ଟପ୍‌ ୧୦ରେ ଦିଲ୍ଳୀ, କୋଲକାତା

ଓ୍ବାଶିଂଟନ୍‌,୧୮।୮:: ଭାରତର ୨୦ ସହର ମଧ୍ୟରୁ ୧୮ ସହରରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ପ୍ରଭାବିତ ସହରାଞ୍ଚଳ ବାୟୁରେ ଫାଇନ୍‌ ପାର୍ଟିକଲ ପଲ୍‌ୟୁଟାଣ୍ଟ (ପିଏମ୍‌୨.୫)ର ପରିମାଣ ବୃଦ୍ଧି ପାଇଥିବା ରିପୋର୍ଟ ଦର୍ଶାଯାଇଛି। ଆମେରିକାର ରିସର୍ଚ୍ଚ ଅର୍ଗାନାଇଜେଶନ୍‌ ହେଲ୍‌ଥ ଇଫେକ୍ଟସ୍‌ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ବୁଧବାର ଏକ ରିପୋର୍ଟ ପ୍ରକାଶ ପାଇଛି। ବିଶ୍ୱର ୭୦୦ ସହରର ବାୟୁ ପ୍ରଦୂଷଣ ବାବଦରେ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜଧାନୀ ଦିଲ୍ଲୀର ବାୟୁରେ ମାତ୍ରାଧିକ ପିଏମ୍‌ ୨.୫ ପାର୍ଟିକଲ୍‌ ଥିବା ଏଥିରେ କୁହାଯାଇଛି। ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ସହରର ବାୟୁ ପ୍ରଦୂଷଣ ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ବାୟୁରେ ପିଏମ୍‌ ୨.୫ ପାର୍ଟିକଲ୍‌ ଏବଂ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ର ପରିମାଣକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
୨୦୧୯ରେ ବିଶ୍ୱବ୍ୟାପୀ ୧୭ ଲକ୍ଷ ଲୋକଙ୍କ ମୃତ୍ୟୁ ପଛର କାରଣ ପିଏମ୍‌ ୨.୫ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ୭,୨୩୯ ସହରକୁ ନେଇ ଏହି ଅଧ୍ୟୟନ କରାଯାଇଥିବାବେଳେ ଏସିଆ, ଆଫ୍ରିକା, ପୂର୍ବ ଏବଂ ମଧ୍ୟ ୟୁରୋପରେ ବାୟୁ ପ୍ରଦୂଷଣର ବଡ଼ ପ୍ରଭାବ ଦେଖିବାକୁ ମିଳିଛିି। ବିଶ୍ୱର ପ୍ରଦୂଷିତ ସହର ତାଲିକାରେ ଶୀର୍ଷ ୧୦ ସହର ମଧ୍ୟରେ ଦିଲ୍ଲୀ ଓ କୋଲକାତା ରହିଛି। ୨୦୧୯ ସୁଦ୍ଧା ଏହି ଦୁଇ ସହରର ବାୟୁରେ ପିଏମ୍‌ ୨.୫ର ମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସେହିପରି ପ୍ରକାଶିତ ରିପୋର୍ଟର ଟପ୍‌ ୨୦ ତାଲିକାରେ ଭାରତ, ନାଇଜେରିଆ, ପେରୁ, ବାଂଲାଦେଶ ସହରଗୁଡ଼ିକର ନାମ ଅନ୍ତର୍ଭୁକ୍ତ। ଭାରତ ଏବଂ ଇଣ୍ଡୋନେସିଆରେ କ୍ରମାଗତ ଭାବେ ପିଏମ୍‌ ୨.୫ର ମାତ୍ରା ବଢ଼ୁଥିବା ରିପୋର୍ଟରେ ଦର୍ଶାଯାଇଛି। ସହର ବାୟୁରେ ହାନିକାରକ କଣିକାର ମାତ୍ରା ବୃଦ୍ଧି ପାଇଥିବାବେଳେ ଚାଇନାର ୨୦ ସହରରେ ପିଏମ୍‌ ୨.୫ର ମାତ୍ରା କ୍ରମାଗତ ଭାବେ କମିଥିବା ରିପୋର୍ଟରେ କୁହାଯାଇଛି।
ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଜାରି ରିପୋର୍ଟ ମୁତାବକ ବିଶ୍ୱର ୧୧୭ ଦେଶର ବାୟୁରେ ପିଏମ୍‌ ୨.୫ ହାନିକାରକ କଣିକାର ମାତ୍ରା କମାଇବା ପାଇଁ ବିଭିନ୍ନ ଦିଗରେ କାମ କରୁଥିବାବେଳେ ୭୪ ଦେଶ ବାୟୁରେ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ର ପରିମାଣ କମାଇବା ଉଦ୍ଦେଶ୍ୟରେ ଚେଷ୍ଟା ଚଳାଛନ୍ତି। ବିଶ୍ୱରେ ପ୍ରତି ୯ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁର କାରଣ ବାୟୁ ପ୍ରଦୂଷଣ। ୨୦୧୯ ସୁଦ୍ଧା ୬.୭ ମିଲିୟନ୍‌ ଲୋକଙ୍କ ମୃତ୍ୟୁ ଏହି କାରଣରୁ ହୋଇଛି। ବାୟୁ ପ୍ରଦୂଷଣର ପ୍ରଭାବ ଯୁବପିଢ଼ି, ବୟସ୍କଙ୍କଠାରେ ଅଧିକମାତ୍ରାରେ ପଡ଼ୁଥିବାବେଳେ ଏ ନେଇ ଶ୍ୱାସକ୍ରିୟା ଜନିତ ସମସ୍ୟା ଓ ହୃଦ୍‌ରୋଗ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?