ଅନ୍ତର୍ଜାତୀୟ

ସିନ୍ଧୁ ନଦୀରେ ଡଙ୍ଗାବୁଡ଼ି, ୨୩ ମୃତ, ୨୬ ନିଖୋଜ …

ଇସଲାମାବାଦ, ୧୯।୭ : ପାକିସ୍ତାନରେ ଏକ ଦୁଃଖଦ ଡଙ୍ଗାବୁଡ଼ି ଦୁର୍ଘଟଣାରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୬ ଜଣ ନିଖୋଜ ଅଛନ୍ତି। ପାକିସ୍ତାନର ପଞ୍ଜାବ ଏବଂ ସିନ୍ଧ ସୀମା ଅଞ୍ଚଳ ନିକଟସ୍ଥ ସିନ୍ଧୁ ନଦୀରେ ଏକ ଡଙ୍ଗା ବୁଡ଼ିଯିବା ଯୋଗୁ…

ପଞ୍ଜାବରେ ସରକାର ଗଢ଼ିପାରେ ପିଟିଆଇ

ଇସ୍‌ଲାମାବାଦ,୧୯।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ପାର୍ଟି ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ସରକାର ଗଠନ କରିବା ନେଇ ସମ୍ଭାବନା ଦେଖାଦେଇଛି। ଇତିମଧ୍ୟରେ ପଞ୍ଜାବ ବିଧାନସଭା ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ୨୦ରୁ…

ଧରାପଡିଲା ଚାଇନାର ଚାଲାକି

ବେଜିଂ,୧୯।୭: ଭାରତ-ଚାଇନା ସୀମାରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଚାଇନା ସେନା ପ୍ୟାଙ୍ଗୋଙ୍ଗ ହ୍ରଦ ଉପରେ ଏକ ସାମରିକ ଅଭ୍ୟାସ କରି ଏହାର ଏକ ଭିଡିଓ ମଧ୍ୟ ଜାରି କରିଛି। ୧୬ତମ କମାଣ୍ଡରସ୍ତରୀୟ କଥାବାର୍ତ୍ତା ପରେ ମଧ୍ୟ ଡ୍ରାଗନର ଏଭଳି…

ରାଷ୍ଟ୍ରପତି ଦୌଡରୁ ଓହରିଲେ ପ୍ରେମଦାସା

କଲମ୍ବୋ,୧୯।୭: ବୁଧବାର ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ନିର୍ବାଚନ ପୂର୍ବରୁ ବିରୋଧି ଦଳ ନେତା ସାଜିତ ପ୍ରେମଦାସା ରାଷ୍ଟ୍ରପତି ଦୌଡରୁ ଓହରିଛନ୍ତି।ସେ ନିଜର ପ୍ରାର୍ଥିିପତ୍ର ପ୍ରତ୍ୟାହାର କରିଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଦେଶର ପ୍ରଗତି…

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଆଗକୁ ବଢୁଛନ୍ତି ଋଷି ସୁନକ

ଲଣ୍ଡନ,୧୯ ।୭: ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଧୀରେ ଧୀରେ ଆଗକୁ ବଢୁଛନ୍ତି । ସେ ତୃତୀୟ ରାଉଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଏହି ରାଉଣ୍ଡରେ ତାଙ୍କୁ ୧୧୫ ଭୋଟ ମିଳିଛି । ଫଳରେ…

୨୩୧ ବର୍ଷର ବନ୍ଧୁକ ସଂସ୍କୃତି, ନିୟନ୍ତ୍ରଣ କରିବାରେ ସରକାର ବିଫଳ…

ଓ୍ବାଶିଂଟନ,୧୮।୭ : ଆମେରିକାରେ ଗୁଳିକାଣ୍ଡ ଥମିବାର ନା ଧରୁନି। ଦେଶରେ ଜାରି ରହିଥିବା ବନ୍ଧୁକ ସଂସ୍କୃତି ଯୋଗୁ ଏଭଳି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ଏଭଳି ଘଟଣାରେ ବହୁ ଧନ ଜୀବନର ହାନି ଘଟୁଛି। ରାଷ୍ଟ୍ରପତି ଜୋ ବାଇଡେନ୍‌…

ଶପିଂ ମଲରେ ଗୁଳିକାଣ୍ଡ,ସନ୍ଦିଗ୍ଧଙ୍କ ସମେତ ୪ ଜଣଙ୍କ ମୃତ୍ୟୁ…

ଓ୍ବାଶିଂଟନ,୧୮।୭ : ଆମେରିକାରେ ବନ୍ଧୁକ ସଂସ୍କୃତି ଯୋଗୁ ବିଭିନ୍ନ ସମୟରେ ଗୁଳିକାଣ୍ଡ ଘଟଣା ଘଟିବାରେ ଲାଗିଛି। ଏଭଳି ଘଟଣା ଧୀରେଧୀରେ ବଢ଼ିବାରେ ମଧ୍ୟ ଲାଗିଛି। ସିଏନଏନ ରିପୋର୍ଟ ଅନୁଯାୟୀ, ରବିବାର ସାରେ ଇଣ୍ଡିଆନାର ଗ୍ରୀନଉଡ ପାର୍କ ଶପିଂ ମଲରେ ଗୁଳିକାଣ୍ଡ ଘଟିଛି।…

ମହିଳାଙ୍କ ବୁଲିବା ଉପରେ ପାକିସ୍ତାନରେ କଟକଣା ଦାବି କଲା ଜିରଗା ପରିଷଦ…

ଇସଲାମାବାଦ,୧୮।୭: ପାକିସ୍ତାନରେ ମହିଳାଙ୍କ ଅଧିକାର ଉପରେ ନିରନ୍ତର ପହରା ଲଗା ଯାଉଛି। ନିକଟରେ ପାକିସ୍ତାନର ଏକ ଆଦିବାସୀ ପରିଷଦ ଜିରଗା ମହିଳାମାନଙ୍କୁ ପର୍ଯ୍ୟଟନ ଏବଂ ମନୋରଞ୍ଜନ ପାଇଁ ସର୍ବସାଧାରଣ ସ୍ଥାନ ପରିଦର୍ଶନ କରିବାକୁ ବାରଣ କରିଛି। ପରିଷଦ ଏହାକୁ ଅନୈତିକ ଏବଂ…

ଦୁଇ ଅଧିକାରୀଙ୍କୁ ବରଖାସ୍ତ କଲେ ଜେଲେନସ୍କି, ରୁଷିଆକୁ ସହଯୋଗ ଅଭିଯୋଗ…

କ୍ୱିଭ୍‌,୧୮।୭ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷିଆକୁ ସହଯୋଗ କରୁଥିବା ଅଭିଯୋଗ ଆଧାରରେ ଦେଶର ଏଜେନ୍ସିର ଦୁଇଜଣ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି। ଜେଲେନସ୍କି ଦେଶର ଘରୋଇ ସୁରକ୍ଷା ଏଜେନ୍ସିର ମୁଖ୍ୟ ଇଭାନ ବକାନୋଭ ଏବଂ ଦେଶର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇରିନା…

‘ଧର୍ମ ଚାଇନା ସମାଜ ପରି ହେବା ଉଚିତ୍‌’

ବେଜିଂ,୧୭ା୭: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଅଧିକାରୀମାନଙ୍କୁ ଏକ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଚାଇନାରେ ଇସଲାମ ଚାଇନା ସମାଜ ସହ ଅନୁରୂପ ହେବା ଉଚିତ। ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ଅନୁସରଣ କରାଯାଉଥିବା ସମାଜବାଦୀ ସମାଜ ସହ ଦେଶରେ…

‘ଭୋଟ୍‌ ଦେବା ବେଳେ ଇମ୍ରାନଙ୍କ ଦୁର୍ନୀତି, ଆର୍ଥିକ ବିପର୍ଯ୍ୟୟ କଥା ମନେ ପକାଇବ’

ଇସଲାମାବାଦ,୧୭ା୭:  ପାକିସ୍ତାନର ପଞ୍ଜାବରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ପଞ୍ଜାବର ୨୦ଟି ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ରବିବାର ଜନସାଧାରଣଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ତୁମେ ଭୋଟ ଦେବା ପୂର୍ବରୁ ଇମ୍ରାନ ଖାନଙ୍କ…

ବାଂଲାଦେଶରେ ପୁଣି ହିନ୍ଦୁଙ୍କ ଉପରେ ଆକ୍ରମଣ, ମନ୍ଦିରରେ ଭଙ୍ଗାରୁଜା, ଫେସବୁକ୍‌ ପୋଷ୍ଟକୁ ନେଇ ଉତ୍ତେଜନା…

ଢାକା,୧୭।୭ : ବାଂଲାଦେଶରେ ପୁଣିଥରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇଛି। ଏଠାରେ ନରାଇଲର ଲୋହାଗରା ଅଞ୍ଚଳରେ ହିନ୍ଦୁଙ୍କ ଘର ଉପରେ ଆକ୍ରମଣ ହୋଇଥିବାବେଳେ ଗୋଟିଏ ଘରେ ମଧ୍ୟ ନିଆଁ ଲଗାଇ ଦିଆଯାଇଛି। କୁହାଯାଉଛି ଯେ ଏକ ମନ୍ଦିରକୁ ବହୁଲୋକ ଭଙ୍ଗାରୁଜା କରିଛନ୍ତି। ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri