ଏସ୍‌ସିଓ ନୂଆ କ୍ଷମତାକେନ୍ଦ୍ର

ସମରକନ୍ଦ,୧୭।୯: ସୋଭିଏଟ୍‌ ସଂଘର ପୂର୍ବତନ ସଦସ୍ୟ ଉଜ୍‌ବେକିସ୍ତାନରେ ଚାଲିଥିବା ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଏହାକୁ ନୂଆ କ୍ଷମତାକେନ୍ଦ୍ର କହି ପ୍ରଶଂସା କରିଛନ୍ତି। ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରଠାରୁ ଆମେରିକାର ପରମ ଶତ୍ରୁ ପାଲଟିଥିବା ରୁଷିଆ ଏସ୍‌ସିଓ ସମିଟ୍‌କୁ ଏକ ଓ୍ବାଶିଂଟନ ବିରୋଧୀ ମଞ୍ଚ ରୂପେ ଗଢ଼ି ତୋଳିବାକୁ ଉଦ୍ୟମ କରିଛି। ଏଥିରେ ସାମିଲ ଥିବା ଚାଇନା, ଇରାନ, ତୁର୍କୀ, ବେଲାରୁଷ ଓ ପାକିସ୍ତାନ ମଧ୍ୟ ଆମେରିକା ବିରୋଧୀ ହୋଇଥିବାରୁ ପରୋକ୍ଷରେ ପୁଟିନ୍‌ ଏଥିରୁ ଫାଇଦା ଉଠାଇବାକୁ ଯଥାସମ୍ଭବ ପ୍ରୟାସ ଚଳାଇଛନ୍ତି। ପୁଟିନ୍‌ କହିଛନ୍ତି, ନୂଆ କ୍ଷମତାକେନ୍ଦ୍ରର ପ୍ରଭାବ ବୃଦ୍ଧି ଦିନକୁ ଦିନ ଅଧିକ ସ୍ପଷ୍ଟ ହେବାରେ ଲାଗିଛି।
ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌, ଇରାନ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି, ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୈୟିପ୍‌ ଏର୍ଡୋଗାନ୍‌, ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାର ଲୁକାଶେଙ୍କୋ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫଙ୍କ ସହ ପୁଟିନ୍‌ ଆଲୋଚନା କରିଛନ୍ତି। ଏମାନେ ସମସ୍ତେ ହେଲେ ଆମେରିକା ବିରୋଧୀ। ୟୁକ୍ରେନ୍‌ ଆକ୍ରମଣ ପରେ ରୁଷିଆ ଉପରେ ଆମେରିକା ଓ ୟୁରୋପୀୟ ସଂଘ (ଇୟୁ) ପକ୍ଷରୁ ଅନେକ କଠୋର କଟକଣା ଜାରି କରାଯାଇଛି। ପାଶ୍ଚାତ୍ୟର ଏହି ଉଦ୍ୟମ ସତ୍ତ୍ୱେ ରୁଷିଆ ସମ୍ପୂର୍ଣ୍ଣ ଭାବେ ଏକଘରିକିଆ ହୋଇନାହିଁ ବୋଲି ପୁଟିନ୍‌ ଏସ୍‌ସିଓ ସମ୍ମିଳନୀରେ ଦର୍ଶାଇବାକୁ ଭରପୂର ଉଦ୍ୟମ କରିଛନ୍ତି। ସେପଟେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ପଦ ବଜାୟ ରଖି ତାଇଓ୍ବାନ୍‌ ଦଖଲ ପାଇଁ ସ୍ବପ୍ନ ଦେଖୁଥିବା ଜିନ୍‌ପିଙ୍ଗ୍‌ ମଧ୍ୟ ପରୋକ୍ଷରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ସମର୍ଥନ କରି ଆମେରିକାକୁ ନୂ୍ୟନ ଦେଖାଇବାକୁ ଚାହିଁଛନ୍ତି। ସମରକନ୍ଦ ସମ୍ମିଳନୀରେ ପୁଟିନ୍‌ଙ୍କ ସହ ଆଲୋଚନା ବେଳେ ଜିନ୍‌ପିଙ୍ଗ୍‌ କହିଥିଲେ, ରୁଷିଆ ଓ ଚାଇନାର ପାରସ୍ପରିକ ସ୍ବାର୍ଥ ସାଧନ ନିମନ୍ତେ ମସ୍କୋ ସହ ମହାଶକ୍ତି ଭୂମିକାରେ ଅବତୀର୍ଣ୍ଣ ହେବାକୁ ବେଜିଂ ଆଗ୍ରହୀ। ଏହାର ଉତ୍ତରରେ ପୁଟିନ୍‌ କହିଥିଲେ, ଓ୍ବାନ୍‌ ଚାଇନା ପଲିସିକୁ ଆମେ ଗ୍ରହଣ କରିବା ସହ ତାଇଓ୍ବାନ୍‌ ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପକୁ ନିନ୍ଦା କରୁଛୁ। ଇରାନ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ପୁଟିନ୍‌ଙ୍କୁ କହିଥିଲେ, ଆମେରିକାର କଟକଣା ଆମ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜଭୁତ କରିବ। ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପଛରେ ରହି କଟକଣା ଭୋଗୁଥିବା ବେଲାରୁଷ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ଲୁକାଶେଙ୍କୋ ପାଶ୍ଚାତ୍ୟ ନେତାମାନଙ୍କୁ ନିନ୍ଦା କରିବା ସହ ପୁଟିନ୍‌ ଓ ଜିନ୍‌ପିଙ୍ଗ୍‌ଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଦେଇଛନ୍ତି। ଏସବୁ ଭିତରେ ଆମେରିକା ଏହି ସମ୍ମିଳନୀ ଉପରେ କଡ଼ା ନଜର ରଖିଛି।

୨୦୨୩ରେ ଅଧ୍ୟକ୍ଷତା କରିବ ଭାରତ

ଚଳିତବର୍ଷର ଏସ୍‌ସିଓ ସମ୍ମିଳନୀ ଉଜ୍‌ବେକିସ୍ତାନ ଅଧ୍ୟକ୍ଷତାରେ ଚାଲିଥିବାବେଳେ ୨୦୨୩ରେ ଏଥିରେ ଭାରତ ଅଧ୍ୟକ୍ଷତା କରିବ। ଏଥିପାଇଁ ଉଜ୍‌ବେକିସ୍ତାନ ରାଷ୍ଟ୍ରପତି ଶାଭ୍‌କତ୍‌ ମିର୍ଜିୟୋୟେଭ୍‌ ଶୁକ୍ରବାର ଭାରତକୁ ୮ ସଦସ୍ୟ ବିଶିଷ୍ଟ ଏସ୍‌ସିଓର ଅଧ୍ୟକ୍ଷତା ହସ୍ତାନ୍ତର କରିଛନ୍ତି। ଆମ ରଣନୈତିକ ସହଯୋଗୀ ଭାରତକୁ ଏହି ଦାୟିତ୍ୱପୂର୍ଣ୍ଣ ମିଶନରେ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ଉଜ୍‌ବେକ୍‌ ବହିର୍ବ୍ୟାପାର ମନ୍ତ୍ରୀ ଭ୍ଲାଡିମିର ନୋରୋଭ୍‌ ଟୁଇଟ୍‌ କରିଛନ୍ତି। ସମରକନ୍ଦ ସମ୍ମିଳନୀରେ କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ, ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌, ଇରାନ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ ମଧ୍ୟ ସାମିଲ ଥିଲେ। ଏହି ଅବସରରେ ଜିନ୍‌ପିଙ୍ଗ୍‌ କହିଥିଲେ, ପରବର୍ତ୍ତୀ ବର୍ଷ ଭାରତ ଏସ୍‌ସିଓ ସମ୍ମିଳନୀ ଆୟୋଜନ କରିବ। ଏଥିପାଇଁ ଚାଇନା ସମର୍ଥନ କରିବ। ଭାରତକୁ ଅଭିନନ୍ଦନ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri