ହ୍ୟାରି ପୋଟର ଲେଖିକାଙ୍କୁ ଧମକ, ଏବେ ତୁମ ପାଳି…

ଲଣ୍ଡନ,୧୪।୮ : ପ୍ରସିଦ୍ଧ ଲେଖକ ସଲମାନ୍‌ ରଶ୍‌ଡିଙ୍କ ଉପରେ ଆକ୍ରମଣ ପରେ ହ୍ୟାରି ପୋଟର ଉପନ୍ୟାସର ଲେଖକ ଜେ.କେ ରୋୱଲିଙ୍ଗଙ୍କୁ ମଧ୍ୟ ମୃତ୍ୟୁ ଧମକ ମିଳିଛି। ରଶ୍‌ଡିଙ୍କ ସମର୍ଥନରେ ଏକ ଟୁଇଟ କରିବା ପରେ ସେ ଏହି ଧମକ ପାଇଛନ୍ତି। ରଶ୍‌ଡିଙ୍କ ଉପରେ ଆକ୍ରମଣ ପରେ ୫୭ ବର୍ଷିୟ ଲେଖକ ରୋୱଲିଙ୍ଗ ଟୁଇଟରରେ ଲେଖିଥିଲେ ଯେ ଏଭଳି ଘଟଣା ତାଙ୍କୁ ଗଭୀର ଆଘାତ ଦେଇଛି। ଆଶା କରୁଛି ରଶ୍‌ଡି ଶୀଘ୍ର ଭଲ ହୋଇଯିବେ। ତାଙ୍କ ଟୁଇଟର ଜବାବରେ ଜଣେ ୟୁଜର ଲେଖିଥିଲେ ବ୍ୟସ୍ତ ହୁଅନ୍ତୁ ନାହିଁ। ପରବର୍ତ୍ତୀ ପାଳି ଆପଣଙ୍କର ପଡ଼ିବ।

ଏହି ଟୁଇଟର ସ୍କ୍ରିନଶଟ ମଧ୍ୟ ରୋୱଲିଙ୍ଗ ଶେୟାର କରିଛନ୍ତି। ଏହି ଧମକ ପରେ ଅନେକ ଲୋକ ରୋଓ୍ବଲିଙ୍ଗଙ୍କ ସମର୍ଥନରେ ଟୁଇଟ କରିଛନ୍ତି। ଏହା ପରେ ସେ ୟୁଜରମାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ ଆପଣମାନଙ୍କର ସମର୍ଥନ ପାଇଁ ଆପଣମାନଙ୍କୁ ଧନ୍ୟବାଦ।

ଯେଉଁ ଟୁଇଟର ହ୍ୟାଣ୍ଡେଲରୁ ରୋଓ୍ବଲିଙ୍ଗଙ୍କୁ ଧମକ ଦିଆଯାଇଛି। ସେଥିରୁ ସଲମାନନ୍‌ ରଶ୍‌ଡିଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ହାଦି ମାତାରଙ୍କୁ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି ଯେ ସେ ଜଣେ ଶିଆ ଯୋଦ୍ଧା ଏବଂ ବିପ୍ଳବୀ।

ଭାରତୀୟ ମୂଳ ଔପନ୍ୟାସିକ ତଥା ବିଶ୍ୱ ପ୍ରସିଦ୍ଧ ଲେଖକ ସଲମାନ୍‌ ରଶ୍‌ଡିଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଥିବା ଖବର ମିଳିଛି। ସର୍ବଶେଷ ସୂଚନା ଅନୁଯାୟୀ, ତାଙ୍କୁ ଭେଣ୍ଟିଲେଟରରୁ ହଟାଇ ଦିଆଯାଇଛି ଏବଂ ବର୍ତ୍ତମାନ କଥାବାର୍ତ୍ତା କରିବାକୁ ସକ୍ଷମ ହୋଇଛନ୍ତି। ନ୍ୟୁୟର୍କରେ ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା। ଯେତେବେଳେ ସେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାକୁ ଯାଉଥିଲେ ସେତେବେଳେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣକାରୀ ୨୦ ସେକେଣ୍ଡ ମଧ୍ୟରେ ତାଙ୍କ ଉପରେ ବହୁବାର ଛୁରିରେ ଆଘାତ କରିଥିଲେ। ପୋଲିସ ତୁରନ୍ତ ଆକ୍ରମଣକାରୀଙ୍କ ହାଦି ମାତାରଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

ବର୍ଷା ପାଇଁ ଯଦି ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ବାତିଲ ହୋଇଯାଏ, ତେବେ କିଏ ସ୍ବର୍ଣ୍ଣ ପଦକ ପାଇବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇଁ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଉତ୍ସାହର ସହ…

ଟ୍ରେନ୍‌ ଟ୍ରାକ୍‌ ମରାମତି ଯାଞ୍ଚବେଳେ ଟ୍ରାକ୍‌ମ୍ୟାନଙ୍କୁ ଧକ୍କାଦେଲା ଦ୍ରୁତଗାମୀ ଇଣ୍ଟରସିଟି, ଚାଲିଗଲା ଜୀବନ

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ରେଳ ଟ୍ରାକ୍‌ ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା। ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନଙ୍କ…

ପ୍ରଧାନମନ୍ତ୍ରୀ ମୋଦି, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ସମସ୍ତେ ହାତ ଯୋଡ଼ି ପରସ୍ପରକୁ ଅଭିବାଦନ ଜଣାଇଲେ; ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଟଣାଓଟରା ଚାଲିଥିବା ବେଳେ ଶୁକ୍ରବାର ସଂସଦ ଭବନରୁ ଏକ ଆକର୍ଷଣୀୟ ଭିଡିଓ ସାମ୍ନାକୁ ଆସିଛି। ମହାତ୍ମା ଗାନ୍ଧୀ…

ଗିଲ୍‌ ମାରିବେ ୧୦ ଦ୍ୱିଶତକ: ଭବିଷ୍ୟବାଣୀ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ଆଜିକାଲି ଜବରଦସ୍ତ ଫର୍ମରେ ଅଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ତାଙ୍କ ବ୍ୟାଟ୍‌ରୁ ଏହାର ପ୍ରମାଣ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?