ଆସନ୍ତାବର୍ଷ ମାନ୍ଦାବସ୍ଥାର ସମ୍ମୁଖୀନ ହେବ ବିଶ୍ୱ

ଓ୍ବାଶିଂଟନ,୧୭।୯: ଅଧିକାଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଏକସଙ୍ଗେ ସେମାନଙ୍କ ମୁଦ୍ରାନୀତିକୁ କଠୋର କରିଥିବାବେଳେ ଆସନ୍ତା ବର୍ଷ ବିଶ୍ୱ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇପାରେ। ବିଶ୍ୱବ୍ୟାଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ମୁଦ୍ରାସ୍ଫୀତି କମାଇବାକୁ ହେଲେ ଉତ୍ପାଦନ ବୃଦ୍ଧି ସାଙ୍ଗକୁ ଯୋଗାଣ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ହଟାଇବାକୁ ବିଶ୍ୱ ବ୍ୟାଙ୍କ ଆହ୍ବାନ ଦେଇଛି। ରିପୋର୍ଟ ଅନୁଯାୟୀ ବିଶ୍ୱ ମାନ୍ଦାବସ୍ଥାର ଅନେକ ଲକ୍ଷଣ ପରିଲକ୍ଷିତ ହେଲାଣି। ବିଶ୍ୱ ଅର୍ଥନୀତି ଏବେ ଦ୍ରୁତ ବେଗରେ ହ୍ରାସ ପାଉଛି। ୧୯୭୦ର ମାନ୍ଦାବସ୍ଥା ପରବର୍ତ୍ତୀ ଅବସ୍ଥାରେ ଅର୍ଥନୀତି କେବେ ଏଭଳି ହ୍ରାସ ପାଇ ନ ଥିଲା। ବିକାଶଶୀଳ ଅର୍ଥନୀତିଗୁଡ଼ିକ ଆର୍ଥତ୍କ ସଙ୍କଟର ସମ୍ମୁଖୀନ ହୋଇଛନ୍ତି, ଯାହା ଦୀର୍ଘମିଆଦୀ କ୍ଷତି ପହଞ୍ଚାଇପାରେ ବୋଲି ବିଶ୍ୱବ୍ୟାଙ୍କର ନୂଆ ଅଧ୍ୟୟନରେ କୁହାଯାଇଛି।
ମୁଦ୍ରାସ୍ଫୀତି କମାଇବା ଲାଗି ସାରା ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଚଳିତ ବର୍ଷ ଏକସଙ୍ଗେ ସୁଧ ବଢ଼ାଇଛନ୍ତି, ଯାହାକି ଗତ ୫ ଦଶନ୍ଧି ମଧ୍ୟରେ ଦେଖାଯାଇ ନ ଥିଲା। ଆଗାମୀ ବର୍ଷ ମଧ୍ୟ ଏହି ଧାରା ଜାରି ରହିପାରେ। କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ୪%ରେ ପହଞ୍ଚତ୍ପାରେ, ଯାହା ୨୦୨୧ରେ ଥିବା ସୁଧହାରର ଦୁଇଗୁଣ। ଆମେରିକା, ୟୁରୋପ, ଭାରତ ସମସ୍ତେ ମୁଦ୍ରାସ୍ଫୀତି କମାଇବା ପାଇଁ ସୁଧହାର ବଢ଼ାଇଛନ୍ତି। ଏଭଳି କଠୋର ମୁଦ୍ରାନୀତି ଯୋଗୁ ପୁଞ୍ଜିନିବେଶ, ନିଯୁକ୍ତି ଆଦି ପ୍ରଭାବିତ ହେବା ସହ ଅଭିବୃଦ୍ଧି ହ୍ରାସ ପାଇଛି। ସାରା ବିଶ୍ୱରେ ଆର୍ଥତ୍କ ଅଭିବୃଦ୍ଧି ଦ୍ରୁତ ଗତିରେ ହ୍ରାସ ପାଉଛି। ଅଧିକାଂଶ ଦେଶ ମାନ୍ଦାବସ୍ଥା ମଧ୍ୟକୁ ଠେଲିହୋଇଯାଉଥିବାରୁ ଅଭିବୃଦ୍ଧି ହାର ଆହୁରି କମିପାରେ ବୋଲି ରିପୋର୍ଟରେ କୁହାଯାଇଛି। ଏହି ଧାରା ଅଧିକ ଦିନ ତିଷ୍ଠି ରହିବା ସହ ଏହାର ପରିଣାମ ଦୀର୍ଘଦିନ ଅନୁଭୂତ ହେବ ବୋଲି ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଡାଭିଡ୍‌ ମାଲ୍‌ପାସ୍‌ କହିଛନ୍ତି। ମୁଦ୍ରାସ୍ଫୀତି ବୃଦ୍ଧିର ଏକାଧିକ କାରଣ ମଧ୍ୟରୁ ୟୁକ୍ରେନ୍‌ ଯୁଦ୍ଧ ଅନ୍ୟତମ। ଏଥିଯୋଗୁ ଖାଦ୍ୟ ଯୋଗାଣ ବାଧାପ୍ରାପ୍ତ ହୋଇଛି। ମହାମାରୀ ଯୋଗୁ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଥିଲାବେଳେ ଚାଇନାରେ ଦୀର୍ଘଦିନ ଧରି ଲକ୍‌ଡାଉନ ଯୋଗୁ ଚାହିଦା ହ୍ରାସ ପାଇଛି। ଏହାବ୍ୟତୀତ ପାଣିପାଗରେ ଅନିୟମିତତା କୃଷି ଉତ୍ପାଦନକୁ ପ୍ରଭାବିତ କରିଛି। ମୁଦ୍ରାସ୍ଫୀତି କମାଇବା ପାଇଁ ଭାରତର ରିଜର୍ଭ ବ୍ୟାଙ୍କ ଗତ ଅଗଷ୍ଟରେ ତୃତୀୟ ଥର ପାଇଁ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିବା ଫଳରେ ଏହା ୫.୪୦ ପ୍ରତିଶତରେ ପହଞ୍ଚତ୍ଛି। ୨୦୨୨-୨୩ ବର୍ଷ ପାଇଁ ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ରହିବା ସହ ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ ବୋଲି ଆର୍‌ବିଆଇ ଆକଳନ କରିଛି। ଖାଦ୍ୟସାମଗ୍ରୀ ମୂଲ୍ୟ ବୃଦ୍ଧି ଯୋଗୁ ଗତ ଅଗଷ୍ଟରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୭ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଜୁଲାଇରେ ମୁଦ୍ରାସ୍ଫୀତି ୬.୭୧ ପ୍ରତିଶତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri