ମସ୍କଙ୍କ ସମସ୍ୟାର ସମାଧାନ କଲା ୟୁପି ପୋଲିସ, ପୋଷ୍ଟ ଭାଇରାଲ

ନ୍ୟୁୟର୍କ,୨୮ ।୧୧: ଟୁଇଟରର ନୂଆ ମାଲିକ ହେବା ପରେ ବିଲେନିୟର ଏଲନ ମସ୍କ ସବୁବେଳେ ନିଜ ନିଷ୍ପତ୍ତିକୁ ଠିକ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି । ଶନିବାର ମସ୍କ ଦାବି କରିଥିଲେ କି ଟୁଇଟରରେ ୟୁଜର ସାଇନଅପ ସର୍ବକାଳୀନ ଉଚ୍ଚସ୍ତରରେ ରହିଛି ଓ ବର୍ଷରେ ୧ ଅରବରୁ ଅଧିକ ଲୋକ ହେବେ ।
ମସ୍କ ଏକ ଟୁଇଟରେ ପଚାରିଥିଲେ କି ସେ ଯାହା ଟୁଇଟ କରୁଛନ୍ତି ତାକୁ କ’ଣ ତାଙ୍କ କାମରେ ସାମିଲ କରାଯିବ । ଏହାର ଜବାବ ଦେଇ ଏବେ ଚର୍ଚ୍ଚାକୁ ଆସିଛି ଉତ୍ତର ପ୍ରଦେଶ ପୋଲିସ । ୟୁପି ପୋଲିସ କହିଛି ଯଦି ସେ ଟୁଇଟର ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି ତେବେ ଏହାକୁ ତାଙ୍କ କାମରେ ସାମିଲ କରାଯିବ ।
ଏଲନ ମସ୍କ ଟୁଇଟ କରିଥିଲେ, ୱେଟ ଯଦି ମୁଁ ଟୁଇଟ କରୁଛି ତେବେ କ’ଣ ଏହା ମୋ କାମରେ ଗଣାଯିବ । ଟୁଇଟରରେ ସକ୍ରିୟ ରହୁଥିବା ମସ୍କଙ୍କ ଏହି ଟୁଇଟ ବି ଚର୍ଚ୍ଚାକୁ ଆସିଛି । ଉତ୍ତର ପ୍ରଦେଶ ପୋଲିସର ଧ୍ୟାନ ବି ଏହି ଟୁଇଟ ଉପରକୁ ଯାଇଥିଲା । ଏହାପରେ ଉତ୍ତର ପ୍ରଦେଶ ପୋଲିସ ଏହାର ଜବାବରେ ଲେଖିଥିଲା, ୱେଟ ଯଦି ଉତ୍ତର ପ୍ରଦେଶ ପୋଲିସ ଟୁଇଟରେ ଆପଣଙ୍କ ସମସ୍ୟାର ସମାଧାନ କରୁଛି ତେବେ କ’ଣ ଏହା ତା’ର କାମରେ ଗଣାଯିବ । କେବଳ ଏତିକି ନୁହେଁ ୟୁପି ପୋଲିସ ତା’ର ଟୁଇଟର ହ୍ୟାଣ୍ଡେଲରେ ଏହି ଟୁଇଟର ସ୍କ୍ରିନସଟ ବି ଶେୟାର କରିଛି । ଏହାସହ ଲେଖିଛି, ହଁ ଏହାକୁ କାମରେ ଗଣାଯିବ । ଏବେ ଉତ୍ତର ପ୍ରଦେଶ ପୋଲିସର ଏହି ଟୁଇଟ ଭାଇରାଲ ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଧନ ସଙ୍କଟରୁ ପାକ୍‌ରେ ବିଦ୍ୟୁତ କାଟ୍‌

ଇସ୍‌ଲାମାବାଦ, ୧୯ା୪: ବିଦେଶରୁ କୋଇଲା, ପ୍ରାକୃତିକ ଗ୍ୟାସ୍‌ କିଣିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଦେଖାଦେଇଛି। ଫଳରେ କଳାକାରଖାନା ସମେତ...

ଉଦ୍‌ଘାଟନ ବେଳେ ଭାଙ୍ଗିଗଲା ପୋଲ

ମେକ୍ସିକୋ,୮।୬:ମେକ୍ସିକୋର କୁର୍ନାଭାକାରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଲ ଉଦ୍‌ଘାଟନ ସମୟରେ ଏହା ଭାଙ୍ଗିଯିବାରୁ ମେୟର ସମେତ ୧୨ରୁ ଅଧିକ ଲୋକ ନାଳରେ ପଡି ଆହତ...

ପିସ୍‌ ଟିଭିକୁ ୩ ଲକ୍ଷ ପାଉଣ୍ଡ ଜରିମାନା

ଲଣ୍ଡନ,୧୮ା୫(ପି.ଟି.): ଘୃଣିତ ବକ୍ତୃତା ପ୍ରସାରଣ ଲାଗି ବିବାଦୀୟ ଇସ୍‌ଲାମିକ୍‌ ବକ୍ତା ଜାକିର ନାଏକଙ୍କ ପିସ୍‌ ଟିଭିକୁ ବ୍ରିଟେନ୍‌ର ଗଣମାଧ୍ୟମ ନିୟନ୍ତ୍ରକ ଅଫ୍‌କମ୍‌ ୩ ଲକ୍ଷ ପାଉଣ୍ଡ...

କରୋନ ସଙ୍କଟରେ ଆତଙ୍କବାଦୀଙ୍କ ପ୍ରତି ଇମ୍ରାନ୍‌ଙ୍କ କରୁଣା: ଓ୍ବାଚ୍‌ଲିଷ୍ଟ୍‌ରୁ ହଟିଲେ ୧୮,୦୦ ଜଣ

ଇସଲାମାବାଦ୍‌,୨୧।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ସାରା ପୃଥିବୀରେ ଲଢ଼େଇ ଜାରି ରହିଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଆତଙ୍କବାଦୀଙ୍କ ପ୍ରତି କରୁଣା ଦେଖାଇଛନ୍ତି। ପାକିସ୍ତାନର...

ପଞ୍ଜାବ ପ୍ରାନ୍ତରେ ହେବାକୁ ଥିବା ନିର୍ବାଚନ ସ୍ଥଗିତ, ଅକ୍ଟୋବରରେ ହେବ ନୂଆ ତାରିଖର ଘୋଷଣା

ଲାହୋର,୨୩ ।୩: ପାକିସ୍ତାନ ନିର୍ବାଚନ କମିଶନ ବୁଧବାର ପଞ୍ଜାବ ପ୍ରାନ୍ତରେ ହେବାକୁ ଥିବା ନିର୍ବାଚନକୁ ସ୍ଥିଗିତ ରଖିଛନ୍ତି । ଏହା ପଛରେ ଦେଶର ଖରାପ ଆଇନ...

୩୦ ଦିନରେ ୮୫ ହଜାର ମେଟ୍ରିକ୍‌ ଟନ୍‌ ଗହମ ୟେମେନ ପଠାଇଛି ଭାରତ…

ଜେନେଭା,୨୩।୧୧ : ୟେମେନର ପରିସ୍ଥିତିକୁ ନେଇ ଭାରତ ସମେତ ମିଳିତ ଜାତିସଂଘ ଚିନ୍ତିତ। ଏଥି ସହିତ ଯୁଦ୍ଧ ପରେ ପରିସ୍ଥିତିକୁ ନେଇ ଜାତିସଂଘ ଏହାକୁ ବିଶ୍ୱର...

ଭୁଲ୍‌ ଦିଗରେ ଯାଉଛି ବିଶ୍ୱ

ଲଣ୍ଡନ,୧୪ା୯: ବିଶ୍ୱବ୍ୟାପୀ ଅଧିକାଂଶ ଦେଶରେ ଲକ୍‌ଡାଉନ ଫଳରେ ପ୍ରଦୂଷଣ ହାରରେ ସାମାନ୍ୟ ହ୍ରାସ ଘଟିଥିଲା। ଏବେ ଏହା ମହାମାରୀ ପୂର୍ବ ସ୍ଥିତିକୁ ଟପିଗଲାଣି ବୋଲି ଜାତିସଂଘ...

ବୟଫ୍ରେଣ୍ଡ୍‌ଙ୍କ ସହିତ ମୋବାଇଲ୍‌ରେ କଥା ହେବାରୁ ମିଳିଲା ଏଭଳି ଦଣ୍ଡ…

କାବୁଲ,୨୮।୪: ମୋବାଇଲରେ ବୟଫ୍ରେଣ୍ଡ୍‌ଙ୍କ ସହିତ କଥା ହେବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରେ ସର୍ବସମ୍ମୁଖରେ ୪୦ ଥର ଚାବୁକ୍‌ମାଡ଼ ହୋଇଛି। ଏଭଳି...

Advertisement
Archives

Model This Week