ୟୁକ୍ରେନ୍‌ରେ ଗୁଟେରସ୍‌, ଏର୍ଡୋଗାନ୍‌

ଲଭିଭ୍‌, ୧୯ା୮:ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଏବଂ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ମଧ୍ୟସ୍ଥତା କରିଆସିଥିବା ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ୍‌ ଗୁରୁବାର ଏହି ପୂର୍ବ ୟୁରୋପୀୟ ଦେଶୀ ଲଭିଭ୍‌ ସହରରେ ପହଞ୍ଚିଛନ୍ତି। ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ଏର୍ଡୋଗାନ୍‌ଙ୍କ ଏହା ପ୍ରଥମ ୟୁକ୍ରେନ୍‌ ଗସ୍ତ। ଉଭୟେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ଜାପୋରିଜିଝିଆ ସ୍ଥିତ ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ୍‌ର ସୁରକ୍ଷା, କୂଟନୈତିକ ଉପାୟରେ ଯୁଦ୍ଧ ଶେଷ କରାଯିବା, ଖାଦ୍ୟଶସ୍ୟ ପରିବହନ ସ୍ବାଭାବିକ କରିବା ଆଦି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଛି। ଗତ ମାର୍ଚ୍ଚରୁ ରୁଷିଆ କବ୍‌ଜାରେ ଥିବା ଜାପୋରିଜିଝିଆ ପାଓ୍ବାର ପ୍ଲାଣ୍ଟକୁ ମୁକ୍ତ ସହ ଏହାକୁ ସୁରକ୍ଷା ଦେବା ପାଇଁ ଜାତିସଂଘ ତ୍ୱରିତ ପଦକ୍ଷେପ ନେଉ ବୋଲି ଜେଲେନ୍‌ସ୍କି ଗୁଟେରସ୍‌ଙ୍କୁ ଅନୁରୋଧ କରିଛନ୍ତି।
ମସ୍କୋ ଉକ୍ତ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ୍‌ରୁ ୟୁକ୍ରେନ୍‌ବାସୀଙ୍କୁ ଟାର୍ଗେଟ କରୁଥିବା ଜେଲେନସ୍କି କହିଛନ୍ତି। ଏଥିସହ ରୁଷିଆ ଏହି ପ୍ଲାଣ୍ଟର ବ୍ୟାପକ କ୍ଷତି ଘଟାଇଥିବା ସେ ଅଭିଯୋଗ କରିଆସିଛନ୍ତି। ତେବେ ୟୁକ୍ରେନ୍‌ ଉକ୍ତ ପାଓ୍ବାର ପ୍ଲାଣ୍ଟକୁ ଟାର୍ଗେଟ କରି ସେଲ୍‌ ମାଡ଼ କରୁଥିବା ରୁଷିଆ କହିଆସିଛି। ଏପରି ହେଲେ ୟୁରୋପର ବୃହତ୍ତମ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯିବ ବୋଲି ରୁଷିଆ ଗୁରୁବାର ଧମକ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମଲିଙ୍ଗୀ ସମ୍ପର୍କ ବୈଧ

ଲୁଆଣ୍ଡା,୧୩ା୨: ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ଆଙ୍ଗୋଲାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରାଯାଇଛି। ଏହାକୁ ବୈଧ କରିବା ଲାଗି ଦେଶରେ ପୂର୍ବ ପ୍ରଚଳିତ ଆଇନକୁ ଉଚ୍ଛେଦ...

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ ତେହରାନ,୨୬।୮: ଗୋଟିଏ ଦେଶର ଏଭଳି ଏକ ସହର ରହିଛି ଯେଉଁଠାରେ ଆମ୍ବୁଲାନ୍ସକୁ ଲୋକେ ବାଟ ଛାଡୁ ନାହାନ୍ତି।...

ବିନା ପୋଷାକରେ ବିମାନ ଯାତ୍ରା କଲେ ଏହି ଯୁବକ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମସ୍କୋ,୫ା୧୧: ବିମାନଯାତ୍ରା ସମୟରେ ଅନେକ ଅଜବ କଥା ସବୁ ଦେଖିଥିବେ ବା ଶୁଣିଥିବେ। ମାତ୍ର ଆଜି ଏମିିତି ଏକ ଘଟଣା ଜଣାଇବୁ ଯାହା ଶୁଣିଲେ ଆଶ୍ଚର୍ଯ୍ୟ...

ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ: ୪ ମୃତ

କାବୁଲ,୨୮।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ରବିବାର ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା...

ଉଲଗ୍ନ ହୋଇ ରାଜପଥରେ ଦୌଡ଼ିଲେ ଯୁବକ, ଲୋକେ କହିଲେ ଏମିତି

ଆମେରିକାର ଓହିଓର ରାଜପଥରେ, ଯେତେବେଳେ ଜଣେ ଯୁବକ ହାତରେ ସେଲଫି ଷ୍ଟିକ ଧରି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରାଜପଥରେ ଦୌଡିବାକୁ ଲାଗିଲେ। ତାଙ୍କୁ ଦେଖି ଲୋକମାନେ...

ଆରମ୍ଭ ହେଲା ସର୍ବବୃହତ୍‌ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ

ଦୁବାଇ: ଦୁବାଇ। ଲକ୍‌ଜ୍ୟୁରି ଶପିଂ, ଅଲଟ୍ରାମଡର୍ନ ଆର୍କିଟେକ୍‌ଚର ଏବଂ ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ସ୍ବପ୍ନର ସହର। ମାତ୍ର ୫୦ ବର୍ଷ ଭିତରେ...

ନୂଆ ଭାରିଏଣ୍ଟ ଚିହ୍ନିବାରୁ ମିଳିଲା ଦଣ୍ଡ: ଦକ୍ଷିଣ ଆଫ୍ରିକା

କେପଟାଉନ,୨୮ ।୧୧: କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଛି କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ।...

ବୁଡିଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଡଙ୍ଗା: ୧୪ ମୃତ

ଢ଼ାକା,୧୧।୨: ଦକ୍ଷିଣ ବାଲାଂଦେଶ ନିକଟରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇକି ଯାଉଥିବା ଏକ ଡଙ୍ଗା ମଙ୍ଗଳବାର ସକାଳେ ବୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୭୦ଜଣଙ୍କୁ ସୁରକ୍ଷିତ ଭାବେ...

Advertisement
Archives

Model This Week