ଆମେରିକାରେ ଗଡ଼ିଲା ରଥ
ଓ୍ବାଶିଂଟନ୍,୫।୭: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଶ ବିଦେଶରେ ବି ପାଳିତ ହୋଇଛି। ଏହିକ୍ରମରେ ଆମେରିକାର ଫ୍ଲୋରିଡା ରାଜ୍ୟ ମଧ୍ୟ ବାଦ୍ ପଡ଼ିନାହିଁ। ଫ୍ଲୋରିଡାର ଟାମ୍ପା ସହରରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ସନାତନ ହିନ୍ଦୁ ମନ୍ଦିରରେ ଜୁଲାଇ ୨ତାରିଖରେ ରଥଯାତ୍ରା ମହାସମାରୋହ ବହୁ…
ଛିଦ୍ର ଥିବା ସତ୍ତ୍ୱେ ୧୪ ଘଣ୍ଟା ଧରି ଉଡ଼ିଲା ଏମିରେଟ୍ସ ବିମାନ
ବ୍ରିସ୍ବେନ,୫।୭: ଅଷ୍ଟ୍ରେଲିଆର ବ୍ରିସ୍ବେନ ବିମାନବନ୍ଦରରେ ଛିଦ୍ର ଥିବା ଏକ ଏମିରେଟ୍ସ ବିମାନ ସୁରକ୍ଷିତ ଭାବେ ଅବତରଣ କରିଛି। ହେଲେ ବିମାନର ବାମ ପାର୍ଶ୍ୱରେ ଥିବା ଡେଣା ନିକଟରେ ଏକ ବଡ଼ ଛିଦ୍ର ଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଜୁଲାଇ ୧…
ଶିକାଗୋ ପରେଡ୍ରେ ଗୁଳିକାଣ୍ଡ: ଶୁଟରଙ୍କୁ ଗିରଫ କଲା ପୋଲିସ
ଓ୍ବାଶିଂଟନ,୫।୭: ଆମେରିକା ସ୍ବାଧୀନତା ଦିବସ ଅବସରରେ ଶିକାଗୋର ହାଇଲାଣ୍ଡ ପାର୍କରେ ଚାଲିଥିବା ପରେଡ୍ରେ ଗୁଳିକାଣ୍ଡ ଘଟାଇଥିବା ଶୁଟରଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ୨୨ବର୍ଷୀୟ ରୋବୋର୍ଟ କ୍ରିମୋ। ପୋଲିସ ତାଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି।…
ଇଟାଲୀରେ ହିମସ୍ଖଳନ: ୬ ମୃତ
ରୋମ୍,୫।୭: ଇଟାଲୀ ଆଲପ୍ସ ପର୍ବତ କ୍ଷେତ୍ରର ମାରମୋଲାଡା ପାର୍ବତ୍ୟାଞ୍ଚଳରେ ରବିବାର ହିମସ୍ଖଳନରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଉକ୍ତ ଘଟଣାରେ ୮ ଜଣ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବେଲୁନୋ, ଟ୍ରେଭିସୋ, ଟ୍ରେଣ୍ଟୋ ଏବଂ ବୋଲଜାନୋର ଡାକ୍ତରଖାନରେ…
କନ୍ୟାଙ୍କୁ ସେନା ହେଲିକପ୍ଟରରେ ଘରକୁ ନେଇ ଆସିଲେ ତାଲିବାନ କମାଣ୍ଡର, ବିବାହ ପାଇଁ ଶ୍ୱଶୁରଙ୍କୁ ଦେଲେ ୧୨ ଲକ୍ଷ
କାବୁଲ,୫ ।୭: ତାଲିବାନ କମାଣ୍ଡର ତାଙ୍କ ନବବିବାହିତ ପତ୍ନୀଙ୍କୁ ଘରକୁ ଆଣିବାକୁ ସେନା ହେଲିକପ୍ଟରର ବ୍ୟବହାର କରିଥିବା ଜଣାପଡିଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, କନ୍ୟାଙ୍କୁ ପୂର୍ବ ଆଫଗାନିସ୍ତାନର ଲୋଗାରରୁ ଖୋସ୍ତ ଅଞ୍ଚଳକୁ ସେନା ହେଲିକପ୍ଟରରେ ନିଆଯାଇଥିଲା । ନ୍ୟୁଜ ଏଜେନ୍ସି…
ଆମେରିକାରେ ପୁଣି ଫୁଟିଲା ଗୁଳି: ୯ ମୃତ, ୫୯ ଆହତ
ଚିକାଗୋ,୫।୭: ଆମେରିକାର ଚିକାଗୋରେ ସ୍ବାଧୀନତା ଦିବସ ପରେଡରେ ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି। ଫଲରେ ସ୍ବାଧୀନତାର ଉତ୍ସବ ପରେଡ ଶୋକରେ ପରିଣତ ହୋଇଥିଲା। ପୋଲିସ ସମଗ୍ର ଅଞ୍ଚଳକୁ କର୍ଡନ କରିଛି। ଆକ୍ରମଣକାରୀଙ୍କୁ…
ଲୁହାନସ୍କରେ ପୁଟିନଙ୍କ ବିଜୟ ଘୋଷଣା
କିଭ୍/ମସ୍କୋ,୪ା୭: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ସୋମବାର ୧୦୦ଦିନ ପୂରିଛି। ଇତିମଧ୍ୟରେ ପୂର୍ବ ୟୁକ୍ରେନ୍ ପ୍ରମୁଖ ଶିଳ୍ପାଞ୍ଚଳ ଲୁହାନସ୍କକୁ ରୁଷିଆ ସମ୍ପୂର୍ଣ୍ଣ ଭାବେ ଦଖଲ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ସୋମବାର ଏକ ଗଣାମାଧ୍ୟମରେ ଏହି ଅଞ୍ଚଳ ଉପରେ ବିଜୟ…
୮୯ ୟୁକ୍ରେନ୍ ଆଥଲେଟ୍ଙ୍କୁ ହତ୍ୟା କରିଛି ରୁଷିଆ, ୧୩ ଜଣଙ୍କୁ ରଖିଛି ବନ୍ଧକ…
କ୍ୱିଭ୍, ୪।୭ : ରୁଷିଆ ୟୁକ୍ରେନ୍ର ୮୯ ଆଥଲେଟ୍ କୋଚ୍ ଏବଂ ଖେଳାଳିଙ୍କୁ ହତ୍ୟା କରିଛି। ସେହିପରି ୧୩ ଆଥଲେଟ୍ଙ୍କୁ ଏବେ ବନ୍ଧକ ରଖାଯାଇଛି। ଏନେଇ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡମିର ଜେଲେନସ୍କି ସୂଚନା ପ୍ରଦାନ କରିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅଧ୍ୟକ୍ଷ…
ଶ୍ରୀଲଙ୍କାରେ ତୈଳ ସଙ୍କଟ, ପୁଣି ସପ୍ତାହେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ…
କଲମ୍ବୋ, ୪।୭ : ଗୁରୁତର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଦେଶରେ ତେଲ କିଣିବା ପାଇଁ ଟଙ୍କା ନାହିଁ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ବହୁତ ଅଭାବ ଦେଖାଦେଇଛି। ଦୁଇ…
ରୁଷିଆର ଦାବିକୁ ଖଣ୍ଡନ କରୁଛନ୍ତି ଜେଲେନସ୍କି
କ୍ୱିଭ,୪ ।୭: ଦୀର୍ଘ ପ୍ରାୟ ୫ ମାସ ହେବ ଲାଗି ରହିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେବି ଉତ୍ତେଜନା ପରିସ୍ଥିତି ଭିତର ଗତି କରୁଛି । ୟୁକ୍ରେନକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ରୁଷିଆ ପ୍ରାଣପଣେ ଚେଷ୍ଟା ଚଳାଇଥିବା ବେଳେ ୟୁକ୍ରେନ୍ କିନ୍ତୁ ମୁଣ୍ଡ…
ଆଲପାଇନର ବିଶାଳ ହିମଖଣ୍ଡ ଭାଙ୍ଗିଲା, ବରଫ ତଳେ ଦବି ୫ ମୃତ…
ରୋମ୍, ୪।୭ : ଇଟାଲୀର ଆଲପାଇନ ପର୍ବତମାଳାରେ ଏକ ବିଶାଳ ହିମଖଣ୍ଡ ଭାଙ୍ଗିଯାଇଛି। ଏହି ଘଟଣା ରବିବାର ଅପରାହ୍ନରେ ଘଟିଛି। ଏଥିରେ ବରଫ ତଳେ ଦବି ହୋଇ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଠ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ…
ଶପିଂ ମଲ୍ରେ ଗୁଳିକାଣ୍ଡ, ୩ ମୃତ…
କୋପେନହେଗେନ୍, ୪।୭ : ଡେନମାର୍କର କୋପେନହେଗେନ୍ସ୍ଥିତ ଏକ ଶପିଂ ମଲ୍ରେ ଗୁଳିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଡେନମାର୍କ ପୋଲିସ କହିଛି ଯେ ଏହି ମାମଲାରେ ଜଣେ ୨୨ ବର୍ଷୀୟ ଡେନମାର୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି…
Archives


