ଚେର୍ନୋବିଲ୍‌ରୁ ତେଜସ୍କ୍ରିୟ ବିକିରଣ

ୟୁକ୍ରେନ୍‌ର ଚେର୍ନୋବିଲ ଆଣବିକ ପ୍ଲାଣ୍ଟରେ ୧୯୮୬ ଏପ୍ରିଲ ୨୬ରେ ଏକ ରିଆକ୍ଟରରେ ବିସ୍ଫୋରଣ ଘଟିବାରୁ ସାରା ୟୁରୋପରେ ରେଡିଓଆକ୍ଟିଭ ବିକିରଣ ଘଟିଥିଲା। ୨୦୧୭ରେ ନଷ୍ଟ ହୋଇଯାଇଥିବା ରିଆକ୍ଟରକୁ ସୁରକ୍ଷିତ ରଖିବା ଲାଗି ବ୍ୟବସ୍ଥା କରାଯାଇଥିଲା। ହେଲେ ଚେର୍ନୋବିଲ ଅଞ୍ଚଳରେ ରୁଷିଆର ତୀବ୍ର ସାମରିକ କାର୍ଯ୍ୟକଳାପ ଯୋଗୁ ପୁନଶ୍ଚ ବିକିରଣ ବିପଦକୁ ଡାକିଆଣିଛି।

କ୍ୱିଭ୍‌,୨୬ା୨: ୟୁକ୍ରେନ୍‌ର ଚେର୍ନୋବିଲ୍‌ ଆଣବିକ ପ୍ଲାଣ୍ଟକୁ ରୁଷିଆ କବ୍‌ଜା କରିବା ସହ ଉକ୍ତ ଅଞ୍ଚଳରେ ଭାରି ସାମରିକ ଯାନ ଚଳାଚଳ ବୃଦ୍ଧି ପାଇଛି। ଫଳରେ ଉକ୍ତ ପ୍ଲାଣ୍ଟ ଅଞ୍ଚଳରୁ ତେଜସ୍କ୍ରିୟ ଗାମା ରଶ୍ମି ବିକିରଣ ସ୍ତର ବୃଦ୍ଧି ପାଇଛି। ବିକିରଣର ପ୍ରକୃତ ସ୍ତର ସମ୍ପର୍କରେ ୟୁକ୍ରେନ୍‌ ଆଣବିକ ସଂସ୍ଥା ସବିଶେଷ ସୂଚନା ଦେଇ ନ ଥିଲେ ମଧ୍ୟ ତେଜସ୍କ୍ରିୟ ଧୂଳି ପ୍ରବଳ ମାତ୍ରାରେ ଉଠୁଥିବା କୁହାଯାଇଛି। ଗୁରୁବାର ରାତିରେ ଉକ୍ତ ଅଚଳ ଆଣିବିକ ପ୍ଲାଣ୍ଟର ସୁରକ୍ଷା ଦାୟିତ୍ୱରେ ଥିବା ୟୁକ୍ରେନ୍‌ ସୈନ୍ୟଙ୍କ ସହ ଘମାଘୋଟ ଲଢ଼େଇ ପରେ ରୁଷିଆ ସେନା ଏହାକୁ ଅକ୍ତିଆର କରିଥିଲା। କ୍ୱିଭ୍‌ଠାରୁ ୧୩୦ କିଲୋମିଟର ଉତ୍ତରରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ଆଣବିକ ପ୍ଲାଣ୍ଟ ରହିଛି। ଏହି ନିଷିଦ୍ଧାଞ୍ଚଳ ମଧ୍ୟରେ ରୁଷିଆ ସୈନ୍ୟବାହିନୀର ଓଜନଦାର ଯୁଦ୍ଧ ଉପକରଣ ପରିବହନ ଯୋଗୁ ଗାମା ବିକିରଣ ସ୍ତର ବୃଦ୍ଧି ପାଇଥିବା ସେଠାର ଆଣବିକ ରେଗୁଲେଟର ଇନ୍‌ସ୍ପେକ୍ଟୋରେଟ୍‌ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ୧୯୮୬ ଏପ୍ରିଲ୍‌ ୨୬ରେ ଚେର୍ନୋବିଲ୍‌ ଆଣବିକ ପ୍ଲାଣ୍ଟର ୪ ନମ୍ବର ରିଆକ୍ଟରରେ ତ୍ରୁଟି ଯୋଗୁ ବିପର୍ଯ୍ୟୟ ଘଟିଥିଲା। ଏହା ଇତିହାସର ଅନ୍ୟତମ ବଡ଼ ଆଣବିକ ବିପର୍ଯ୍ୟୟ ଥିଲା। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେବା ସହ ତେଜସ୍କ୍ରିୟ ରଶ୍ମି ପ୍ରଭାବରେ ଅନେକ କ୍ୟାନସରରେ ପୀଡ଼ିତ ହୋଇଥିଲେ। ଉକ୍ତ ଅଞ୍ଚଳରୁ ୩.୫ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri