବାନ୍‌ ଥରକୁ ଥର ପ୍ରତିଶ୍ରୁତି ଦେଇଆସିଛି। କିନ୍ତୁ ତାଲିବାନ୍‌ କାବୁଲ ଦଖଲ କରିବାର ମାସକ ପରେ ବି ସେ ଥରୁଟିଏ ହେଲେ ଲୋକଲୋଚନକୁ ଆସିନାହାନ୍ତି। ତେଣୁ ଅଖୁନ୍ଦଜାଦାଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ‘ଦି ସ୍ପେକ୍ଟାଟର’ ଦାବି କରିଛି। ପ୍ରଧାନମନ୍ତ୍ରୀ ମୁଲ୍ଲା ହାସନ ଅଖୁନ୍ଦଙ୍କୁ ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ କରାଯାଇଛି। କିନ୍ତୁ ତାଙ୍କ ହାତରେ କିଛି କ୍ଷମତା ନାହିଁ। ଏହାର ତାତ୍ପର୍ଯ୍ୟ ହେଉଛି ୨୦ ବର୍ଷ ପୂର୍ବର ତାଲିବାନ୍‌ ଆଉ ନାହିଁ। ଦେଶରେ ବଳ ବଢ଼ାଇ ଚାଲିଥିବା ହକ୍କାନିମାନଙ୍କ ଯୋଗୁ ତାଲିବାନ୍‌ ପାଇଁ ଶାସନ କରିବା ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ବରାଦରଙ୍କୁ ଆକ୍ରମଣ କରିଥିବା ଆମତ୍ଘାତୀ ଲଢ଼ୁଆଙ୍କୁ ପ୍ରଶଂସା କରିଥିଲେ। ତାଙ୍କ କାକା ଖଲିଲ ହକ୍କାନି ମଧ୍ୟ ଅନେକ ଥର ସର୍ବସାଧାରଣରେ ଅନ୍ତର୍ଜାତୀୟ ଜେହାଦର ମୂଲ୍ୟ ବୁଝାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?