ଅନ୍ତର୍ଜାତୀୟ

ଚାଇନାକୁ ‘ପେଲୋସି’ ଝଟକା,ତାଇଓ୍ବାନ୍‌କୁ ଏକା ଛାଡ଼ିବନି ଆମେରିକା’

ତାଇପେଇ, ୪ା୮: ଚାଇନାର ନାଲିଆଖି ସତ୍ତ୍ୱେ ଆମେରିକା ପ୍ରତିନିଧି ସଭା ସ୍ପିକର ନାନ୍ସି ପେଲୋସିଙ୍କ ଦିନିକିଆ ତାଇଓ୍ବାନ ଗସ୍ତ ସୁରକ୍ଷିତ ଓ ସଫଳ ଭାବେ ଶେଷ ହୋଇଛି। ମଙ୍ଗଳବାର ରାତିରେ ଅଭୁତପୂର୍ବ ସୁରକ୍ଷା ବଳୟ ଭିତରେ ପେଲୋସିଙ୍କ ବିମାନକୁ ତାଇପେଇରେ ଅବତରଣ…

ଇସଲାମିକ ଚରମପନ୍ଥୀ ବ୍ରିଟେନ ପାଇଁ ବଡ ବିପଦ: ଋଷି ସୁନକ

ଲଣ୍ଡନ,୪ ।୮: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ଥିବା ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବୁଧବାର ଦାବି କରି କହିଛନ୍ତି, ସେ ଇସଲାମିକ ଚରମପନ୍ଥୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ସେ ଇସଲାମିକ ଚରମ ପନ୍ଥୀଙ୍କୁ ବ୍ରିଟେନ…

ଚାଇନା ରାଗରେ ପଞ୍ଚମ: ଦେଖାଇଲା ଆକ୍ରମଣାତ୍ମକ ଆଭିମୁଖ୍ୟ

ଓ୍ବାଶିଂଟନ୍‌,୩।୮: ଆମେରିକାର ସିନେଟ୍‌ର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ ଶେଷ କରିବା ପରେ ଦକ୍ଷିଣ କୋରିଆ ଯାଇଛନ୍ତି। ନାନସୀଙ୍କ ଗସ୍ତ ପରେ ଚାଇନା ରାଗରେ ନିଆଁବାଣ ହୋଇପଡିଛି। ଏହାର ଫଳସ୍ବରୂପ ୨୭ଟି ଚାଇନା ଯୁଦ୍ଧ ବିମାନ ତାଇୱାନ ପ୍ରତିରକ୍ଷା ଜୋନ୍‌ରେ…

କିଏ ଏହି ପେଲୋସି? ଯାହାଙ୍କ ନାଁ ଶୁଣିଲେ ଚିହିଙ୍କି ଉଠୁଛି ଚାଇନା

ଓ୍ବାଶିଂଟନ,୩ା୮: ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ବାରମ୍ବାର ଚେତାବନୀ ସତ୍ତ୍ୱେ ଆମେରିକାର ଲୋକ ସଭା ବାଚସ୍ପତି ନାନ୍ସି ପେଲୋସିଙ୍କ ବିମାନ ତାଇଓ୍ବାନରେ ପହଞ୍ଚିଛି। ଯେଉଁଥିପାଇଁ ଚାଇନା ସରକାର ଜୋ ବାଇଡେନଙ୍କୁ ଧମକ ଦେଇଛନ୍ତି। ଚାଇନା ସରକାର କହିଛନ୍ତି, ତାଙ୍କୁ ଉତ୍ତେଜିତ କରିବା…

ପେଲୋସିଙ୍କ ଦକ୍ଷିଣ କୋରିଆ ଯାତ୍ରା ଆରମ୍ଭ…

ତାଇପେଇ, ୩।୮ : ଆମେରିକାର ସିନେଟର ବାଚସ୍ପତି ନାନ୍ସି ପେଲୋସି ତାଇପେଇରେ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନଙ୍କ ସହ ସାକ୍ଷାତ ପରେ ତାଇୱାନ ଛାଡିଛନ୍ତି। ଚାଇନାର ଧମକ ମଧ୍ୟରେ ନାନ୍ସି ମଙ୍ଗଳବାର ରାତିରେ ତାଇୱାନରେ ପହଞ୍ଚିଥିଲେ। ବୁଧବାର ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସେ…

ମୋଦିଙ୍କୁ ପ୍ରଶଂସା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୩ା୮: ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ବୁଧବାର ଭାରତକୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏକ ସଙ୍କଟଗ୍ରସ୍ତ ଦ୍ୱୀପ ଅର୍ଥାତ ଶ୍ରୀଲଙ୍କାକୁ ଜୀବନ ନିଃଶ୍ୱାସ ପ୍ରଦାନ କରିଛି। ସଂସଦର ତୃତୀୟ ଅଧିବେଶନରେ ସରକାରଙ୍କ…

ପ୍ରଶାନ୍ତ ମହାସାଗରରେ ଆମେରିକାର ବୃହତ୍‌ ନୌସମରାଭ୍ୟାସ, ଚାଇନାର ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୩।୮ : ଆମେରିକାର ସିନେଟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତରେ ହତାଶ ହୋଇ ଚାଇନା ତାଇୱାନକୁ ଘେରିବା ପାଇଁ ଏକ ପ୍ରମୁଖ ସାମରିକ ଅଭ୍ୟାସ କରୁଛି। ଏପରିସ୍ଥଳେ ପ୍ରଶାନ୍ତ ମହାସାଗରରେ ଆମେରିକାର ନୌସେନା ଦ୍ୱାରା ବିଶ୍ୱର ସର୍ବ ବୃହତ…

ମହିଳାଙ୍କ ଉପରେ ସିରିଞ୍ଜ୍‌ ଆକ୍ରମଣ, ସତର୍କ ସୂଚନା ଜାରି…

ବାର୍ସିଲୋନା, ୩।୮ : ସ୍ପେନରେ, ସମ୍ପ୍ରତିି ମହିଳାଙ୍କ ଉପରେ ସିରିଞ୍ଜ୍‌ ଆକ୍ରମଣ ବୃଦ୍ଧି ପାଇଛି। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ପ୍ରକାର ଆକ୍ରମଣ ପ୍ରାୟତଃ ଜନଗହଳିପୂର୍ଣ୍ଣ ସ୍ଥାନରେ ଘଟୁଛି। ବ୍ରିଟେନ ଏବଂ ଫ୍ରାନ୍ସରେ ମଧ୍ୟ ଏଭଳି ଘଟଣା ଘଟିଛି।…

ମେଟା ସିଓଓ ପଦରୁ ଶେରିଲଙ୍କ ଇସ୍ତଫା

ଓ୍ବାଶିଂଟନ,୩ା୮: ଫେସ୍‌ବୁକ୍‌ର ମୂଳ କମ୍ପାନୀ ମେଟାରେ ୧୪ ବର୍ଷ କାର୍ଯ୍ୟ କରିବା ପରେ ଏହାର ମୁଖ୍ୟ ଅପରେଟିଂ ଅଫିସର (ସିଓଓ) ପଦରୁ ଶେରିଲ ସ୍ୟାଣ୍ଡବର୍ଗ ଇସ୍ତଫା ଦେଇଛନ୍ତି। ମେଟା ସଫଳତା ପଛରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ତାଙ୍କ ଇସ୍ତଫା ସମ୍ପର୍କରେ…

ଅଗଷ୍ଟ ୭ ପର୍ଯ୍ୟନ୍ତ ତାଇଓ୍ବାନ ଆଖପାଖରେ କ୍ଷେପଣାସ୍ତ୍ର ଅଭ୍ୟାସ କରିବ ଚାଇନା, ପଠାଇଲା ଏସ୍‌ ୟୁ-୩୫ ବିମାନ-ଟ୍ୟାଙ୍କ…

ତାଇପେଇ/ବେଜିଂ, ୨।୮ : ଆମେରିକା ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ନେଇ ଚାଇନାରେ ଉତ୍ତେଜନା ପ୍ରକାଶ ପାଇଛି। ଚାଇନା ତାଇଓ୍ବାନ ଅଭିମୁଖେ ଏହାର ଏସ୍‌ୟୁ-୩୫ ଯୁଦ୍ଧ ବିମାନ ଏବଂ ଟ୍ୟାଙ୍କ ପଠାଇଛି। ଚାଇନା ତାଇଓ୍ବାନର ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ…

ଆମେ ତାଇଓ୍ବାନରେ ଲୋକତନ୍ତ୍ରର ସମର୍ଥକ କହିଲେ ପେଲୋସି, ଚାଇନାରେ ସିଭିଲ ଡିଫେନ୍ସ ସାଇରନ୍‌…

ତାଇପେଇ/ବେଜିଂ/ ଓ୍ବାଶିଂଟନ, ୨।୮ : ଚାଇନାର ଧମକକୁ ଖାତିର ନକରି ଆମେରିକା ସ୍ପିକର ନାନ୍ସି ପେଲୋସି ତାଇଓ୍ବାନର ତାଇପେଇ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। ଏହା ସହିତ ପେଲୋସିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ଟୁଇଟ କରି କହିଛନ୍ତି ଯେ, ଆମେ ତାଇଓ୍ବାନରେ…

ତାଇଓ୍ବାନରେ ପେଲୋସି, ଚାଇନା ରକ୍ତମୁଖା…

ତାଇପେଇ, ୨।୮ : ଚାଇନାର ଧମକକୁ ଖାତିର ନକରି ଆମେରିକା ସ୍ପିକର ନାନ୍ସି ପେଲୋସି ତାଇଓ୍ବାନର ତାଇପେଇ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। ଏହାକୁ ନେଇ ଚାଇନା ଏବେ ରକ୍ତମୁଖା ହେବାରେ ଲାଗିଛି। ପେଲୋସିଙ୍କୁ ସ୍ବାଗତ କରିବା ପାଇଁ ତାଇପେଇ ବିମାନ ବନ୍ଦରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri