ଇସ୍ତଫା ଦିଅ ଜିନ୍‌ପିଙ୍ଗ୍‌

ବେଜିଂ/ସାଂଘାଇ,୨୮ା୧୧(ପି.ଟି./ଏ.ପି.): ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଚାଇନାରେ ପୁଣି ଅସମ୍ଭାଳ ହେଲାଣି କୋଭିଡ୍‌-୧୯। ଘାତକ ଭୂତାଣୁ ସଂକ୍ରମଣ ଲଗାତର ବୃଦ୍ଧି ପାଉଥିବାରୁ ବେଜିଂ, ସାଂଘାଇ ଓ ଉରୁମ୍‌କି ସମେତ ବିଭିନ୍ନ ସହରରେ କଟକଣା ଜାରି କରିଛନ୍ତି କମ୍ୟୁନିଷ୍ଟ ସରକାର। ଏହାର ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି। ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ୧ ଦଶନ୍ଧି ଶାସନ କାଳରେ ଏଭଳି ବିରୋଧର ସ୍ବର କେବେ ଶୁଣାଯାଇ ନ ଥିଲା।

ଚାଇନାର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର ସାଂଘାଇର ଓ୍ବୁଲୁମୁକି ରୋଡ୍‌ରେ ଶନିବାର ରାତିରେ ଲୋକେ ଏକତ୍ରିତ ହୋଇ କ୍ୟାଣ୍ଡେଲଲାଇଟ୍‌ ଶୋଭାଯାତ୍ରାର ଆୟୋଜନ କରିଥିଲେ। ରବିବାର ଭୋର ସମୟରେ ଏହି ଶୋଭାଯାତ୍ରା ବଡ଼ ବିକ୍ଷୋଭର ରୂପ ନେଇସାରିଥିଲା। ବିକ୍ଷୋଭକାରୀମାନେ ହାତରେ ସାଦା କାଗଜ ଧରି ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି) ଏବଂ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ। ଦେଶର ନେତୃତ୍ୱ ବିରୋଧରେ ବିକ୍ଷୋଭ ବେଳେ ଶୁଣାଯାଉଥିଲା, ଲକ୍‌ଡାଉନ୍‌ ହଟାଅ ଏବଂ ଶି ଜିନ୍‌ପିଙ୍ଗ୍‌ ଡାଉନ୍‌ ଡାଉନ୍‌। ଏହାର ଭିଡିଓ ଫୁଟେଜ୍‌ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବାରେ ଲାଗିଛି। ରବିବାର ଓ୍ବୁଲୁମୁକି ରୋଡ୍‌ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପୋଲିସ କର୍ମଚାରୀମାନେ ସମ୍ପୃକ୍ତ ଅଞ୍ଚଳର ରାସ୍ତାଗୁଡ଼ିକୁ ବ୍ୟାରିକେଡ୍‌ କରି ଭିଡ଼କୁ ଆୟତ୍ତ ଉଦ୍ୟମ ଚଳାଇଛନ୍ତି।

କ୍ୟାଣ୍ଡେଲ ଏବଂ ‘ଉରୁମ୍‌କି ନଭେମ୍ବର ୨୪ ମୃତକଙ୍କୁ ଶାନ୍ତି ମିଳୁ’ ଉଲ୍ଲିଖିତ ପ୍ଲାକାର୍ଡ ଧରିଥିବା ପ୍ରାୟ ୩୦୦ ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ଯାଇ ଲଙ୍କାଗୁଣ୍ଡ ସ୍ପ୍ରେ କରିଛନ୍ତି। କେତେଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯିବା ପରେ ଦେଖଣାହାରୀ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଜଣେ ବିକ୍ଷୋଭକାରୀ କହିଛନ୍ତି, ଉରୁମ୍‌କି ଅଗ୍ନିକାଣ୍ଡ ଯୋଗୁ ସେ ସେଠାରେ ଉପସ୍ଥିତ ଅଛନ୍ତି। ସେ ସ୍ବାଧୀନତା ପାଇଁ ଲଢ଼େଇ କରୁଛନ୍ତି। ଶୀତ ଆସୁଛି। ଲୋକଙ୍କୁ ସ୍ବାଧୀନତା ଦରକାର। ପିସିଆର୍‌ ଟେଷ୍ଟ ଲୋଡ଼ା ନାହିଁ। ବେଜିଂରେ ମଧ୍ୟ ଅଭୂତପୂର୍ବ ବିକ୍ଷୋଭ ଦେଖିବାକୁ ମିଳିଛି। ସିଙ୍ଗ୍‌ହୁଆ ୟୁନିଭର୍ସିଟିରେ କୋଭିଡ୍‌ କଟକଣା ପ୍ରତିବାଦରେ ଶତାଧିକ ଛାତ୍ରୀଛାତ୍ର ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ବେଳେ ସେମାନେ ଜାତୀୟ ସଙ୍ଗୀତ ଗାନ କରି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଜଣେ ଛାତ୍ର କହିଛନ୍ତି, ବେଜିଂର କାର୍ଯ୍ୟାନୁଷ୍ଠାନ ଭୟରେ ଆମେ ଯଦି କହିବାକୁ ସାହସ ଜୁଟାଇବା ନାହିଁ ତେବେ ଆମ ଉପରୁ ଆମ ଲୋକଙ୍କ ଭରସା ତୁଟିଯିବ। ଆମକୁ ଏହି ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟର ଛାତ୍ର ହିସାବରେ ସାରା ଜୀବନ ଅନୁତପ୍ତ ହେବାକୁ ପଡ଼ିବ। ଏକଦା ଜିନ୍‌ପିଙ୍ଗ୍‌ ପାଠ ପଢ଼ିଥିବା ଏହି ବିଶ୍ୱବିଦ୍ୟାଳୟରେ ତାଙ୍କ ବିରୋଧରେ ଏପରି ବିକ୍ଷୋଭକୁ ଦେଖି କେତେଜଣ ପ୍ରତ୍ୟକ୍ଷଦର୍ଶୀ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।

‘ଲକ୍‌ଡାଉନ୍‌ ବନ୍ଦ କର’

୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ଉରୁମ୍‌କି ହେଉଛି ଶିଞ୍ଜିଆନ୍‌ ରିଜିଅନ୍‌ ରାଜଧାନୀ, ଯେଉଁଠି ଦୀର୍ଘ ୧୦୦ ଦିନ ଧରି ଲୋକେ ବନ୍ଦ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଗତ ୨୪ରେ ଉରୁମ୍‌କିସ୍ଥିତ ଏକ ବିଶାଳ କୋଠାରେ ନିଅଁା ଲାଗିଯିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୯ ଜଣ ଆହତ ହୋଇଥିଲେ। ଲକ୍‌ଡାଉନ ଯୋଗୁ ଉକ୍ତ ବିଲ୍ଡିଂକୁ ଆଂଶିକ ଭାବେ ବନ୍ଦ କରିଦିଆଯାଇଥିବାରୁ ଅନେକ ବାସିନ୍ଦା ନିଜ ଜୀବନ ବଞ୍ଚାଇବା ପାଇଁ ସେଠାରୁ ବାହାରିପାରି ନ ଥିଲେ। ଏହାର ପ୍ରତିବାଦରେ ଶୁକ୍ରବାର ସନ୍ଧ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ସ୍ଲୋଗାନ ଦେଇଥିଲେ, ‘ଲକ୍‌ଡାଉନ୍‌ ବନ୍ଦ କର’।

କ’ଣ ଦେଇଛି ଜିରୋ-କୋଭିଡ୍‌ ନୀତି

କୋଭିଡ୍‌-୧୯ ସଂକ୍ରମଣର ମୁକାବିଲା ପାଇଁ ଚାଇନା ସରକାର କଡ଼ା କଠୋର ନୀତି ଆପଣାଇଛନ୍ତି। ଜିରୋ-କୋଭିଡ୍‌ ପଲିସି ଅନୁସାରେ ଲକ୍‌ଡାଉନ୍‌ ଜାରି ସହ ଯାତ୍ରା ଉପରେ ମଧ୍ୟ କଟକଣା କରାଯାଇଛି। ଏଥିସହ ସମୂହ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ବିଶ୍ୱର ଅନେକ ଦେଶରେ କୋଭିଡ୍‌ କଟକଣାକୁ କୋହଳ କିମ୍ବା ସମ୍ପୂର୍ଣ୍ଣ ହଟାଇ ଦିଆଯାଇଥିବାବେଳେ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ଏହି ନୀତି ଯୋଗୁ ଚାଇନାବାସୀ ହନ୍ତସନ୍ତ ହେଉଛନ୍ତି। କଟକଣା ସତ୍ତ୍ୱେ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ହୋଇଛି। କେବଳ ଶନିବାର ପ୍ରାୟ ୪୦,୦୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେବଳ ସେତିକି ନୁହେଁ, ଲକ୍‌ଡାଉନ୍‌ ଯୋଗୁ କଳକାରଖାନା ବନ୍ଦ ପଡ଼ିଥିବାରୁ ଫ୍ୟାକ୍ଟ୍ରି ଆଉଟ୍‌ପୁଟ୍‌ ପ୍ରଭାବିତ ହୋଇଛି। ଖୁଚୁରା ବିକ୍ରି ୫ ମାସରେ ସର୍ବନିମ୍ନ ସ୍ତରକୁ ଖସିଆସିଛି। ଫଳରେ ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥନୀତି ଚାଇନାକୁ ବୈଶ୍ୱିକ ମାନ୍ଦାବସ୍ଥାର ସାମ୍ନା କରିବାକୁ ପଡ଼ିଲାଣି।

ଅବଜ୍ଞାର ନୂଆ ପ୍ରତୀକ ସାଦା କାଗଜ

ଚାଇନାରେ ଜାରି କୋଭିଡ୍‌ କଟକଣାର ପ୍ରତିବାଦରେ ଅଭୂତପୂର୍ବ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ନାଞ୍ଜିଂ ଓ ବେଜିଂ ସମେତ ବିଭିନ୍ନ ସହରରେ ଥିବା ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ସାଦା କାଗଜ ଧରି ନୀରବ ବିକ୍ଷୋଭ କରୁଛନ୍ତି। ଗିରଫଦାରି ଏଡ଼ାଇବା ପାଇଁ ଏହା ଏକ କୌଶଳପୂର୍ଣ୍ଣ ବିରୋଧ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?