ଅନ୍ତର୍ଜାତୀୟ

ରୁଷିଆ ସୈନ୍ୟଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଅଭାବ, ଉତ୍ପାଦନ ପାଇଁ ଶିଳ୍ପ ସଂସ୍ଥାଙ୍କୁ ଅନୁରୋଧ କଲେ ପୁଟିନ…

ମସ୍କୋ,୨୪।୧୨ : ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପାଖରେ ଧୀରେଧୀରେ ଅସ୍ତ୍ରଶସ୍ତ୍ର କମିବାରେ ଲାଗିଛି। ଏପରିସ୍ଥଳେ ରାଷ୍ଟ୍ରପତି ଭ୍ଲାଡିମିର ପୁୂଟିନ ଦେଶର ପ୍ରତିରକ୍ଷା ଶିଳ୍ପସଂସ୍ଥାଙ୍କୁ ଅଧିକ ଅସ୍ତ୍ରଶସ୍ତ୍ର ତ୍ତତ୍ପାଦନ ପାଇଁ ଅନୁରୋଧ କରିଛନ୍ତି। ଏକ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରୁଥିବା କେନ୍ଦ୍ର ଦ୍ୱାରା…

ପଞ୍ଜାବରୁ ୭ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ଚଳିତ ସପ୍ତାହରେ ୪୩୩ ତଲାସି ଅଭିଯାନରେ ଧରାପଡିଛନ୍ତି ୯୬ ସନ୍ଦିଗ୍ଧ

ଇସଲାମାବାଦ,୨୪ ।୧୨: ଆତଙ୍କରୋଧି ବିଭାଗ(ସିଟିଡି) ଶନିବାର କହିଛି ଆଇନ ପ୍ରବର୍ତ୍ତନ ଏଜେନ୍ସି ପଞ୍ଜାବ ଅଞ୍ଚଳରେ ବିଭିନ୍ନ ପ୍ରତିବନ୍ଧିତ ଆତଙ୍କବାଦୀ ସଙ୍ଗଠନର ୭ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି । ସିଟିଡିର ପ୍ରବକ୍ତାଙ୍କ ସୂଚନା ଅନୁଯାୟୀ, ବିଭାଗ ସମ୍ପୂର୍ଣ୍ଣ ଅଞ୍ଚଳରେ ଗୁପ୍ତଚର ଅଭିଯାନ ଚଳାଇବା…

ୟୁକ୍ରେନ୍‌କୁ ୪୫ ବିଲିୟନ ଡଲାର ସହାୟତା ଦେବ ଆମେରିକା, ସଦନରେ ପ୍ରସ୍ତାବ ପାରିତ…

ଓ୍ବାଶିଂଟନ,୨୪।୧୨ : ୟୁକ୍ରେନ ପାଇଁ ଆମେରିକା୪୫ ବିଲିୟନ ଡଲାର ସହାୟତା ପ୍ୟାକେଜକୁ ଅନୁମୋଦନ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରୁଥିବା ଆମେରିକା ପ୍ରଥମେ ୟୁକ୍ରେନକୁ ଏହାର ପୃଥୱୀ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଦେବାକୁ ଘୋଷଣା କରିବା ପରେ ଏବେ ୟୁକ୍ରେନକୁ…

ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣ: ୯ ଜୀବନ୍ତ ଦଗ୍ଧ…

କେପଟାଉନ,୨୪।୧୨ : ଦକ୍ଷିଣ ଆଫ୍ରିକାର ବକ୍ସବର୍ଗ ସହରରେ ରେଳ ବ୍ରିଜ ତଳେ ଫସି ରହିଥିବା ଏକ ଗ୍ୟାସ ଟ୍ୟାଙ୍କର ଶନିବାର ବିସ୍ଫୋରଣ ଘଟି ଏଥିରେ ଦୁଇଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ ନଅ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହି ଘଟଣାରେ ବହୁ…

ତାଇଓ୍ବାନ ଗସ୍ତରେ ଯିବେ ଜାପାନର ସଂସଦୀୟ ପ୍ରତିନିଧି ଦଳ

ତାଇପେ,୨୪ା୧୨: ଜାପାନର ଏକ ସଂସଦୀୟ ପ୍ରତିନିଧି ଦଳ ସୋମବାର ତାଇଓ୍ବାନ ଗସ୍ତ କରିବେ ଏବଂ ୪ ଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ତାଇ ଇଙ୍ଗ-ଓ୍ବେନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିବେ। ଏଥିପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MOFA)କୁ ଦର୍ଶାଇ କହିଛି,…

ସମ୍ପୂର୍ଣ୍ଣ ଲକ୍‌ଡାଉନ ମୁହାଁ ଚାଇନା, ଜିନପିଙ୍ଗଙ୍କ ନିଷ୍ପତ୍ତିକୁ ଅପେକ୍ଷା…

ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଦିନକୁ ଦିନ ବିଗିଡୁଥିବା ପରିସ୍ଥିତି ମଧ୍ୟରେ ଖବର ଆସୁଛି ଯେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଶନିବାର କିମ୍ବା ରବିବାର ପ୍ରଥମ ଥର ପାଇଁ କୋଭିଡ ସମୀକ୍ଷା ବୈଠକ କରିପାରନ୍ତି।…

ୟୁକ୍ରେନ ଉପରେ ରୁଷିଆର ପୁଣି ଆକ୍ରମଣ: ୫ ମୃତ, ୩୫ ଆହତ

କିଭ୍‌,୨୪ା୧୨: ରୁଷିଆ ପୁଣି ୟୁକ୍ରେନ ଉପରେ ଶନିବାର ଆକ୍ରମଣ କରିଛି। ଅଧିକାରୀମାନେ କହିଛନ୍ତି, ନିକଟରେ ମୁକ୍ତ ହୋଇଥିବା ୟୁକ୍ରେନ ସହର ଖେର୍ସନ ଉପରେ ରୁଷିଆ ଆଜି ଆକ୍ରମଣ କରିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି।…

ଚାଇନାରେ କରୋନା ବେକାବୁ: ଗୋଟିଏ ଦିନରେ ୩ କୋଟି ୭୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ…

ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ବ୍ଲୁମବର୍ଗ ଅନୁସାରେ ଚାଇନା ସରକାରଙ୍କ ସର୍ବୋଚ୍ଚ ସ୍ବାସ୍ଥ୍ୟ ପ୍ରାଧିକରଣର ଆକଳନ ଅନୁଯାୟୀ, ଏହି ସପ୍ତାହରେ ଗୋଟିଏ ଦିନରେ ଚାଇନାରେ ପ୍ରାୟ ୩ କୋଟି ୭୦ ଲକ୍ଷ ନୂଆ କରୋନା ଆକ୍ରାନ୍ତଙ୍କୁ…

ଚାଇନା ଅଧିକାରୀଙ୍କ ମନ୍ତବ୍ୟକୁ ସେନସର କରାଗଲା, ଦେଶରୁ ବାହାରକୁ ଯିବନି କରୋନା ତଥ୍ୟ !…

ବେଜିଂ,୨୪।୧୨ : ଚାଇନାର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହଥିଲେ ଯେ ଚାଇନାର ଏକ ସହରରେ ପ୍ରତିଦିନ ପାଞ୍ଚ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ତେବେ ସ୍ବାସ୍ଥ୍ୟ ଅଧିକାରୀଙ୍କ ଏହି ମନ୍ତବ୍ୟକୁ ତୁରନ୍ତ ସେନ୍ସର କରାଯାଇଥିଲା। କିଙ୍ଗଦାଓ୍ବଠାରେ ଶାସକ କମ୍ୟୁନିଷ୍ଟ…

ମକ୍କାରେ ବାଦଲ ଫଟା ବର୍ଷା, ରାସ୍ତାରେ ବୁଡ଼ିଗଲା ଶହ ଶହ ଗାଡ଼ି…

ମକ୍କା,୨୪।୧୨ : ସୌଦି ଆରବର ମକ୍କା ସହରରେ ପ୍ରବଳ ବାଦଲ ଫଟା ବର୍ଷା ପରେ ହଠାତ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁ ବ୍ୟାପକ କ୍ଷତି ଘଟିଛି। ମକ୍କାରୁ ଆସିଥିବା ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇଛି ଯେ, ମୁଷଳଧାରା ବର୍ଷା…

ଭାରତୀୟ ଉଚ୍ଚ ଆୟୋଗରେ ନିଆଁ ଲଗାଇବାକୁ ଧମକ

ମାଲେ,୨୪ା୧୨: ଶନିବାର ଭାରତୀୟ ହାଇ କମିଶନଙ୍କୁ ମାଳରେ ଟାର୍ଗେଟ କରି ଆତଙ୍କବାଦ ପ୍ରତି ନିଆଁ ଲଗାଇବା ଏବଂ ଉତ୍ତେଜନାକୁ ଦୃଢ଼ ନିନ୍ଦା କରିଛି ମାଳଦ୍ୱୀପ। ଏହି ବିପଦକୁ ସରକାର ଗୁରୁତର ସହ ଅନୁସନ୍ଧାନ କରୁଛନ୍ତି ବୋଲି କହିଛନ୍ତି। ମାଳଦ୍ୱୀପ ବିରୋଧୀ ପ୍ରଗତିଶୀଳ…

ଆମେରିକାର କୂଟନୈତିକ ପଦ ପାଇଁ ରିଚାର୍ଡ ବର୍ମା ମନୋନୀତ

ଓ୍ବାଶିଂଟନ,୨୪ା୧୨: ଆମେରିକାର ବରିଷ୍ଠ କୂଟନୈତିକ ପଦ ପାଇଁ ଭାରତୀୟ-ଆମେରିକୀୟ ଓକିଲ ରିଚାର୍ଡ ବର୍ମାଙ୍କୁ ମନୋନୀତ କରାଯାଇଛି। ଆମେରିକାରେ ରହୁଥିବା ଭାରତୀୟମାନେ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି। ରିଚାର୍ଡ ଭାରତରେ ମଧ୍ୟ ଆମେରିକାର ରାଷ୍ଟ୍ରଦୂତ ହୋଇଛନ୍ତି। ହ୍ବାଇଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?