ଚାଇନାର ଆଣବିକ ଅସ୍ତ୍ର ଦେଖି ଆମେରିକା ଛାନିଆ

ଓ୍ବାଶିଂଟନ,୭ା୧: ଆମେରିକା ପ୍ରତିରକ୍ଷା ବିଭାଗର ଏକ ରିପୋର୍ଟରେ କୁହାଯାଇଛି, ଚାଇନା ଆଣବିକ ଅସ୍ତ୍ରକୁ ଖୁବ୍‌ ଶୀଘ୍ର ବଢ଼ାଇ ଦେଇଛି। ଏନେଇ ଆମେରିକା ଚିନ୍ତାରେ ପଡ଼ିଛି। ତେବେ ଗତବର୍ଷର ସାଟେଲାଇଟ୍‌ ଫଟୋ ସାହାଯ୍ୟରେ ଆମେରିକା ଏହି ନୂତନ ସୂଚନାକୁ ସାର୍ବଜନୀନ କରିଛି। ଏହି ରିପୋର୍ଟରେ ଦର୍ଶାଯାଇଛି, ଚାଇନା ପରମାଣୁ ଅସ୍ତ୍ରଶସ୍ତ୍ରକୁ ନାଟକୀୟ ଭାବେ ବୃଦ୍ଧି କରୁଛି।

ରିପୋର୍ଟ ଅନୁଯାୟୀ, ଆଣବିକ ଅସ୍ତ୍ର ସମ୍ବନ୍ଧରେ ଚାଇନା ତା’ର ଆଭିମୁଖ୍ୟ ବିସ୍ତାର କରୁଛି। ଅକ୍ଟୋବରରେ ପିପୁଲ୍ସ ଲିବରେଶନ ଆର୍ମି (PLA) ଏକ ସ୍ପେସ ଆଧାରିତ ଆଣବିକ ଅସ୍ତ୍ର ପରୀକ୍ଷା କରିଥିଲା। ଏହା ମଧ୍ୟ ସୂଚାଇ ଦେଇଛି ଯେ, ଆମେରିକାର ସୀମିତ କ୍ଷମତା ବିଶିଷ୍ଟ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ପ୍ରତିହତ କରିବା ପାଇଁ ଏହା ଅନ୍ୟ ଅସ୍ତ୍ରଶସ୍ତ୍ର ଉପରେ ମଧ୍ୟ କାର୍ଯ୍ୟ କରୁଛି।

ଚାଇନା ସର୍ବଦା ରୁଷିଆ ଏବଂ ଆମେରିକା ଅପେକ୍ଷା ଛୋଟ ଆଣବିକ ଅସ୍ତ୍ର ତିଆରି କରିଆସୁଛି। ଚାଇନା ଏହାକୁ ସର୍ବନିମ୍ନ ନିରାକରଣର କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ବୋଲି କହିଛି। ଅର୍ଥାତ୍‌ ପ୍ରତିବାଦ ପାଇଁ ଚାଇନା ପାଖରେ ପର୍ଯ୍ୟାପ୍ତ ପରମାଣୁ ଅସ୍ତ୍ର ଅଛି। ଚାଇନା ଆଣବିକ ଅସ୍ତ୍ର ନୀତି ନାହିଁ। ତାହା ହେଉଛି ସେ ପ୍ରଥମେ ଏହାକୁ ବ୍ୟବହାର କରିବ ନାହିଁ ଏବଂ କେବଳ ପ୍ରତିଶୋଧରେ କରିବ। ତେଣୁ ବର୍ତ୍ତମାନ ସମୟରେ ଚାଇନା ଆଣବିକ ଅସ୍ତ୍ରଶସ୍ତ୍ରର ଷ୍ଟକ୍‌ ବୃଦ୍ଧି କରିବା ଦ୍ୱାରା ଏହାର ନୀତି ଉପରେ ବିଶ୍ୱର ସନ୍ଦେହ ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆପାର୍ଟମେଣ୍ଟ ତଳୁ ମିଳିଲା ମୃତଦେହ

ଭୁବନେଶ୍ୱର,୧୩।୭: ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ।…

ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ପରିବର୍ତ୍ତନ! ମାତ୍ର ୬୭୩ ଟଙ୍କାରେ ମିଳିବ ଗ୍ୟାସ, ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଲୀ, ୧୩।୭: ଯଦି ଆପଣ ଛାତ୍ରୀଛାତ୍ର, ଭଡ଼ା ଘରେ ରହୁଛନ୍ତି କିମ୍ବା ଆପଣଙ୍କର କୌଣସି ଛୋଟ କ୍ୟାଫେ ବା ଷ୍ଟଲ ରହିଛି, ତେବେ ଆପଣଙ୍କ ପାଇଁ ଏକ…

ଛେଳି ଚରାଇବାକୁ ଯାଇଥିଲେ ଫଗନୁ: ପଛପଟୁ ଆକ୍ରମଣ କଲା ଭାଲୁ: ଆଉ ତା’ପରେ ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝରିଗାଁ, ୧୩।୭(କିଶୋର ଚନ୍ଦ୍ର ମଣ୍ଡଳ): ଜଙ୍ଗଲ ନଷ୍ଟ, ହିଂସ୍ରଜନ୍ତୁ ଏବେ ଗାଁ ମୁହାଁ। ଖାଦ୍ୟ ଅନ୍ବେଷଣରେ ଥିବା ମାଇ ଭାଲୁ ଏବେ ରକ୍ତମୁଖା l ଏହା ଦେଖିବାକୁ…

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ ଭାଲୁ ବୁଟୁରା ନାଳରେ କୁମ୍ଭୀର

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାତୀନଦୀର ପିଲାସ ଗାଁ ଘାଟ ନିକଟରେ ଗତ କିଛି ଦିନ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଥିବାବେଳେ…

ICC ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ ହେଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ପକ୍ଷରୁ ଜୁନ ମାସ ପାଇଁ ‘ପ୍ଲେୟାର ଅଫ ଦ ମନ୍ଥ’ (Player of the Month) ମନୋନୟନ ତାଲିକା…

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ଜିମ କେନ୍ଦ୍ର: ନିମ୍ନମାନର କାମ ନେଇ ତେଜୁଛି ଅସନ୍ତୋଷ

କେସିଙ୍ଗା, ୧୩.୭.(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପଖାନ ବନ୍ଦ ନିକଟରେ ଏକ ଖୋଲା ଜିମ କେନ୍ଦ୍ର ନିର୍ମାଣାଧୀନ ରହିଛି। ଖୋଲା…

ବେଲଘର ବନବିଭାଗର ଚଢ଼ାଉ; ୨ ଶିକାରୀଙ୍କୁ ମାଡ଼ି ବସିଲା ପେଟ୍ରୋଲିଂ ଟିମ୍

ତୁମୁଡ଼ିବନ୍ଧ, ୧୪।୭ (ଦୀପକ କୁମାର ପାରସେଠ): କନ୍ଧମାଳ ଜିଲାର ବେଲଘର ବନାଞ୍ଚଳରେ ବନବିଭାଗ ପକ୍ଷରୁ କରାଯାଇଥିବା ରାତିର  ପାଟ୍ରୋଲିଂ ବେଳେ ୨ ଜଣ ଶିକାରୀଙ୍କୁ ଗିରଫ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri