ଇସ୍ତଫା ଦିଅ ଜିନ୍‌ପିଙ୍ଗ୍‌

ବେଜିଂ/ସାଂଘାଇ,୨୮ା୧୧(ପି.ଟି./ଏ.ପି.): ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଚାଇନାରେ ପୁଣି ଅସମ୍ଭାଳ ହେଲାଣି କୋଭିଡ୍‌-୧୯। ଘାତକ ଭୂତାଣୁ ସଂକ୍ରମଣ ଲଗାତର ବୃଦ୍ଧି ପାଉଥିବାରୁ ବେଜିଂ, ସାଂଘାଇ ଓ ଉରୁମ୍‌କି ସମେତ ବିଭିନ୍ନ ସହରରେ କଟକଣା ଜାରି କରିଛନ୍ତି କମ୍ୟୁନିଷ୍ଟ ସରକାର। ଏହାର ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି। ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ୧ ଦଶନ୍ଧି ଶାସନ କାଳରେ ଏଭଳି ବିରୋଧର ସ୍ବର କେବେ ଶୁଣାଯାଇ ନ ଥିଲା।

ଚାଇନାର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର ସାଂଘାଇର ଓ୍ବୁଲୁମୁକି ରୋଡ୍‌ରେ ଶନିବାର ରାତିରେ ଲୋକେ ଏକତ୍ରିତ ହୋଇ କ୍ୟାଣ୍ଡେଲଲାଇଟ୍‌ ଶୋଭାଯାତ୍ରାର ଆୟୋଜନ କରିଥିଲେ। ରବିବାର ଭୋର ସମୟରେ ଏହି ଶୋଭାଯାତ୍ରା ବଡ଼ ବିକ୍ଷୋଭର ରୂପ ନେଇସାରିଥିଲା। ବିକ୍ଷୋଭକାରୀମାନେ ହାତରେ ସାଦା କାଗଜ ଧରି ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି) ଏବଂ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ। ଦେଶର ନେତୃତ୍ୱ ବିରୋଧରେ ବିକ୍ଷୋଭ ବେଳେ ଶୁଣାଯାଉଥିଲା, ଲକ୍‌ଡାଉନ୍‌ ହଟାଅ ଏବଂ ଶି ଜିନ୍‌ପିଙ୍ଗ୍‌ ଡାଉନ୍‌ ଡାଉନ୍‌। ଏହାର ଭିଡିଓ ଫୁଟେଜ୍‌ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବାରେ ଲାଗିଛି। ରବିବାର ଓ୍ବୁଲୁମୁକି ରୋଡ୍‌ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପୋଲିସ କର୍ମଚାରୀମାନେ ସମ୍ପୃକ୍ତ ଅଞ୍ଚଳର ରାସ୍ତାଗୁଡ଼ିକୁ ବ୍ୟାରିକେଡ୍‌ କରି ଭିଡ଼କୁ ଆୟତ୍ତ ଉଦ୍ୟମ ଚଳାଇଛନ୍ତି।

କ୍ୟାଣ୍ଡେଲ ଏବଂ ‘ଉରୁମ୍‌କି ନଭେମ୍ବର ୨୪ ମୃତକଙ୍କୁ ଶାନ୍ତି ମିଳୁ’ ଉଲ୍ଲିଖିତ ପ୍ଲାକାର୍ଡ ଧରିଥିବା ପ୍ରାୟ ୩୦୦ ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ଯାଇ ଲଙ୍କାଗୁଣ୍ଡ ସ୍ପ୍ରେ କରିଛନ୍ତି। କେତେଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯିବା ପରେ ଦେଖଣାହାରୀ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଜଣେ ବିକ୍ଷୋଭକାରୀ କହିଛନ୍ତି, ଉରୁମ୍‌କି ଅଗ୍ନିକାଣ୍ଡ ଯୋଗୁ ସେ ସେଠାରେ ଉପସ୍ଥିତ ଅଛନ୍ତି। ସେ ସ୍ବାଧୀନତା ପାଇଁ ଲଢ଼େଇ କରୁଛନ୍ତି। ଶୀତ ଆସୁଛି। ଲୋକଙ୍କୁ ସ୍ବାଧୀନତା ଦରକାର। ପିସିଆର୍‌ ଟେଷ୍ଟ ଲୋଡ଼ା ନାହିଁ। ବେଜିଂରେ ମଧ୍ୟ ଅଭୂତପୂର୍ବ ବିକ୍ଷୋଭ ଦେଖିବାକୁ ମିଳିଛି। ସିଙ୍ଗ୍‌ହୁଆ ୟୁନିଭର୍ସିଟିରେ କୋଭିଡ୍‌ କଟକଣା ପ୍ରତିବାଦରେ ଶତାଧିକ ଛାତ୍ରୀଛାତ୍ର ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ବେଳେ ସେମାନେ ଜାତୀୟ ସଙ୍ଗୀତ ଗାନ କରି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଜଣେ ଛାତ୍ର କହିଛନ୍ତି, ବେଜିଂର କାର୍ଯ୍ୟାନୁଷ୍ଠାନ ଭୟରେ ଆମେ ଯଦି କହିବାକୁ ସାହସ ଜୁଟାଇବା ନାହିଁ ତେବେ ଆମ ଉପରୁ ଆମ ଲୋକଙ୍କ ଭରସା ତୁଟିଯିବ। ଆମକୁ ଏହି ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟର ଛାତ୍ର ହିସାବରେ ସାରା ଜୀବନ ଅନୁତପ୍ତ ହେବାକୁ ପଡ଼ିବ। ଏକଦା ଜିନ୍‌ପିଙ୍ଗ୍‌ ପାଠ ପଢ଼ିଥିବା ଏହି ବିଶ୍ୱବିଦ୍ୟାଳୟରେ ତାଙ୍କ ବିରୋଧରେ ଏପରି ବିକ୍ଷୋଭକୁ ଦେଖି କେତେଜଣ ପ୍ରତ୍ୟକ୍ଷଦର୍ଶୀ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।

‘ଲକ୍‌ଡାଉନ୍‌ ବନ୍ଦ କର’

୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ଉରୁମ୍‌କି ହେଉଛି ଶିଞ୍ଜିଆନ୍‌ ରିଜିଅନ୍‌ ରାଜଧାନୀ, ଯେଉଁଠି ଦୀର୍ଘ ୧୦୦ ଦିନ ଧରି ଲୋକେ ବନ୍ଦ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଗତ ୨୪ରେ ଉରୁମ୍‌କିସ୍ଥିତ ଏକ ବିଶାଳ କୋଠାରେ ନିଅଁା ଲାଗିଯିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୯ ଜଣ ଆହତ ହୋଇଥିଲେ। ଲକ୍‌ଡାଉନ ଯୋଗୁ ଉକ୍ତ ବିଲ୍ଡିଂକୁ ଆଂଶିକ ଭାବେ ବନ୍ଦ କରିଦିଆଯାଇଥିବାରୁ ଅନେକ ବାସିନ୍ଦା ନିଜ ଜୀବନ ବଞ୍ଚାଇବା ପାଇଁ ସେଠାରୁ ବାହାରିପାରି ନ ଥିଲେ। ଏହାର ପ୍ରତିବାଦରେ ଶୁକ୍ରବାର ସନ୍ଧ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ସ୍ଲୋଗାନ ଦେଇଥିଲେ, ‘ଲକ୍‌ଡାଉନ୍‌ ବନ୍ଦ କର’।

କ’ଣ ଦେଇଛି ଜିରୋ-କୋଭିଡ୍‌ ନୀତି

କୋଭିଡ୍‌-୧୯ ସଂକ୍ରମଣର ମୁକାବିଲା ପାଇଁ ଚାଇନା ସରକାର କଡ଼ା କଠୋର ନୀତି ଆପଣାଇଛନ୍ତି। ଜିରୋ-କୋଭିଡ୍‌ ପଲିସି ଅନୁସାରେ ଲକ୍‌ଡାଉନ୍‌ ଜାରି ସହ ଯାତ୍ରା ଉପରେ ମଧ୍ୟ କଟକଣା କରାଯାଇଛି। ଏଥିସହ ସମୂହ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ବିଶ୍ୱର ଅନେକ ଦେଶରେ କୋଭିଡ୍‌ କଟକଣାକୁ କୋହଳ କିମ୍ବା ସମ୍ପୂର୍ଣ୍ଣ ହଟାଇ ଦିଆଯାଇଥିବାବେଳେ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ଏହି ନୀତି ଯୋଗୁ ଚାଇନାବାସୀ ହନ୍ତସନ୍ତ ହେଉଛନ୍ତି। କଟକଣା ସତ୍ତ୍ୱେ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ହୋଇଛି। କେବଳ ଶନିବାର ପ୍ରାୟ ୪୦,୦୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେବଳ ସେତିକି ନୁହେଁ, ଲକ୍‌ଡାଉନ୍‌ ଯୋଗୁ କଳକାରଖାନା ବନ୍ଦ ପଡ଼ିଥିବାରୁ ଫ୍ୟାକ୍ଟ୍ରି ଆଉଟ୍‌ପୁଟ୍‌ ପ୍ରଭାବିତ ହୋଇଛି। ଖୁଚୁରା ବିକ୍ରି ୫ ମାସରେ ସର୍ବନିମ୍ନ ସ୍ତରକୁ ଖସିଆସିଛି। ଫଳରେ ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥନୀତି ଚାଇନାକୁ ବୈଶ୍ୱିକ ମାନ୍ଦାବସ୍ଥାର ସାମ୍ନା କରିବାକୁ ପଡ଼ିଲାଣି।

ଅବଜ୍ଞାର ନୂଆ ପ୍ରତୀକ ସାଦା କାଗଜ

ଚାଇନାରେ ଜାରି କୋଭିଡ୍‌ କଟକଣାର ପ୍ରତିବାଦରେ ଅଭୂତପୂର୍ବ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ନାଞ୍ଜିଂ ଓ ବେଜିଂ ସମେତ ବିଭିନ୍ନ ସହରରେ ଥିବା ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ସାଦା କାଗଜ ଧରି ନୀରବ ବିକ୍ଷୋଭ କରୁଛନ୍ତି। ଗିରଫଦାରି ଏଡ଼ାଇବା ପାଇଁ ଏହା ଏକ କୌଶଳପୂର୍ଣ୍ଣ ବିରୋଧ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri