ଅନ୍ତର୍ଜାତୀୟ

୩ଘଣ୍ଟା ଧରି ଶାନ୍ତି ଆଲୋଚନା କଲେ ରୁଷିଆ-ୟୁକ୍ରେନ

ମିନସ୍କ,୨୮।୨: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସୋମବାର ୫ମ ଦିନରେ ପହଞ୍ଚିଛି। ଯୁଦ୍ଧ ଭିତରେ ଉଭୟ ଦେଶ ବେଲାରୁଷ ସୀମାସ୍ଥିତ ଗୋମେଲରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଥମ ଥର ପାଇଁ ଶାନ୍ତି ଆଲୋଚନା କରିଛନ୍ତି। ଏଥିରେ ଦୁଇ ଦେଶର ପ୍ରତିନିଧି…

ରୁଷିଆର ନ୍ୟୁକ୍ଲିୟର ଟ୍ରାଏଡ ଯୁଦ୍ଧାଭ୍ୟାସ ଆରମ୍ଭ: ଆଲର୍ଟରେ ମିଶାଇଲ କମାଣ୍ଡ

ମସ୍କୋ,୨୮।୨: ଗୋଟିଏପଟେ ବେଲାରୁଷରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ଅନ୍ୟପଟେ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ରୁଷିଆ ପରମାଣୁ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଏନେଇ ସୋମବାର ରୁଷିଆର ଏକ ଗଣମାଧ୍ୟମ ଦାବି କରିଛି। ରୁଷିଆର…

ୟୁରୋପୀୟ ଦେଶର ପଦକ୍ଷେପକୁ ଚ୍ୟାଲେଞ୍ଜ କଲା ରୁଷିଆ: ୩୬ ଦେଶ ପାଇଁ ବନ୍ଦ କଲା ନିଜର ଏୟାର ସ୍ପେସ୍‌

ମସ୍କୋ,୨୮।୨: ଲଗାତର ପଞ୍ଚମ ଦିନରେ ରୁଷିଆ ସୈନ୍ୟମାନେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତିି। ଇତିମଧ୍ୟରେ ୟୁରୋପୀୟ ଦେଶଗୁଡିକ ନେଇଥିବା ନିଷ୍ପତ୍ତି ଉପରେ ରୁଷିଆ ଏବେ ପ୍ରତିଶୋଧପରାୟଣ ହୋଇଯାଇଛି। ବ୍ରିଟେନ ଓ ଜର୍ମାନୀ ସମେତ ୩୬ଟି ଦେଶ ପାଇଁ ମସ୍କୋ ନିଜର…

ଯୁକ୍ରେନ୍‌କୁ ୪୦୫ କୋଟି ସହାୟତା

ଓ୍ବାଶିଂଟନ୍‌, ୨୮ା୨: ୟୁକ୍ରେନ୍‌କୁ ମାନବୀୟ ସହାୟତା ନିମନ୍ତେ ଆମେରିକା ୫୪ ମିଲିୟନ ଡଲାର (ପ୍ରାୟ ୪୦୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ପ୍ରଦାନ କରିବାକୁ ଘୋଷଣା କରିଛି। ଏହି ଅର୍ଥରେ ୟୁକ୍ରେନ୍‌ବାସୀଙ୍କ ପାଇଁ ଖାଦ୍ୟ, ପାନୀୟ, ଆଶ୍ରୟସ୍ଥଳ, ଜରୁରୀ ସ୍ବାସ୍ଥ୍ୟସେବା, ଶୀତବସ୍ତ୍ର ଓ…

‘ରେଳ ଷ୍ଟେଶନରେ ଥିଲା ବେଳେ ଶାନ୍ତି ବଜାୟ ରଖନ୍ତୁ’

ନୂଆଦିଲ୍ଲୀ,୨୮।୨: ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ୟୁକ୍ରେନ ସ୍ବତନ୍ତ୍ରୀ ଉଦ୍ଧାରକାରୀ ଟ୍ରେନ ବ୍ୟବସ୍ଥା କରିଛି। ଦେଶର ପଶ୍ଚିମାଞ୍ଚଳକୁ ଯିବା ପାଇଁ ସମସ୍ତ ଛାତ୍ରୀଛାତ୍ରଙ୍କୁ କ୍ୱିଭସ୍ଥିତ ରେଳ ଷ୍ଟେଶନରେ ରିପୋର୍ଟ କରିବା ସହ ରେଳ ଷ୍ଟେଶନରେ ଥିଲା ବେଳେ ଆକ୍ରମଣାତ୍ମକ ଆଚରଣଠାରୁ ଦୂରେଇ ରହିବାକୁ…

ରୁଷିଆ ବିରୋଧରେ ୨୮ଦେଶ ନେଲେ ବଡ଼ ପଦକ୍ଷେପ

ମସ୍କୋ,୨୮।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ପଞ୍ଚମ ଦିନ। ୟୁକ୍ରେନ ଉପରେ ଆକ୍ରମଣ କରିବା ରୁଷିଆକୁ ମହଙ୍ଗା ପଡ଼ିଛି। ସାରା ବିଶ୍ୱ ରୁଷିଆକୁ ବିରୋଧ କରୁଥିବା ବେଳେ ପାଶ୍ଚାତ୍ୟ ଦେଶଗୁଡିକ ରୁଷିଆର ବିମାନ ପାଇଁ ନିଜର ଏୟାରସ୍ପେସ୍‌ ବନ୍ଦ…

ଯୁଦ୍ଧରେ ଯୋଗଦେଲେ ମିସ୍‌ ୟୁକ୍ରେନ

କ୍ୱିଭ,୨୮।୨: ରୁଷିଆ ଆକ୍ରମଣରୁ ଦେଶକୁ ସୁରକ୍ଷା ଦେବା ପାଇଁ ଅସ୍ତ୍ର ଧରିଛନ୍ତି ପୂର୍ବତନ ମିସ୍‌ ୟୁକ୍ରେନ ଆନାସ୍ତାସିଆ ଲେନ୍ନା। ୨୦୧୫ରେ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାଶନାଲ ବ୍ୟୁଟି ପ୍ରତିଯୋଗିତାରେ ଭାଗ ନେଇଥିବା ଲେନ୍ନା ୟୁକ୍ରେନ ସେନାରେ ଯୋଗ ଦେଇଛନ୍ତି। “ଆକ୍ରମଣ ଉଦ୍ଦେଶ୍ୟ ନେଇ…

ପୋଲାଣ୍ଡ ସୀମାରେ ଅଟକିଛନ୍ତି ଶତାଧିକ ଭାରତୀୟ ଛାତ୍ରୀଛାତ୍ର

କ୍ୱିଭ୍‌,୨୮ା୨: ୟୁକ୍ରେନରୁ ବାହାରି ଆସିଥିବା ଶତାଧିକ ଭାରତୀୟ ଛାତ୍ରୀଛାତ୍ର ଏବେ ପୋଲାଣ୍ଡ ସୀମାରେ ଅଟକି କରିଛନ୍ତି। ଭୀଷଣ ଥଣ୍ଡାରେ ପ୍ରାୟ ୪୮ ଘଣ୍ଟାରୁ ଅଧିକ ସମୟ ହେଲା ଛାତ୍ରୀଛାତ୍ରମାନେ ସେମାନଙ୍କ ବିଭିନ୍ନ ସାମଗ୍ରୀ ଧରି ସୀମାରେ ରହିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ…

‘ମୁଁ ନିଶ୍ଚିତ ଏହା ସମ୍ଭବ’

କ୍ୱିଭ,୨୮।୨: ରୁଷିଆ ସେନାର ବର୍ବରତା ୫ମ ଦିନରେ ପହଞ୍ଚିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ସୋମବାର ୟୁରୋପିଆନ ୟୁନିଅନଠାରୁ ତୁରନ୍ତ ସଦସ୍ୟତା ଦାବି କରିଛନ୍ତି। “ନୂଆ ସ୍ବତନ୍ତ୍ର ପ୍ରକ୍ରିୟା ମାଧ୍ୟମରେ ୟୁକ୍ରେନକୁ ତୁରନ୍ତ ସଦସ୍ୟତା ଦେବା ପାଇଁ ଆମେ ୟୁରୋପିଆନ…

ସେନାଙ୍କ ସହ କଫି ପିଇଲେ ଜେଲେନ୍‌ସ୍କି: ଭିଡିଓ ଭାଇରାଲ

କ୍ୱିଭ,୨୮।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଆଜି ହେଉଛି ପଞ୍ଚମ ଦିନ। ଶକ୍ତିଶାଳୀ ରୁଷିଆ ସୈନ୍ୟଙ୍କ ସମ୍ମୁଖରେ ୟୁକ୍ରେନ ସୈନ୍ୟ ଦୃଢ଼ତାର ସହ ଠିଆ ହୋଇ ଯୁଦ୍ଧ କରୁଛନ୍ତି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଅନେକ…

ରୁଷିଆ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ

ମସ୍କୋ,୨୮।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବ କି ନାହିଁ, ସୋମବାର ନିଷ୍ପତ୍ତି ନିଆଯାଇପାରେ। ବେଲାରୁଷରେ ରୁଷିଆ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ମଧ୍ୟରେ ସୃଷ୍ଟି ହୋଇଥିବା ଗୁରୁତର ପରିସ୍ଥିତିକୁ ଦୃଷ୍ଟିରେ ରଖି…

ୟୁକ୍ରେନ୍‌ ସଙ୍କଟ: କ୍ୱିଭ୍‌ରୁ ଉଠିଲା କର୍ଫ୍ୟୁ

କ୍ୱିଭ୍‌,୨୮।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ ସରକାର ରାଜଧାନୀ କ୍ୱିଭ୍‌ରୁ ସପ୍ତାହାନ୍ତ କର୍ଫ୍ୟୁ ହଟାଇ ଦେଇଛନ୍ତି। କର୍ଫ୍ୟୁ ଉଠିବା ପରେ ଭାରତ ସମେତ ଅନ୍ୟ ଦେଶର ଦୂତାବାସକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?