ରୁଷିଆ ବିରୋଧରେ ୨୮ଦେଶ ନେଲେ ବଡ଼ ପଦକ୍ଷେପ

ମସ୍କୋ,୨୮।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ପଞ୍ଚମ ଦିନ। ୟୁକ୍ରେନ ଉପରେ ଆକ୍ରମଣ କରିବା ରୁଷିଆକୁ ମହଙ୍ଗା ପଡ଼ିଛି। ସାରା ବିଶ୍ୱ ରୁଷିଆକୁ ବିରୋଧ କରୁଥିବା ବେଳେ ପାଶ୍ଚାତ୍ୟ ଦେଶଗୁଡିକ ରୁଷିଆର ବିମାନ ପାଇଁ ନିଜର ଏୟାରସ୍ପେସ୍‌ ବନ୍ଦ କରିଦେଇଛନ୍ତି। ୟୁରୋପୀୟ ୟୁନିଅନ ରୁଷିଆର ବିମାନ ପାଇଁ ଏୟାରସ୍ପେସ୍‌ ବନ୍ଦ କରିବାକୁ ରବିବାର ଘୋଷଣା କରିଛି। ୟୁରୋପୀୟ ୟୁନିଅନ ବ୍ୟତୀତ କାନାଡା ମଧ୍ୟ ନିଜର ଏୟାରସ୍ପେସ୍‌କୁ ରୁଷିଆ ପାଇଁ ବନ୍ଦ କରିଦେଇଛି। ଅନ୍ୟପଟେ ୟୁରୋପୀୟ ୟୁନିଅନର ଅଧ୍ୟକ୍ଷ ଉର୍ସୁଲା ଭନ୍‌ ଡେର୍‌ ଲେଏନ କହିଛନ୍ତି, ରୁଷିଆର ବିମାନ ପାଇଁ ଇୟୁର ଏୟାରସ୍ପେସ୍‌ ବନ୍ଦ କରିଦିଆଯାଇଛି। ଏଥିରେ ରୁଷିଆ ବିମାନ, ରୁଷିଆର ପଞ୍ଜୀକୃତ ବିମାନ ଓ ରୁଷିଆର ନିୟନ୍ତ୍ରିତ ବିମାନ ସାମିଲ ରହିଛି। ଏହି ପ୍ରତିବନ୍ଧକ ପ୍ରାଇଭେଟ ଜେଟ୍‌ରେ ମଧ୍ୟ ଲାଗୁ ହେବ ବୋଲି ସେ କହିଛନ୍ତି। ସୂଚନା ମୁତାବକ ୟୁରୋପୀୟ ୟୁନିଅନରେ ୨୭ଟି ଦେଶ ରହିଛି। ୟୁରୋପୀୟ ୟୁନିଅନରେ ଅଷ୍ଟ୍ରିଆ, ବେଲ୍‌ଜିୟମ, ବୁଲଗେରିଆ, କ୍ରୋଏସିଆ, ସାଇପ୍ରସ, ଚେକ୍‌ ରିପବ୍ଲିକ, ଡେନମାର୍କ, ଇଷ୍ଟୋନିଆ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଗ୍ରୀସ, ହଙ୍ଗେରୀ, ଆର୍ୟଲ୍ୟାଣ୍ଡ, ଇଟାଲୀ, ଲାଟଭିଆ, ଲିଥୁଆନିଆ, ଲକ୍ସେମବର୍ଗ, ମାଲ୍ଟା, ନେଦରଲ୍ୟାଣ୍ଡ, ପୋଲାଣ୍ଡ, ପର୍ତ୍ତୁଗାଲ, ରୋମାନିଆ ସ୍ଲୋଭାକିଆ, ସ୍ଲୋଭେନିଆ, ସ୍ପେନ ଏବଂ ସ୍ବିଡେନ ଅନ୍ତର୍ଭୁକ୍ତ। ୟୁରୋପୀୟ ୟୁନିଅନ ଓ କାନାଡା ବ୍ୟତୀତ ବ୍ରିଟେନ ମଧ୍ୟ ରୁଷିଆର ବିମାନ କମ୍ପାନୀ ଏରୋଫ୍ଲଟ୍‌କୁ ନିଜର ଏୟାରସ୍ପେସ ବ୍ୟବହାର କରିବାକୁ ମନା କରିଦେଇଛି। ଏହାର ଜବାବରେ ରୁଷିଆ ମଧ୍ୟ ବ୍ରିଟିଶ ଏୟାରଲାଇନ୍ସ ଉପରେ ପ୍ରତିବନ୍ଧକ ଲଗାଇଛି। ସୂଚନାଯୋଗ୍ୟ, ୟୁରୋପୀୟ ୟୁନିଅନର ଘୋଷଣା ପୂର୍ବରୁ ଏହାର ଅନେକ ସଦସ୍ୟ ଦେଶ ରୁଷିଆ ପାଇଁ ନିଜର ଏୟାରସ୍ପେସ୍‌ ବନ୍ଦ କରିଦେଇଥିଲେ। ଅନ୍ୟପଟେ ବେଲଜିୟମର ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ଡି କ୍ରୋ ଟୁଇଟ କରି କହିଛନ୍ତି, ଯେଉଁମାନେ ଲୋକଙ୍କୁ ଯୋଡିକି ରଖନ୍ତି ସେମାନଙ୍କ ପାଇଁ ଆମର ଏୟାରସ୍ପେସ୍‌ ଖୋଲା ଅଛି କିନ୍ତୁ ଯେଉଁମାନେ ନିର୍ଦ୍ଦୟ ଭାବେ ଆକ୍ରମଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri