ମୁଁ କ୍ୱିଭ୍‌ରେ ଅଛି, ୟୁକ୍ରେନର ସୁରକ୍ଷା କରୁଛି: ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ୍‌,୨୬ ।୨: ସଙ୍କଟରେ ୟୁକ୍ରେନ । ରୁଷିଆର ଲଗାତାର ଆକ୍ରମଣରେ ବି ହାର ମାନି ନାହିଁ ୟୁକ୍ରେନ । ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭକୁ ପ୍ରବେଶ କରିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜ ଦେଶରେ ହିଁ ଅଛନ୍ତି । ଶୁକ୍ରବାର ସେ ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ରାତିରେ ସେ ନିଜର ଏକ ଭିଡିଓ ଜାରି କରି କହିଛନ୍ତି, ମୁଁ ଏହିଠାରେ ରହିଛି, କ୍ୱିଭରେ ଅଛି, ଆମେ ୟୁକ୍ରେନର ସୁରକ୍ଷା କରୁଛୁ । ଏହା ପୂର୍ବରୁ ଅନ୍ୟ ଏକ ଭିଡିଓ ଜାରି କରି ୟୁକ୍ରେନ ରାଷ୍ଟ୍ରପତି କହିଥିଲେ, ମୁଁ ୟୁକ୍ରେନରେ ରହିଛି, ମୋ ପରିବାର ୟୁକ୍ରେନରେ ରହିଛନ୍ତି, ମୋ ପିଲା ୟୁକ୍ରେନରେ ରହିଛନ୍ତି, ସେମାନେ ଦେଶଦ୍ରୋହୀ ନୁହଁନ୍ତି । ଆମେ ୟୁକ୍ରେନର ନାଗରିକ । ଆମକୁ ସୂଚନା ମିଳିଛି କି ରୁଷିଆର ପ୍ରଥମ ଟାର୍ଗେଟ ମୁଁ ହୋଇଥିବା ବେଳେ ଦ୍ୱିତୀୟ ଟାର୍ଗେଟ ହେଉଛନ୍ତି ମୋ ପରିବାର ।
ସୂଚନାଯୋଗ୍ୟ, ୟୁକ୍ରେନର ସୁରକ୍ଷା ପାଇଁ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବିଭିନ୍ନ ଦେଶରୁ ସମସର୍ଥନ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି । ଏହାରି ଭିତରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ବି ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଦୁର୍ଘଟଣା: ଶୋକବ୍ୟକ୍ତ କଲେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୩।୬: ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାୟ ୨୩୩ ଜଣ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ସମୟରେ ଏହି...

ଉହାନ ଲ୍ୟାବର କରୋନା ଲିଙ୍କ୍‌ ଯାଞ୍ଚ: ବିଲ୍‌ରେ ଦସ୍ତଖତ କଲେ ବାଇଡେନ…

ଓ୍ବାଶିଂଟନ,୨୧।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଉହାନ ଲ୍ୟାବର କରୋନା ଲିଙ୍କ୍‌ ଯାଞ୍ଚ ବିଲରେ ଦସ୍ତଖତ କରିଛନ୍ତି। ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ...

ଆସେଞ୍ଜଙ୍କ ପ୍ରତ୍ୟର୍ପଣକୁ ବ୍ରିଟେନର ମଞ୍ଜୁରୀ

ଲଣ୍ଡନ,୧୮ା୬: ଓ୍ବିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ କରିବା ପ୍ରସ୍ତାବକୁ ବ୍ରିଟିଶ ସରକାର ଅନୁମୋଦନ କରିଛନ୍ତି। ସେ ଆମେରିକାରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ବିଚାରର...

୮୨ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ୍‌ରେ ନିଆଁ

ମାନିଲା,୨୭ା୮: ଫିଲିପାଇନ୍ସର ବାଟାଙ୍ଗସ୍‌ ବନ୍ଦରରେ ଏକ ବୋଟ୍‌ ପହଞ୍ଚତ୍ବା ପୂର୍ବରୁ ଶୁକ୍ରବାର ସେଥିରେ ନିଆଁ ଲାଗିଯାଇଥିଲା। ବୋଟ୍‌ରେ ୮୨ ଜଣ ଯାତ୍ରୀ ଓ କର୍ମଚାରୀ ଥିଲେ।...

ଆକ୍ସନ ମୁଡ୍‌ରେ ଡବ୍ଲୁଏଚ୍‌ଓ!

ବେଜିଂ,୩୦ ।୧: କରୋନା ମହାମାରୀ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ଏହାକୁ ନେଇ ଖୋଳତାଡ ଆରମ୍ଭ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)...

ଇମ୍ରାନଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନଙ୍କୁ ଅନୁମତି ଦେଲେ ପାକ ସୁପ୍ରିମକୋର୍ଟ

ଇସଲାମାବାଦ,୮ ।୧୨: ପାକିସ୍ତାନ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ବାଚନ କମିଶନଙ୍କୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅନ୍ୟ ନେତାଙ୍କ ବିରୋଧରେ ଆପରାଧିକ...

କାଗଜରେ ପାଠ ଲେଖିଲେ ରହିବ ଅଧିକ ମନେ

ଟୋକିଓ,୨୦।୩: ପାଠ ପଢ଼ିଲେ ମଧ୍ୟ କେତେକ ଛାତ୍ରୀଛାତ୍ରଙ୍କର ଏହା ମନେ ରହି ନ ଥାଏ। ତେବେ ସମ୍ପ୍ରତି ଜାପାନର ଟୋକିିଓରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ...

ପାଠ ପଢ଼ାଇବେ ଜ୍ୟାକ୍‌ ମା

ଟୋକିଓ,୧ା୫: ‘ଆଲିବାବା ଗ୍ରୁପ୍‌ ହୋଲ୍ଡିଂ ଲିମିଟେଡ’ର ସହ-ପ୍ରତିଷ୍ଠାତା ତଥା ଚାଇନା ବିଲିୟନେୟାର୍‌ ଜ୍ୟାକ୍‌ ମା’ ‘ୟୁନିଭର୍ସିଟି ଅଫ୍‌ ଟୋକିଓ’ର ‘ଟୋକିଓ କଲେଜ’ରେ ଗବେଷଣା କରିବା ସହିତ...

Advertisement
Archives

Model This Week