ଅନ୍ତର୍ଜାତୀୟ

ସାପ କାମୁଡିବାରୁ ତାକୁ ଦାନ୍ତରେ ଦୁଇଖଣ୍ଡ କରିଦେଲେ ୨ ବର୍ଷର ଝିଅ

ଆଙ୍କରା,୧୪।୮: ତୁର୍କୀରେ ଏକ ରୋଚକ ଘଟଣା ଘଟିଛି। ଜଣେ ୨ ବର୍ଷର ଝିଅକୁ ସାପ କାମୁଡିବାରୁ ସେ ରାଗିଯାଇ ଦାନ୍ତରେ ସାପଟିକୁ କାମୁଡି ଦୁଇଖଣ୍ଡ କରିଦେଇଛନ୍ତି। କୁନି ଝିଅଟି ଖେଳୁଥିବାବେଳେ ସାପ ତାଙ୍କ କୋଠରୀରେ ପ୍ରବେଶ କରିଥିଲା। ସେହି ସାପକୁ ଖେଳନା…

ମିଶର ଚର୍ଚ୍ଚରେ ଭୟଙ୍କର ଅଗ୍ନୀକାଣ୍ଡ, ଅତିକମରେ ୪୧ ମୃତ

ମିଶର,୧୪ ।୮: ଇଜିପ୍ଟର ମିଶରରେ ଥିବା ଏକ ଚର୍ଚ୍ଚରେ ନିଆଁ ଲାଗିଯିବା ଫଳରେ ସେଠାରେ ଉପସ୍ଥିତ ଲୋକେ ଏଣେତେଣେ ଦୌଡିବା ସହ ଭୟଭୀତ ହୋଇଯାଇଛନ୍ତି । ଏହି ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ମିଶରର କଂଟିକ୍ଟ ଚର୍ଚ୍ଚ…

ପୁଣି ଭାରତକୁ ପ୍ରଶଂସା କଲେ ଇମ୍ରାନ: କହିଲେ,କାହା ଆଗରେ ନଇଁପଡେ ନାହିଁ ଭାରତ

ଇସଲାମାବାଦ,୧୪।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର ସ୍ବାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ଲାହୋରରେ ଆୟୋଜିତ ଏକ ରାଲିରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଏକ ଭିଡିଓ ଦେଖାଇ ଭାରତକୁ ପ୍ରଶଂସା କରିଥିଲେ। ରୁଷିଆରୁ…

କାନବେରା ବିମାନ ବନ୍ଦରରେ ଗୁଳିକାଣ୍ଡ, ଟର୍ମିନାଲ ହେଲା ଖାଲି, ଜଣେ ଗିରଫ…

କାନବେରା, ୧୪।୮ : ଅଷ୍ଟ୍ରେଲିଆର କାନବେରା ବିମାନ ବନ୍ଦରରେ ଗୁଳିକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ହାତରେ ବନ୍ଧୁକ ଧରି ଆଖିବୁଜା ଗୁଳି ଚଳାନା କରିଥିଲେ। ପରେ ତାଙ୍କୁ ଗିରଫ କରାଯାଇଛି। ପରେ ମୁଖ୍ୟ ଟର୍ମିନାଲକୁ ଖାଳି କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କଠାରୁ…

ହ୍ୟାରି ପୋଟର ଲେଖିକାଙ୍କୁ ଧମକ, ଏବେ ତୁମ ପାଳି…

ଲଣ୍ଡନ,୧୪।୮ : ପ୍ରସିଦ୍ଧ ଲେଖକ ସଲମାନ୍‌ ରଶ୍‌ଡିଙ୍କ ଉପରେ ଆକ୍ରମଣ ପରେ ହ୍ୟାରି ପୋଟର ଉପନ୍ୟାସର ଲେଖକ ଜେ.କେ ରୋୱଲିଙ୍ଗଙ୍କୁ ମଧ୍ୟ ମୃତ୍ୟୁ ଧମକ ମିଳିଛି। ରଶ୍‌ଡିଙ୍କ ସମର୍ଥନରେ ଏକ ଟୁଇଟ କରିବା ପରେ ସେ ଏହି ଧମକ ପାଇଛନ୍ତି। ରଶ୍‌ଡିଙ୍କ…

ଏଆର୍‌ଓ୍ବାଇ ନ୍ୟୁଜ୍‌ର ଲାଇସେନ୍ସ ରଦ୍ଦ

ଇସଲାମାବାଦ,୧୩ା୮: ଏକ ଅପ୍ରତ୍ୟାଶିତ ପଦକ୍ଷେପରେ ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧିକରଣ (PEMRA) ଏଆରଓ୍ବାଇ ନ୍ୟୁଜ୍‌ର ଅପରେଟିଂ ଲାଇସେନ୍ସକୁ ରଦ୍ଦ କରିଦେଇଛି। ଏହି ପଦକ୍ଷେପ ସହିତ ସରକାର ଚ୍ୟାନେଲକୁ ସ୍ଥାୟୀ ବନ୍ଦ ପାଇଁ ରାସ୍ତା ବି ସଫା କରିଛନ୍ତି। PEMRAର ୧୭୨…

ଖାଇବାକୁ ରୁଟି-ନିଯୁକ୍ତି-ସ୍ବାଧୀନତା ଦାବି କରୁଥିବା ମହିଳାଙ୍କ ଉପରେ ତାଲିବାନର ଗୁଳିବର୍ଷା…

କାବୁଲ, ୧୩।୮ : ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବାର ଗୋଟିଏ ବର୍ଷ ବିତିଲାଣି। ରାଜଧାନୀ କାବୁଲରେ ପ୍ରଥମ ମହିଳା ରାଲି କରାଯାଇଥିଲା। ବିରୋଧ ପ୍ରଦର୍ଶନ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଲିବାନ ଯୋଦ୍ଧାମାନେ ମାଡ ମାରିଛନ୍ତି। କ୍ଷମତାକୁ ଫେରିବାର ପ୍ରଥମ…

୧୧ ଜଣଙ୍କୁ ହତ୍ୟା କଲେ ଯୁବକ

ସେଟିଞ୍ଜେ,୧୩ା୮: ଦକ୍ଷିଣପୂର୍ବ ୟୁରୋପୀୟ ରାଷ୍ଟ୍ର ମୋଣ୍ଟେନେଗ୍ରୋରେ ପାରିବାରିକ ବିବାଦକୁ କେନ୍ଦ୍ରକରି ଜଣେ ଯୁବକ ୧୧ ଜଣଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ସେତିକିବେଳେ ପୋଲିସ ଓ ଯୁବକଙ୍କ ମଧ୍ୟରେ ଗୁଳିବିନିମୟ…

‘ଇକୋନୋମିଷ୍ଟ’ ବିରୋଧରେ ମାମଲା

ବାଗଦାଦ୍‌,୧୩ା୮: ବ୍ରିଟେନର ଜଣାଶୁଣା ପତ୍ରିକା ‘ଦି ଇକୋନୋମିଷ୍ଟ’ରେ ନିକଟରେ ଏକ ବିବାଦୀୟ ଆର୍ଟିକଲ ପ୍ରକାଶ ପାଇଥିଲା। ଆରବ ଦୁନିଆର ମୋଟୀ ମହିଳାମାନଙ୍କୁ ଏଥିରେ ସ୍ଥାନିତ କରାଯାଇଥିଲା। ଜୁଲାଇ ଶେଷଭାଗରେ ପ୍ରକାଶିତ ‘ଆରବର ପୁରୁଷଙ୍କ ତୁଳନାରେ ମହିଳାମାନେ କାହିଁକି ମୋଟୀ’ ଶୀର୍ଷକ ନିବନ୍ଧରେ…

ଅଣୁଅସ୍ତ୍ର ଦସ୍ତାବିଜ ଖୋଜୁଥିଲା ଏଫ୍‌ବିଆଇ

ଓ୍ବାଶିଂଟନ,୧୩ା୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫ୍ଲୋରିଡ଼ା ଘରେ ସଂଘୀୟ ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ ଗତ ସପ୍ତାହରେ ଚଢ଼ାଉ ବେଳେ ଅଣୁଅସ୍ତ୍ର ସମ୍ପର୍କିତ ଦସ୍ତାବିଜ୍‌ ଖୋଜିଥିଲା। ତେବେ ଟ୍ରମ୍ପଙ୍କ ମାର୍‌-ଏ-ଲାଗୋ ରିସର୍ଟରୁ ଉକ୍ତ ଦସ୍ତାବିଜ୍‌ ମିଳିଛି କି ନାହିଁ ତାହା…

କିଛି ଘଣ୍ଟାର ସର୍ଜରୀ ପରେ ଭେଣ୍ଟିଲେଟରରେ ସଲମାନ, ହରାଇ ପାରନ୍ତି ଆଖି

ନ୍ୟୁୟର୍କ,୧୩ ।୮: ନାମୀଦାମୀ ଲେଖକ ସଲମାନ ରୁଶିଦଙ୍କ ଉପରେ ଆମେରିକାର ନ୍ୟୁୟର୍କରେ ଆକ୍ରମଣ ହୋଇଛି । ଭାରତୀୟ ମୂଳ ବାସିନ୍ଦା ସଲମାନ ରୁଶିଦଙ୍କ ଉପରେ ହଠାତ୍ କେହି ଦୁର୍ବୁତ୍ତ ଆମେରିକାର ନ୍ୟୁୟର୍କରେ ଛୁରିରେ ଆକ୍ରମଣ କରିଥିଲେ । ଆହତ ହୋଇଥିବା ରୁଶିଦଙ୍କୁ…

ବ୍ରିଟେନରେ ମରୁଡ଼ି, ଫ୍ରାନ୍ସରେ ବନାଗ୍ନି

ଲଣ୍ଡନ/ ପ୍ୟାରିସ୍‌,୧୩ା୮: ଲଗାତର ଅନାବୃଷ୍ଟି ଓ ଗ୍ରୀଷ୍ମ ପ୍ରବାହ ଯୋଗୁ ଇଂଲଣ୍ଡର ବିଭିନ୍ନ ଭାଗରେ ମରୁଡ଼ି ଦେଖାଦେଇଛି। କ୍ରମାଗତ ୫ ମାସ ଧରି ସ୍ବାଭବିକଠାରୁ କମ୍‌ ବର୍ଷା ହୋଇଛି। ଜୁଲାଇରେ ହାରାହାରି ବୃଷ୍ଟିପାତ ୩୫% ରହିଥିବାବେଳେ ଶନିବାର କେତେକ ଭାଗରେ ତାପମାତ୍ରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri