କେଶ ଝଡ଼ିବା ଓମିକ୍ରନ୍‌ର ନୂଆ ଲକ୍ଷଣ, ସାବଧାନ !…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୬।୧ : କେଶ ଝଡ଼ିବା ସମସ୍ୟା ଅତି ସାଧାରଣ। କିନ୍ତୁ ଏନେଇ ଏବେ ସାବଧାନ ରହିବାକୁ ପଡ଼ିବ। ଏହା କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ରେ ଆକ୍ରାନ୍ତ ହେବାର ଲକ୍ଷଣ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି। ସମସ୍ତଙ୍କୁ ଜଣା ଯେ କରୋନା ସଂକ୍ରମଣ ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।

ଏହାର ଲକ୍ଷଣ ମଧ୍ୟରେ, ଜ୍ୱର, କାଶ, ନିଶ୍ୱାସ ନେବାରେ ଅସୁବିଧା ଏବଂ ଗନ୍ଧ କିମ୍ବା ସ୍ବାଦର କ୍ଷମତା ନଷ୍ଟ ହେବା ଆଦି ରହିଛି। ଏପରିକି ଅନେକଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ମଧ୍ୟ ପ୍ରକାଶ ପାଇ ନ ଥାଏ। ମାତ୍ର ଗବେଷଣାରୁ ଜଣାପଡିଛି ଯେ କରୋନାର ଦୁଇଟି ନୂତନ ଲକ୍ଷଣ ଆକ୍ରାନ୍ତଙ୍କଠାରେ ଦେଖାଯାଉଛି ।

ଓମିକ୍ରନ୍‌ ଆକ୍ରାନ୍ତଙ୍କଠାରେ ‘ଲାଲ ରଙ୍ଗର ଆଖି’ ଅବା କେଶ ଝଡ଼ିବା ଲକ୍ଷଣ ଦେଖିବାକୁ ମିଳୁଛି ବୋଲି ଗଷେକ ସୂଚନା ଦେଇଛନ୍ତି। କରୋନା ଭୂତାଣୁ ଆଞ୍ଜିଓଟେନସିନ-କନଭର୍ଟିଙ୍ଗ ଏନଜାଇମ-୨ (ଏସିଇ-୨) ନାମକ ଏକ ଏନଜାଇମ ମାଧ୍ୟମରେ ସୁସ୍ଥ ଲୋକଙ୍କଠାରେ ପ୍ରବେଶ କରିଥାଏ। ଏଥି ସହିତ, ବର୍ତ୍ତମାନ ଡାକ୍ତରମାନେ ମଧ୍ୟ ସନ୍ଦେହ କରୁଛନ୍ତି ଯେ କରୋନା ଆଖି ମାଧ୍ୟମରେ ଶରୀରରେ ପ୍ରବେଶ କରୁଛି।

ବିଶେଷଜ୍ଞମାନେ କୁହନ୍ତି ଯେ ଯେତେବେଳେ କରୋନା ଏସିଇ-୨ ଏନଜାଇମ ମାଧ୍ୟମରେ ଶରୀରରେ ପ୍ରବେଶ କରେ ଏହାକୁ ଲୋକେ ଏକ ସାଧାରଣ ଭାଇରାଲ ସଂକ୍ରମଣ ବୋଲି ଭାବିଥାନ୍ତି। ରିପୋର୍ଟ ଅନୁଯାୟୀ, ଆଖିରେ ପ୍ରବେଶ କରିବା ପରେ କରୋନାଭାଇରସ ରେଟିନା ଏବଂ ଏପିଥେଲିଆଲ କୋଷିକା ସଂକ୍ରମିତ କରିଥାଏ। ଏହି ଉଭୟ କୋଷିକାଗୁଡ଼ିକ ଆଖିର ଅଂଶ ଏବଂ ଆଖିପତାକୁ ଧଳା କରିବା ପାଇଁ କାର୍ଯ୍ୟ କରିଥାନ୍ତି। ଏହା କରୋନାର ଏକ ନୂତନ ଲକ୍ଷଣ।

ଏହାଯୋଗୁ କେବଳ ଆଖି ଲାଲ ହୋଇଯାଏ ନାହିଁ, ବରଂ ଫୁଲିଯାଇ ଆଖିରୁ ପାଣି ବୋହିବା ସହିତ ଯନ୍ତ୍ରଣା ମଧ୍ୟ ଆରମ୍ଭ ହୋଇଥାଏ। କରୋନାର ଏହି ନୂତନ ଲକ୍ଷଣ ଉପରେ ବର୍ତ୍ତମାନ ଗବେଷଣା ଚାଲିଛି। ଆମେରିକୀୟ ଏକାଡେମୀ ଅଫ ଡର୍ମାଟୋଲୋଜି ଆସୋସିଏଶନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ, ଏହି ଲକ୍ଷଣ ଜ୍ୱର ଯୋଗୁ ମଧ୍ୟ ହୋଇପାରେ।

ଅପରପକ୍ଷରେ କେଶ ଝଡିବା ସାଧାରଣତ ଜ୍ୱର କିମ୍ବା ଅସୁସ୍ଥତା ଯୋଗୁ ୨-୩ ମାସ ପର୍ଯ୍ୟନ୍ତ ଲାଗି ରହିଥାଏ। କୌଣସି ଶାରୀରିକ ସମସ୍ୟା ନଥିଲେ ମଧ୍ୟ ସୁସ୍ଥ ଦେଖାଯାଉଥିଲେ ବି ଯଦି କେଶଝଡ଼ା ଲାଗି ରହିଛି ତେବେ ଏହା ଅଣଦେଖା ନ କରିବାକୁ ଗବେଷକ କହିଛନ୍ତି। ଏହା କରୋନା ଭୂତାଣୁ ସଂକ୍ରମଣର କାରଣ ମଧ୍ୟ ହୋଇପାରେ। ଏପରି ପରିସ୍ଥିତିରେ ତୁରନ୍ତ କରୋନା ପରୀକ୍ଷା କରିବା ଆବଶ୍ୟକ । କରୋନା ଚିକିତ୍ସା ପରେ ୬ ରୁ ୯ ମାସ ମଧ୍ୟରେ ଆକ୍ରାନ୍ତଙ୍କ କେଶ ଝଡ଼ିବା ବନ୍ଦ ହୋଇଯାଏ ବୋଲି ଗବେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶ ସୁରକ୍ଷା ପାଇଁ ଲୋକଙ୍କୁ ନକଲି ବନ୍ଧୁକରେ ତାଲିମ…

କାଇଭ୍‌, ୩୧।୧ : ଅସ୍ତ୍ରବିରତି ଉଲ୍ଲଂଘନ ପରେ ମଧ୍ୟ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ରୁଷିଆ ସୈନ୍ୟ ସ୍ଥଳ ତଥା ସମୁଦ୍ରରେ...

ରୁଷିଆ ଓ ଆମେରିକା ମଧ୍ୟରେ ପୁଣି ହେବ ଟକ୍କର, ବ୍ଲାକ ସିରେ ପୁଣି ଆମେରିକା ଆରମ୍ଭ କଲା ଡ୍ରୋନ ସର୍ଭିଲାନ୍ସ ମିଶନ

ୱାଶିଂଟନ,୧୮ ।୩: ଆମେରିକା ଓ ରୁଷିଆ ମଧ୍ୟରେ ହୋଇଥିବା ତୁତୁମେମେ ଥମିବାର ନାଁ ନେଉନି । ସଂଯୁକ୍ତ ରାଜ୍ୟ ଆମେରିକା ବ୍ଲାକ ସି ଅଞ୍ଚଳରେ ସର୍ଭିଲାନ୍ସ...

ଶିକ୍ଷକଙ୍କୁ ୧୦୧ ଥର ଛୁରା ମାଡ଼ କଲେ ପୂର୍ବତନ ଛାତ୍ର

ବ୍ରୁସେଲ୍ସ(ବେଲଜିୟମ),୧୮।୩: ଜଣେ ୩୭ ବର୍ଷୀୟ ବ୍ୟକ୍ତି ପ୍ରାଇମେରି ସ୍କୁଲରେ ଥିଲା ବେଳେ ତାଙ୍କ ଶିକ୍ଷକ ଦ୍ୱାରା ଅପମାନିତ ହୋଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ୩...

୧,୪୪୮ କିଲୋମିଟର ପହଁରିବାରେ ପ୍ରଥମ ମହିଳା

ଲଣ୍ଡନ, ୨୧/୧୦:ନର୍ଥ ୟୋର୍କଶାୟର ଥିରସ୍କ ସହରର ଜସ୍ମିନ୍‌ ହାରିସନ୍‌ (୨୩) ବିଶ୍ୱର ପ୍ରଥମ ମହିଳା ଭାବେ ସର୍ବାଧିକ ୯୦୦ ମାଇଲ (୧୪୪୮ କିଲୋମିଟର) ପହଁରି ରେକର୍ଡ...

କରୋନା ଖାଇଯିବ ୮.୮ ଟ୍ରିଲିୟନ ଡଲାର

ନୂଆଦିଲ୍ଲୀ,୧୬ା୫(ପି.ଟି.): କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତିକୁ ୫.୮ରୁ ୮.୮ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡ଼ିପାରେ ବୋଲି ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ପକ୍ଷରୁ...

ଆମେରିକାକୁ ତାଲିବାନର ଚେତାବନୀ

କାବୁଲ,୨୯ ।୯: ଆଫଗାନିସ୍ତାନରେ ଶାସନକୁ ଫେରିବା ପରେ ତାଲିବାନ ଆମେରିକାକୁ ଚେତାବନୀ ଦେଇଛି । ଆମେରିକା ଦ୍ୱାରା ଆଫଗାନିସ୍ତାନ ବିମାନ ବନ୍ଦରରେ ଡ୍ରୋନ୍ ଉଡାଇବାକୁ ନେଇ...

ଜେଲେନସ୍କିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଳୋଚନା କଲେ ଜାପାନ ପ୍ରଧାନମନ୍ତ୍ରୀ

କିଭ୍‌,୨୨।୩: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୟୁକ୍ରେନ ଗସ୍ତ ଯାଇ କିଭ୍‌ରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ଉଭୟ ନେତା ଅନେକ...

ଚାଇନାର ସୋହାନ ଯୋଗ ଭାରତରେ ପ୍ରତିଷ୍ଠା କରିବାକୁ ଯାଉଛି ୩୦ ଟ୍ରେନିଂ ସେଣ୍ଟର

ନୂଆଦିଲ୍ଲୀ,୨୦।୧୦: ଚାଇନାର ସୋହାନ ଯୋଗ ଇନଷ୍ଟିଚ୍ୟୁଟ ଦେଶର ବିଭିନ୍ନ ରାଜ୍ୟରେ ୩୦ଟି ଟ୍ରେନିଂ ସେଣ୍ଟର ଖୋଲିବାକୁ ଯୋଜନା କରିଥିବା ସୂଚନା ମିଳିଛି। ଜମ୍ମୁ-କଶ୍ମୀର ଓ ଲଦାଖରେ...

Advertisement
Archives

Model This Week