ଅନ୍ତର୍ଜାତୀୟ

ସେନା ଗୁଳିରେ ୬୦ ନିହତ

ଏନ୍‌ଜାମେନା(ଚାଦ୍‌),୨୨ା୧୦: କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ଚାଦ୍‌ରେ ସରକାର ବିରୋଧୀ ଆନ୍ଦୋଳନ ହିଂସ୍ର ହେବାରେ ଲାଗିଛି। ଗଣତାନ୍ତ୍ରିକ ଶାସନ ଦାବିରେ ରାସ୍ତାକୁ ଓହ୍ଲାଇଥିବା ବିକ୍ଷୋଭକାରୀମାନେ ରାଜଧାନୀ ଏନ୍‌ଜାମେନାରେ ଭଙ୍ଗାରୁଜା ଓ ପୋଡ଼ାଜଳା କରୁଥିବାବେଳେ ସେନା ପକ୍ଷରୁ ଲୁହବୁହା ବାଷ୍ପ ସହ ମାରଣାସ୍ତ୍ର ପ୍ରୟୋଗ…

ବର୍ଷକୁ ପେନ୍‌ସନ କୋଟିଏ ଟଙ୍କା

ଲଣ୍ଡନ,୨୨ା୧୦: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ୪୫ ଦିନ ପରେ ନିଜ ପଦରୁ ଗୁରୁବାର ଇସ୍ତଫା ଦେଇଥିବା କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପି ଲିଜ୍‌ ଟ୍ରସ୍‌ ବାର୍ଷିକ ୧୧୫,୦୦୦ ପାଉଣ୍ଡ (ପ୍ରାୟ ୧.୦୫ କୋଟି ଟଙ୍କା) ପେନ୍‌ସନ ପାଇବେ। ‘ଇଣ୍ଡିପେଣ୍ଡେଣ୍ଟ’ରେ ପ୍ରକାଶିତ…

ଗ୍ରେ ଲିଷ୍ଟ୍‌ରୁ ପାକ୍‌ ମୁକ୍ତ

ଇସ୍‌ଲାମାବାଦ,୨୨ା୧୦: ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)ର ଗ୍ରେ ଲିଷ୍ଟ୍‌ ବା ଧୂସର ତାଲିକାରୁ ୪ ବର୍ଷ ପରେ ବାଦ୍‌ ପଡ଼ିଛି ପାକିସ୍ତାନ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ମନି ଲଣ୍ଡରିଂ ଅଭିଯୋଗରେ ପାକିସ୍ତାନ ଏହି ତାଲିକାରେ ସାମିଲ ହୋଇଥିଲା। କୌଣସି…

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ପେନ୍ନି ମୋର୍ଡଣ୍ଟ

ଲଣ୍ଡନ,୨୨ା୧୦: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଲିଜ୍‌ ଟ୍ରସ୍‌ଙ୍କ ଇସ୍ତଫା ପରେ ଶୁକ୍ରବାର ଏହି ଦୌଡ଼ରେ ସାମିଲ ହେବା ପାଇଁ ହାଉସ୍‌ ଅଫ୍‌ କମନ୍ସ ଲିଡର ପେନ୍ନି ମୋର୍ଡଣ୍ଟ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଗତ ସେପ୍ଟେମ୍ବର ୫ରେ ଆସିଥିବା ପୂର୍ବ ପ୍ରତିଦ୍ୱନ୍ଦ୍ୱିତାର…

ନିଜେ ଧରା ଦେଲା ଚୋର

ଢାକା,୨୨।୧୦: ପୋଲିସର କର୍ତ୍ତବ୍ୟ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା। କୌଣସି ଝମେଲା କିମ୍ବା ଗଣ୍ଡଗୋଳରେ ଫସିଥିବା ବ୍ୟକ୍ତି ପ୍ରଥମେ ପୋଲିସର ସହାୟତା ହିଁ ଲୋଡ଼ିଥାନ୍ତି। ଏ ପ୍ରକାର ବ୍ୟବସ୍ଥାର ଫାଇଦା ଉଠାଇବା ଜଣେ ଚୋରଙ୍କ ପ୍ରତି ମହଙ୍ଗା ପଡ଼ିଛି। ଚୋର ଜଣଙ୍କ…

ଓମିକ୍ରନର ସବ୍‌ ଭାରିଏଣ୍ଟ ଏକ୍ସଏକ୍ସବିକୁ ସତର୍କ କଲା ଡବ୍ଲ୍ୟୁଏଚ୍‌ଓ: ଆସିପାରେ ଆଉ ଏକ ଲହର

ଜେନେଭା୨୧।୧୦: କୋଭିଡ-୧୯ ଭୂତାଣୁ ଓମିକ୍ରନର ସବ୍‌ ଭାରିଏଣ୍ଟ ଏକ୍ସଏକ୍ସବିକୁ ନେଇ ବିଶ୍ୱସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)ଙ୍କ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନ ସତର୍କ କରାଇଛନ୍ତି। କିଛି ଦେଶରେ ଓମିକ୍ରନର ଏକ୍ସଏକ୍ସବି ସବ୍‌ ଭାରିଏଣ୍ଟ ସଂକ୍ରମଣ ଯୋଗୁ କରୋନାର ଆଉ ଏକ ଲହର ଦେଖାଯାଇପାରେ…

ଇମ୍ରାନ ଖାନ୍‌ଙ୍କୁ ଝଟ୍‌କା: ଅଯୋଗ୍ୟ ଘୋଷିତ କଲେ ନିର୍ବାଚନ କମିଶନର

ଇସ୍‌ଲାମାବାଦ୍‌,୨୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ପାକିସ୍ତାନର ନିର୍ବାଚନ ଆୟୋଗ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୫ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି। ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ଦୁର୍ନୀତିଗ୍ରସ୍ତ ଅପରାଧରେ ଦୋଷୀ ସାବ୍ୟସ୍ତ…

ମେକ୍ସିକୋରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରରେ ଧକ୍କା ହେବା ପରେ ନିକଟରେ ଥିବା କିଛି ଘରେ ଲାଗିଲା ନିଆଁ

ମେକ୍ସିକୋ ସିଟି,୨୧ ।୧୦: ନର୍ଥ ଆମେରିକାର ମେସ୍କିକୋରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରେନ୍ ତେଲ ଟ୍ୟାଙ୍କର ସହ ଧକ୍କା ହେବା ଫଳରେ ଏଥିରେ ନିଆଁ ଲାଗିଯାଇଛି । ଚାହୁଁ ଚାହୁଁ ଟ୍ରେନରେ…

ଚାଇନା-ରୁଷିଆ ତୁଳନାରେ ଦୁର୍ବଳ ଆମେରିକା ସେନା, ଯୁଦ୍ଧ ଜିତିବାକୁ ସକ୍ଷମ ନୁହେଁ

ୱାଶିଂଟନ,୨୧ ।୧୦: କୁହାଯାଏ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ହେଉଛି ଆମରିକା । ତେବେ ବିଶ୍ୱ ସ୍ତରରେ ଏହି ଦେଶ ଆର୍ଥିକ ସ୍ତରରେ ଖୁବ୍ ମଜଭୁତ । ହେଲେ ପ୍ରତିରକ୍ଷା ମାମଲାରେ ଆମେରିକା ସେନା ଗୋଟିଏବି ଯୁଦ୍ଧ ଜିତିବାର କ୍ଷମତା ରଖନ୍ତି…

ନିଆଁ ଲାଗି ମସ୍‌ଜିଦ ଗମ୍ବୁଜ ଭୁଶୁଡ଼ିଲା

ଜାକର୍ତ୍ତା,୨୧।୧୦: ଇଣ୍ଡୋନେସିଆର ଜାକର୍ତ୍ତା ଇସ୍‌ଲାମିକ ସେଣ୍ଟର ଗ୍ରାଣ୍ଡ ମସ୍‌ଜିଦରେ ବୁଧବାର ନିଆଁ ଲାଗିବା ପରେ ବିଶାଳ ଗମ୍ବୁଜ ଭୁଶୁଡ଼ି ପଡ଼ିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ମସ୍‌ଜିଦ କର୍ତ୍ତୃପକ୍ଷ କହିଛନ୍ତି। ନବୀକରଣ କାର୍ଯ୍ୟ ଚାଲିଥିବାବେଳେ ନିଆଁ ଲାଗି ଗମ୍ବୁଜଟି…

୧,୪୪୮ କିଲୋମିଟର ପହଁରିବାରେ ପ୍ରଥମ ମହିଳା

ଲଣ୍ଡନ, ୨୧/୧୦:ନର୍ଥ ୟୋର୍କଶାୟର ଥିରସ୍କ ସହରର ଜସ୍ମିନ୍‌ ହାରିସନ୍‌ (୨୩) ବିଶ୍ୱର ପ୍ରଥମ ମହିଳା ଭାବେ ସର୍ବାଧିକ ୯୦୦ ମାଇଲ (୧୪୪୮ କିଲୋମିଟର) ପହଁରି ରେକର୍ଡ କରିଛନ୍ତିିିି। ଦେଶର ପଶ୍ଚିମ ତଟ ଦେଇ ସେ ‘ଲ୍ୟାଣ୍ଡ୍‌ସ ଏଣ୍ଡ୍‌’ ରୁ ‘ଜନ୍‌ ଓ’ଗ୍ରୋଟ୍‌ସ’…

ଡାଉନିଂ ଷ୍ଟ୍ରିଟ୍‌ ଦୌଡ଼: ଟ୍ରସ୍‌ଙ୍କ ପରେ କିଏ

ଲଣ୍ଡନ,୨୧ା୧୦:ବ୍ରିଟେନରେ ଲିଜ୍‌ ଟ୍ରସ୍‌ଙ୍କ ଦେଢ଼ ମାସିଆ ସରକାରର ପତନ ଘଟିବା ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ନାନା ଚର୍ଚ୍ଚା ହେଉଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ପ୍ରାକ୍ତନ ଅର୍ଥମନ୍ତ୍ରୀ ଋଷି ସୁନକ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri