ବଢୁଛି ବନ୍ୟା ମୃତକଙ୍କ ସଂଖ୍ୟା
ଇସଲାମାବାଦ,୨ା୯: ପାକିସ୍ତାନରେ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ଏହି ସଂଖ୍ୟା ପ୍ରାୟ ୧୨୦୦ରେ ପହଞ୍ଚିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବିବୃତ୍ତିରେ କୁହାଯାଇଛି, ଜୁନ୍ ୧୪ରୁ ବର୍ଷା ଓ ବନ୍ୟା ଯୋଗୁ ଅତି କମ୍ରେ ୧,୧୮୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।…
ଲିଜ୍ ଟ୍ରସ୍ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
ଲଣ୍ଡନ,୨।୯: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଆଗରେ ଅଛନ୍ତି। ସେ ଭାରତୀୟ ବଂଶୋଦ୍ଭବ ତଥା କଞ୍ଜରଭେଟିଭ୍ ପାର୍ଟିର ଋଷି ସୁନକଙ୍କୁ ପଛରେ ପକାଇ ଦେଇଛନ୍ତି। ପ୍ରାୟ ଏକ ଡଜନ ବିତର୍କ ଏବଂ ତିନୋଟି ଟିଭି ବିତର୍କ ପରେ ପ୍ରତିଦ୍ୱନ୍ଦ୍ୱୀ ଲିଜ…
ଭାରତୀୟ ବଂଶୋଦ୍ଭବ ଲକ୍ଷ୍ମଣ ନରସିଂହନ ଷ୍ଟାରବକ୍ସ ସିଇଓ ନିଯୁକ୍ତ
ଲଣ୍ଡନ,୨।୯: ବିଶ୍ୱର ଅଗ୍ରଣୀ କଫି କମ୍ପାନୀ ଷ୍ଟାରବକ୍ସ ଭାରତୀୟ ବଂଶୋଦ୍ଭବ ଲକ୍ଷ୍ମଣ ନରସିଂହନଙ୍କୁ ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବରେ ନିଯୁକ୍ତ କରିଛି। ୫୫ ବର୍ଷୀୟ ନରସିଂହନ ଏପ୍ରିଲ ୧, ୨୦୨୩ରେ ସିଇଓ ପଦ ଗ୍ରହଣ କରିବେ। ଏହା ସହ ସେ…
ଆର୍ଜେଣ୍ଟିନା ଉପରାଷ୍ଟ୍ରପତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ଯୋଜନା ପଣ୍ଡ
ବୁଏନୋସ୍ ଆଇରେସ୍,୨।୯: ଆର୍ଜେଣ୍ଟିନାର ଉପରାଷ୍ଟ୍ରପତି କ୍ରିଷ୍ଟିନା ଫର୍ଣ୍ଣାଡିଜ୍ଙ୍କ ଉପରେ ମରଣାନ୍ତକ ଆକ୍ରମଣ ଯୋଜନା ପଣ୍ଡ ହୋଇଛି। ଉପରାଷ୍ଟ୍ରପତିଙ୍କ ଘର ବାହାରେ ଜଣେ ବନ୍ଧୁକଧାରୀ ତାଙ୍କ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ସୁରକ୍ଷାକର୍ମୀମାନେ ବନ୍ଧୁକଧାରୀଙ୍କୁ କାବୁ କରିବାରେ ସମର୍ଥ ହୋଇଥିଲେ। ଏହି ଘଟଣା…
ରୁଷିଆର ସମରାଭ୍ୟାସ ଆରମ୍ଭ: ଭାରତ, ଚାଇନା ସାମିଲ
ମସ୍କୋ,୧ା୯: ୟୁକ୍ରେନ୍ ଉପରେ ଆକ୍ରମଣ ମଧ୍ୟରେ ରୁଷିଆ ବଡ଼ ଧରଣର ସମରାଭ୍ୟାସ ଭୋଷ୍ଟୋକ୍-୨୦୨୨ ଗୁରୁବାର ଆରମ୍ଭ କରିଛି। ଏଥିତ୍ରେ ଭାରତ, ଚାଇନା ସମେତ ସୋଭିଏଟ୍ ସଂଘ ଅମଳର କେତେକ ଦେଶ ଏବଂ ଲାଓସ୍, ମଙ୍ଗୋଲିଆ, ନିକାରାଗୁଆ, ସିରିଆ ମଧ୍ୟ ସାମିଲ ହୋଇଛନ୍ତି।…
ସାମ୍ନାକୁ ଆସିଲା ଏକ ସର୍ଭେ ରିପୋର୍ଟ: ବୋରିସ ସବୁଠୁ ଖରାପ ପ୍ରଧାନମନ୍ତ୍ରୀ
ଲଣ୍ଡନ,୧।୯: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ଙ୍କ କାର୍ଯ୍ୟକାଳ ଆସନ୍ତା ସପ୍ତାହରେ ଶେଷ ହେବାକୁ ଯାଉଥିବା ବେଳେ ସେ ଦେଶର ସବୁଠୁ ଖରାପ ପ୍ରଧାନମନ୍ତ୍ରୀ ବୋଲି ଏକ ଜନମତ ସର୍ଭେରୁ ଜଣାପଡ଼ିଛି। ଇପ୍ସୋସ୍ ନାମକ ସଂସ୍ଥା ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ୧୯୪୫…
ଜାହାଜ ଅଟକି ସୁଏଜ କେନାଲ ଅବରୋଧ
ପ୍ୟାରିସ,୧।୯ : ଭୂମଧ୍ୟସାଗରକୁ ଲୋହିତ ସାଗର ସହ ସଂଯୋଗ କରୁଥିବା ସୁଏଜ୍ କେନାଲରେ ବୁଧବାର ରାତିରେ ଏକ ବଡ଼ ତୈଳବାହୀ ଜାହାଜ ଅଟକିଯିବାରୁ କିଛି ଘଣ୍ଟା ପାଇଁ ଉକ୍ତ କେନାଲ ଅବରୋଧ ହୋଇଯାଇଥିଲା। ୨୫୨ ମିଟର ଲମ୍ବା ଓ ୪୫ ମିଟର…
ଇମ୍ରାନଙ୍କୁ ମିଳିଲା ଆଶ୍ୱସ୍ତି
ଇସଲାମାବାଦ,୧ା୯: ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଅଗଷ୍ଟରେ ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ଇସଲାମାବାଦ ସଦର ମାଜିଷ୍ଟ୍ରେଟ ଅଲି ଜାଭେଦ ଅଗଷ୍ଟ ୨୦ରେ ଫେଡେରାଲ ରାଜଧାନୀରେ…
‘ଆଗକୁ ପାକିସ୍ତାନର ସ୍ଥିତି ଆହୁରି ଖରାପ ହେବ’
ଇସଲାମାବାଦ,୧ା୯: ପାକିସ୍ତାନର ସର୍ବୋଚ୍ଚ ଜଳବାୟୁ ଏବଂ ପରିବେଶ ବିଶେଷଜ୍ଞ କହିଛନ୍ତି, ବିଶ୍ୱ ତାପମାତ୍ରାର ପ୍ରଭାବ ଆଶ୍ଚର୍ଯ୍ୟଜନକ। ଯାହାକି ପାକିସ୍ତାନକୁ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେବାକୁ ବାଧ୍ୟ କରିଛି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଏହା କେବଳ ଜଳବାୟୁ ପରିବର୍ତ୍ତନର ଆରମ୍ଭ। ଏହା…
ଚାଇନାରେ ପୁଣି କାୟା ବିସ୍ତାର କଲା କରୋନା: ୨ କୋଟିରୁ ଅଧିକ ଲୋକଙ୍କୁ ଘରୁ ବାହାରିବା ମନା
ବେଜିଂ,୧।୯: କରୋନା ମହାମାରୀ ହେତୁ ଚାଇନାର ଅନେକ ସହରରେ ପୁଣି ଲକଡାଉନ ଘୋଷଣା କରାଯାଇଛି। ଚେଙ୍ଗଡୁ ସହରରେ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଦୁଇ କୋଟିରୁ ଅଧିକ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଚାଇନା ସରକାରଙ୍କ…
ଭୁଲ୍ରେ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର୍ ହୋଇଗଲା ୫୭ କୋଟି ଟଙ୍କା: ଆଉ ତା’ପରେ
ମେଲବୋର୍ଣ୍ଣ,୧।୯: ସାଧାରଣତଃ ଅନେକ ଥର ଭୁଲରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିପୁଳ ପରିମାଣର ଅର୍ଥ ଟ୍ରାନ୍ସଫର୍ ହୋଇଯାଏ। ଏଭଳି ପରିସ୍ଥିତିରେ ଟଙ୍କା ପାଇଥିବା ଲୋକଙ୍କୁ ବ୍ୟାଙ୍କକୁ ଟଙ୍କା ଫେରସ୍ତ କରିବାକୁ ପଡେ। ଭାରତରେ ଏଭଳି ଅନେକ ଘଟଣା ଘଟିଛି। ଏବେ ଏଭଳି…
ଯୁଦ୍ଧ ମୁହାଁ ଇସ୍ରାଏଲ-ଇରାନ! ଗୋଟିଏ ଘଣ୍ଟାରେ ସିରିଆର ଦୁଇଟି ବିମାନ ବନ୍ଦରରେ ଇସ୍ରାଏଲର ମିଶାଇଲ ମାଡ
ଜେରୁଜେଲମ,୧ ।୯: ଇସ୍ରାଏଲ ଓ ଇରାନ ମଧ୍ୟରେ ଖୁବଶୀଘ୍ର ଯୁଦ୍ଧ ଆଶଙ୍କା କରାଯାଉଛି । କାରଣ ଇସ୍ରାଏଲ ଏବେ ଇରାନ ବିମାନ ବନ୍ଦରକୁ ଟାର୍ଗେଟ କରିଛି । ଗୋଟିଏ ଘଣ୍ଟା ମଧ୍ୟରେ ସିରିଆର ଦୁଇଟି ବିମାନ ବନ୍ଦର ଉପରେ ଏୟାର ଷ୍ଟ୍ରାଇକ…
Archives


