‘ଇକୋନୋମିଷ୍ଟ’ ବିରୋଧରେ ମାମଲା

ବାଗଦାଦ୍‌,୧୩ା୮: ବ୍ରିଟେନର ଜଣାଶୁଣା ପତ୍ରିକା ‘ଦି ଇକୋନୋମିଷ୍ଟ’ରେ ନିକଟରେ ଏକ ବିବାଦୀୟ ଆର୍ଟିକଲ ପ୍ରକାଶ ପାଇଥିଲା। ଆରବ ଦୁନିଆର ମୋଟୀ ମହିଳାମାନଙ୍କୁ ଏଥିରେ ସ୍ଥାନିତ କରାଯାଇଥିଲା। ଜୁଲାଇ ଶେଷଭାଗରେ ପ୍ରକାଶିତ ‘ଆରବର ପୁରୁଷଙ୍କ ତୁଳନାରେ ମହିଳାମାନେ କାହିଁକି ମୋଟୀ’ ଶୀର୍ଷକ ନିବନ୍ଧରେ ମଧ୍ୟପ୍ରାଚ୍ୟରେ ମେଦବୃଦ୍ଧି କ୍ଷେତ୍ରରେ ଲିଙ୍ଗଗତ ଅସମାନତାକୁ ରେଖାଙ୍କିତ କରାଯାଇଥିଲା। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉକ୍ତ ପତ୍ରିକା ବିରୋଧରେ ଇରାକୀ ଅଭିନେତ୍ରୀ ଇନାସ୍‌ ତଲେବ ମାମଲା ଦାଏର କରିଛନ୍ତି। କାରଣ ମୋଟୀ ମହିଳାମାନଙ୍କ ମଧ୍ୟରେ ତାଙ୍କୁ ରଖାଯାଇଛି। ୪୨ ବର୍ଷୀୟା ଇନାସ୍‌ କହିଛନ୍ତି, ମହିଳାଙ୍କୁ ଅପମାନିତ କରିବା ପାଇଁ ଉଦ୍ଦିଷ୍ଟ ଏକ ପ୍ରସଙ୍ଗରେ ତାଙ୍କ ଫଟୋକୁ ଯୋଡ଼ାଯାଇଛି। ଏଥିଯୋଗୁ ତାଙ୍କୁ ସୋସିଆଲ ମିଡିଆରେ ହୀନସ୍ତା ହେବାକୁ ପଡ଼ିଛି। ‘ଇକୋନୋମିଷ୍ଟ’ କର୍ତ୍ତୃପକ୍ଷଙ୍କଠାରୁ କ୍ଷମା ଓ ଆର୍ଥିକ କ୍ଷତିପୂରଣ ଦାବିରେ ଇନାସ୍‌ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ଦେଇଛନ୍ତି। ଏହା ସମସ୍ତ ଆରବୀ ମହିଳାଙ୍କ ପ୍ରତି ଅପମାନ। ଆଗକୁ ଏଭଳି ଫଟୋ ଛାପିବା ପୂର୍ବରୁ ବ୍ରିଟିଶ୍‌ ମାଗାଜିନ୍‌ ବହୁବାର ଚିନ୍ତା କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିମ୍‌ଙ୍କୁ ଜବାବ ଦେଲା ଦକ୍ଷିଣ କୋରିଆ, ୩ କ୍ଷେପଣାସ୍ତ୍ର ମାଡ଼…

ସିଓଲ,୨।୧୧ : ଦକ୍ଷିଣ କୋରିଆ କହିଛି ଯେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ଉତକ୍ଷେପଣର ଜବାବରେ ତିନୋଟି ଭୂପୃଷ୍ଠରୁ ବାୟୁକୁ ଲକ୍ଷ୍ୟଭେଦ କରାଯାଉଥିବା କ୍ଷେପଣାସ୍ତ୍ର ପରୀକ୍ଷା କରିଛି।...

କଶ୍ମୀର ପଣ୍ଡିତଙ୍କୁ ଭେଟି କହିଲେ ମୋଦି: ତୁମେମାନେ ବହୁତ ସହିଛ, ଏବେ ମିଶିକି ନୂଆ କଶ୍ମୀର ଗଠନ କରିବା

ହ୍ୟୁଷ୍ଟନ,୨୨।୯: ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ଆମେରିକାର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରବାସୀ ଭାରତୀୟ କଶ୍ମୀର ପଣ୍ଡିତମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ...

ପାକିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ଇସ୍‌ଲାମାବାଦ,୭ା୭(ପି.ଟି.): ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଡ. ଜାଫର ମିର୍ଜା କରୋନା ଆକ୍ରାନ୍ତ ଥିବା ସୋମବାର ପରୀକ୍ଷାରୁ ଜଣାପଡିଛି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସେ...

ଚାଇନା ବିମାନ ଉପରେ କଟକଣା ଲଗାଇଲେ ଜୋ ବାଇଡେନ୍‌

ଓ୍ବାଶିଂଟନ୍‌,୨୩ା୧: କୋଭିଡ୍‌ ସଂକ୍ରମଣ କାରଣ ଦର୍ଶାଇ ଚାଇନା ଗତ ଡିସେମ୍ବର ୩୦ ତାରିଖରୁ ଆମେରିକାର କେତେକ ବିମାନ ଉଡ଼ାଣକୁ ବାତିଲ କରିଦେଇଥିଲା। ଏହାର ଜବାବରେ ଚାଇନାର...

ଜଣେ ବ୍ୟକ୍ତି ଏକାସାଙ୍ଗରେ ଘରକୁ ନେଇ ଆସିଲେ ୧୦୦ରୁ ଅଧିକ ସାପ, ଆଉ ତା’ ପରେ…

ଓ୍ବାଶିଂଟନ,୨୨ା୧: ଆମେରିକାର ମ୍ୟାରିଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାକାର ଜଣେ ବ୍ୟକ୍ତି ଘରକୁ ଏକାସାଙ୍ଗରେ ୧୦୦ରୁ ଅଧିକ ସାପ ନେଇଆସିଥିଲେ। ଏହି ଘଟଣା...

ଚାଇନା ସହ ତିକ୍ତତା ମଧ୍ୟରେ ଆମେରିକା ଆରମ୍ଭ କଲା ‘ଚାଇନା ହାଉସ’

ୱାଶିଂଟନ,୧୭ ।୧୨: ଆମେରିକା ଓ ଚାଇନା ମଧ୍ୟରେ ବଢି ଚାଲିଥିବା ତିକ୍ତତା ମଧ୍ୟରେ ବାଇଡେନ ପ୍ରଶାସନ ଏହାର ବୈଦେଶିକ ବିଭାଗକୁ ଚାଇନା ସମ୍ବନ୍ଧୀୟ ନୀତିନିୟମକୁ ମଜଭୁତ...

ଓମିକ୍ରନ୍‌କୁ ମାଇଲ୍ଡ ବୋଲି ବୁଝିବା ବଡ ଭୁଲ୍ ହେବ: ଡବ୍ଲୁଏଚଓ

ଜେନେଭା,୭ ।୧: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟ ଏବେ ସାରା ବିଶ୍ୱରେ ତାଣ୍ଡବ ରଚି ଚାଲିଛି । ଏହା କିନ୍ତୁ ଡେଲ୍ଟା ଭଳି ପ୍ରାଣଘାତି ନୁହେଁ...

ଆର୍ଥିକ ସ୍ଥିତି ଖରାପ ଯୋଗୁ ଗଣତନ୍ତ୍ର ଉପରେ ସଙ୍କଟ: ଶ୍ରୀଲଙ୍କା ନିର୍ବାଚନ ଘୁଞ୍ଚୁଛି…

କଲମ୍ବୋ,୧।୩ : ଶ୍ରୀଲଙ୍କା ସରକାର ଦେଶର ଖରାପ ଆର୍ଥିକ ସ୍ଥିତି ଯୋଗୁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୂରେଇ ରଖିବାକୁ ଚିନ୍ତା କରୁଛନ୍ତି। ଏବେ ଦେଶରେ ନିର୍ବାଚନକୁ ସ୍ଥଗିତ...

Advertisement
Archives

Model This Week