ୟୁକ୍ରେନ୍‌ର ନେତୃତ୍ୱ ବଦଳାଇବାକୁ ପରାମର୍ଶ ଦେଲେ ପୁଟିନ

ମସ୍କୋ,୨୬।୨: ଆକ୍ରମଣର ଦ୍ୱିତୀୟ ଦିନରେ ରୁଷିଆ ସେନା ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ପ୍ରବେଶ କରିଛି। ଆମେରିକା, ବ୍ରିଟେନ୍‌ ସମେତ ୟୁରୋପୀୟ ସଂଘ ପକ୍ଷରୁ କଠୋର କଟକଣା ଘୋଷଣା ସତ୍ତ୍ୱେ ଏହା ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିପାରି ନାହିଁ। ରୁଷିଆ ସୈନ୍ୟ ୟୁକ୍ରେନ୍‌ର ଚେନୋବାଇଲ୍‌ ଆଣବିକ ଶକ୍ତି କେନ୍ଦ୍ରକୁ ଦଖଲ କରିବା ସହ କ୍ୱିଭ୍‌ ସମେତ ବିଭିନ୍ନ ସହରରେ ବୋମା ଓ କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି। ୟୁକ୍ରେନ୍‌ର ନେତୃତ୍ୱ ବଦଳାଇଦେବାକୁ ଇତିମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ସୈନ୍ୟବାହିନୀକୁ ପରାମର୍ଶ ଦେଇଛନ୍ତି। ୟୁକ୍ରେନ୍‌ ନେତୃତ୍ୱକୁ ପୁଟିନ୍‌ ଆତଙ୍କବାଦୀ, ନିଶାସକ୍ତ ଏବଂ ନାଜିବାଦୀ କହିବା ସହ ସେମାନଙ୍କୁ କ୍ଷମତାରୁ ହଟାଇଦେବାକୁ ପୁଟିନ ଏକ ଟେଲିଭିଜନ ବାର୍ତ୍ତାରେ ଆହ୍ବାନ ଦେଇଛନ୍ତି। ୟୁକ୍ରେନ୍‌ ସେନା ନିଜ ହାତକୁ କ୍ଷମତା ନେଲେ ସେମାନଙ୍କ ସହ ମସ୍କୋର ଭଲ ବୁଝାମଣା ହୋଇପାରିବ ବୋଲି ରୁଷିଆ ରାଷ୍ଟ୍ରପତି କହିଛନ୍ତି।
ରାଜଧାନୀ କ୍ୱିଭ୍‌ ସମେତ ୟୁକ୍ରେନ୍‌ର ଅନ୍ୟାନ୍ୟ ସହରରେ ରୁଷିଆ ସୈନ୍ୟ ତୁହାକୁ ତୁହା ବୋମାମାଡ଼ କରୁଥିବାରୁ ହଜାର ହଜାର ଲୋକ ଭୟରେ ଦେଶ ଛାଡ଼ି ପଳାଉଛନ୍ତି। ସେମାନେ ସୀମା ପାରହୋଇ ପଶ୍ଚିମରେ ଅବସ୍ଥିତ ପୋଲାଣ୍ଡ, ସ୍ଲୋଭାକିଆ, ହଙ୍ଗେରି, ରୋମାନିଆ ଓ ମୋଲଡୋଭାକୁ ଚାଲିଯାଉଛନ୍ତି। ପଡୋଶୀ ରାଷ୍ଟ୍ରଗୁଡ଼ିକ ସେମାନଙ୍କୁ ଖାଦ୍ୟ, ଆଶ୍ରୟ ଯୋଗାଇବା ସହ କୋଭିଡ୍‌ ପରୀକ୍ଷା ଆଦି କଟକଣାକୁ କୋହଳ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଭାବେ ଆମେରିକାରେ ରହୁଥିବା ୧୬୧ ଭାରତୀୟ ଫେରିବେ ସ୍ବଦେଶ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୫: ଆମେରିକାରେ ବେଆଇନ ଭାବେ ରହୁଥିବା ୧୬୧ ଭାରତୀୟ ଚଳିତ ସପ୍ତାହରେ ସ୍ବଦେଶ ଫେରିବେ। ସେମାନେ ଆମେରିକାର ଦକ୍ଷିଣ ସୀମାରେ ଥିବା ମେକ୍ସିକୋ ଦେଇ ପ୍ରବେଶ...

ପାକିସ୍ତାନ ସୀମାରେ ୧୨ରୁ ଅଧିକ ଆତଙ୍କବାଦୀ ଶିବିର

ଇସଲାମାବାଦ୍‌,୨୨।୧: ପାକିସ୍ତାନ ସୀମାରେ ୧୨ରୁ ଅଧିକ ଆତଙ୍କବାଦୀ ଶିବିର ରହିଛି। ପଞ୍ଜାବ, ବାଲୁଚିସ୍ତାନ ଏବଂ ପସ୍ତୁନଖ୍ବାରେ ଏସବୁ ଶିବିର ରହିଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ପ୍ରତି...

କାନ୍ଦିଲେ ପୁଟିନ୍‌…

ମସ୍କୋ,୧୧।୯: ରୁଷିଆର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କୁ ସର୍ବ ସମ୍ମୁଖରେ କାନ୍ଦୁଥିବାର ଦେଖିବାକୁ ମିଳିଛି। ନିଜର ବନ୍ଧୁ ତଥା ପୁଟିନ୍‌ଙ୍କ କ୍ୟାବିନେଟ୍‌ର ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରୀ ୟଓ୍ବେଗେନି...

କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ବ୍ୟବହାର କରିବାକୁ ମନା କଲା ୟୁରୋପିୟନ ୟୁନିୟନ

ଫ୍ରାନ୍ସ,୨୮।୫: କରୋନା ଭାଇରସର ଚିକିତ୍ସା ପାଇଁ କିଛି ଦେଶ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ବ୍ୟବାହର କରୁଥିବା ବେଳେ ବୁଧବାର ୟୁରୋପିୟନ ୟୁନିୟନ ଏହାକୁ ବ୍ୟାନ କରିଛନ୍ତି। ଏହାକୁ...

ବାଇଡେନ, ହାରିସଙ୍କ ହେବ କରୋନା ଟେଷ୍ଟ

ଓ୍ବାଶିଂଟନ୍‌,୨୫।୮: କରୋନା ସଙ୍କଟ ମଧ୍ୟରେ ଆମେରିକାରେ ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ରାଜନୈତିକ ହଲଚଲ ଆରମ୍ଭ ହୋଇଗଲାଣି। ତେବେ ରାଷ୍ଟ୍ରପତି...

ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ: ୩୫ ମୃତ

ହରାରେ,୧୫।୪: ଜିମ୍ବାଓ୍ବେର ଚିପିଙ୍ଗେ ଜିଲାରେ ଏକ ଟୁରିଷ୍ଟ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବସ୍‌ଟି ୧୦୬ ଜଣ...

ଜୀବିତ ଥାଇ ବି ନିଜକୁ ମୃତ ସାବ୍ୟସ୍ତ କଲେ ମହିଳା: ବୀମା କମ୍ପାନୀଠାରୁ ଲୁଟି ନେଲେ ୧୧ କୋଟି

ଇସଲାମାବାଦ୍‌,୫।୧୨: ପାକିସ୍ତାନରେ ଜଣେ ମହିଳା ନିଜକୁ ମୃତ ସାବ୍ୟସ୍ତ କରି ବୀମା କମ୍ପାନୀଠାରୁ ୧୧ କୋଟି ଟଙ୍କା ଲୁଟି ନେଇଛନ୍ତି। ୯ ବର୍ଷ ପରେ ଏହି...

ଆଫଗାନୀଙ୍କୁ ଅନାଥ କଲା ତାଲିବାନ ଶାସନ…

କାବୁଲ,୨୯।୮: ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ପରେ ଏବେ ଆଫଗାନୀମାନେ ଅନାଥ ହୋଇ ପଡ଼ିଛନ୍ତି। ଜୀବନ ଭୟ ଏବଂ ତାଲିବାନୀ କଟକଣାକୁ ସହ୍ୟ ନ କରିବା...

Advertisement
Archives

Model This Week