ଆସନ୍ତାବର୍ଷ ମାନ୍ଦାବସ୍ଥାର ସମ୍ମୁଖୀନ ହେବ ବିଶ୍ୱ

ଓ୍ବାଶିଂଟନ,୧୭।୯: ଅଧିକାଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଏକସଙ୍ଗେ ସେମାନଙ୍କ ମୁଦ୍ରାନୀତିକୁ କଠୋର କରିଥିବାବେଳେ ଆସନ୍ତା ବର୍ଷ ବିଶ୍ୱ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇପାରେ। ବିଶ୍ୱବ୍ୟାଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ମୁଦ୍ରାସ୍ଫୀତି କମାଇବାକୁ ହେଲେ ଉତ୍ପାଦନ ବୃଦ୍ଧି ସାଙ୍ଗକୁ ଯୋଗାଣ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ହଟାଇବାକୁ ବିଶ୍ୱ ବ୍ୟାଙ୍କ ଆହ୍ବାନ ଦେଇଛି। ରିପୋର୍ଟ ଅନୁଯାୟୀ ବିଶ୍ୱ ମାନ୍ଦାବସ୍ଥାର ଅନେକ ଲକ୍ଷଣ ପରିଲକ୍ଷିତ ହେଲାଣି। ବିଶ୍ୱ ଅର୍ଥନୀତି ଏବେ ଦ୍ରୁତ ବେଗରେ ହ୍ରାସ ପାଉଛି। ୧୯୭୦ର ମାନ୍ଦାବସ୍ଥା ପରବର୍ତ୍ତୀ ଅବସ୍ଥାରେ ଅର୍ଥନୀତି କେବେ ଏଭଳି ହ୍ରାସ ପାଇ ନ ଥିଲା। ବିକାଶଶୀଳ ଅର୍ଥନୀତିଗୁଡ଼ିକ ଆର୍ଥତ୍କ ସଙ୍କଟର ସମ୍ମୁଖୀନ ହୋଇଛନ୍ତି, ଯାହା ଦୀର୍ଘମିଆଦୀ କ୍ଷତି ପହଞ୍ଚାଇପାରେ ବୋଲି ବିଶ୍ୱବ୍ୟାଙ୍କର ନୂଆ ଅଧ୍ୟୟନରେ କୁହାଯାଇଛି।
ମୁଦ୍ରାସ୍ଫୀତି କମାଇବା ଲାଗି ସାରା ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଚଳିତ ବର୍ଷ ଏକସଙ୍ଗେ ସୁଧ ବଢ଼ାଇଛନ୍ତି, ଯାହାକି ଗତ ୫ ଦଶନ୍ଧି ମଧ୍ୟରେ ଦେଖାଯାଇ ନ ଥିଲା। ଆଗାମୀ ବର୍ଷ ମଧ୍ୟ ଏହି ଧାରା ଜାରି ରହିପାରେ। କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ୪%ରେ ପହଞ୍ଚତ୍ପାରେ, ଯାହା ୨୦୨୧ରେ ଥିବା ସୁଧହାରର ଦୁଇଗୁଣ। ଆମେରିକା, ୟୁରୋପ, ଭାରତ ସମସ୍ତେ ମୁଦ୍ରାସ୍ଫୀତି କମାଇବା ପାଇଁ ସୁଧହାର ବଢ଼ାଇଛନ୍ତି। ଏଭଳି କଠୋର ମୁଦ୍ରାନୀତି ଯୋଗୁ ପୁଞ୍ଜିନିବେଶ, ନିଯୁକ୍ତି ଆଦି ପ୍ରଭାବିତ ହେବା ସହ ଅଭିବୃଦ୍ଧି ହ୍ରାସ ପାଇଛି। ସାରା ବିଶ୍ୱରେ ଆର୍ଥତ୍କ ଅଭିବୃଦ୍ଧି ଦ୍ରୁତ ଗତିରେ ହ୍ରାସ ପାଉଛି। ଅଧିକାଂଶ ଦେଶ ମାନ୍ଦାବସ୍ଥା ମଧ୍ୟକୁ ଠେଲିହୋଇଯାଉଥିବାରୁ ଅଭିବୃଦ୍ଧି ହାର ଆହୁରି କମିପାରେ ବୋଲି ରିପୋର୍ଟରେ କୁହାଯାଇଛି। ଏହି ଧାରା ଅଧିକ ଦିନ ତିଷ୍ଠି ରହିବା ସହ ଏହାର ପରିଣାମ ଦୀର୍ଘଦିନ ଅନୁଭୂତ ହେବ ବୋଲି ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଡାଭିଡ୍‌ ମାଲ୍‌ପାସ୍‌ କହିଛନ୍ତି। ମୁଦ୍ରାସ୍ଫୀତି ବୃଦ୍ଧିର ଏକାଧିକ କାରଣ ମଧ୍ୟରୁ ୟୁକ୍ରେନ୍‌ ଯୁଦ୍ଧ ଅନ୍ୟତମ। ଏଥିଯୋଗୁ ଖାଦ୍ୟ ଯୋଗାଣ ବାଧାପ୍ରାପ୍ତ ହୋଇଛି। ମହାମାରୀ ଯୋଗୁ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଥିଲାବେଳେ ଚାଇନାରେ ଦୀର୍ଘଦିନ ଧରି ଲକ୍‌ଡାଉନ ଯୋଗୁ ଚାହିଦା ହ୍ରାସ ପାଇଛି। ଏହାବ୍ୟତୀତ ପାଣିପାଗରେ ଅନିୟମିତତା କୃଷି ଉତ୍ପାଦନକୁ ପ୍ରଭାବିତ କରିଛି। ମୁଦ୍ରାସ୍ଫୀତି କମାଇବା ପାଇଁ ଭାରତର ରିଜର୍ଭ ବ୍ୟାଙ୍କ ଗତ ଅଗଷ୍ଟରେ ତୃତୀୟ ଥର ପାଇଁ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିବା ଫଳରେ ଏହା ୫.୪୦ ପ୍ରତିଶତରେ ପହଞ୍ଚତ୍ଛି। ୨୦୨୨-୨୩ ବର୍ଷ ପାଇଁ ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ରହିବା ସହ ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ ବୋଲି ଆର୍‌ବିଆଇ ଆକଳନ କରିଛି। ଖାଦ୍ୟସାମଗ୍ରୀ ମୂଲ୍ୟ ବୃଦ୍ଧି ଯୋଗୁ ଗତ ଅଗଷ୍ଟରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୭ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଜୁଲାଇରେ ମୁଦ୍ରାସ୍ଫୀତି ୬.୭୧ ପ୍ରତିଶତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri