Advertisement

ମିଶର ଚର୍ଚ୍ଚରେ ଭୟଙ୍କର ଅଗ୍ନୀକାଣ୍ଡ, ଅତିକମରେ ୪୧ ମୃତ

ମିଶର,୧୪ ।୮: ଇଜିପ୍ଟର ମିଶରରେ ଥିବା ଏକ ଚର୍ଚ୍ଚରେ ନିଆଁ ଲାଗିଯିବା ଫଳରେ ସେଠାରେ ଉପସ୍ଥିତ ଲୋକେ ଏଣେତେଣେ ଦୌଡିବା ସହ ଭୟଭୀତ ହୋଇଯାଇଛନ୍ତି । ଏହି ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ମିଶରର କଂଟିକ୍ଟ ଚର୍ଚ୍ଚ ପକ୍ଷରୁ କୁହାଯାଇଛି, କାହିରାର ଏକ ଚର୍ଚ୍ଚରେ ନିଆଁ ଲାଗିଯିବା ଫଲରେ ୪୧ ଜଣଙ୍କ ମୃତ୍ୟୁ ହେବା ସହ ୧୪ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ଇମ୍ବାବାର ଧନୀ ଅଞ୍ଚଳରେ ଅବୁ ସେଫିନ ଚର୍ଚ୍ଚରେ ଏହି ନିଆଁ ଲାଗିଛି । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ । ତେବେ ପ୍ରାଥମିକ ତଦନ୍ତରୁ ବିଜୁଳି ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ରବିବାର ସକାଳେ ଯେତେବେଳେ ସଭା ଚାଲିଥିଲା ସେହି ସମୟରେ ନିଆଁ ଲାଗି ଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ ୧୫ ଦମକଳ ଗାଡି ପହଞ୍ଚିବା ସହ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ହସ୍ପିଟାଲ ନିଆଯାଇଥିଲା । କିଛି ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିବା ପ୍ରକାଶ କରାଗଲା । ଏହି ଘଟଣା ପରେ ରାଷ୍ଟ୍ରପତି ଚର୍ଚ୍ଚର ପୋପଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ବର୍ଷାରେ ଓଦା ନ ହେବା ପାଇଁ ଛତା ଧରିଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୦।୬: ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିବା ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ମାଲଦ୍ୱୀପ ଯାଇଥିଲେ। ସେଠାରୁ ସେ ଶ୍ରୀଲଙ୍କା...

ଜର୍ଜିଆ ରାସ୍ତା ଦେଇ ୟୁକ୍ରେନ୍‌କୁ ସୈନ୍ୟ ପଠାଉଛି ରୁଷିଆ

ଓ୍ବାଶିଂଟନ୍‌,୨୬।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୩୧ଦିନ ହେଲାଣି ଯୁଦ୍ଧ ଲାଗି ରହିଛି। କିନ୍ତୁ ରୁଷିଆ ତଥାପି ୟୁକ୍ରେନକୁ ଜିତିବାରେ ସକ୍ଷମ ହୋଇନାହିଁ। ୟୁକ୍ରେନର ଅନେକ...

ଆତଙ୍କବାଦ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଆହ୍ବାନ

କଲମ୍ବୋ,୧୦ା୬(ପି.ଟି.): ଦ୍ୱିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ଚରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଲମ୍ବୋରେ ପହଞ୍ଚତ୍ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଓ ଅନ୍ୟ ଶୀର୍ଷ ନେତାମାନଙ୍କ...

କରୋନା ପରେ ପୁଣି ମାଡ଼ିଆସୁଛି ବଡ଼ ବିପଦ; ଭୋକରେ ୨୫ କୋଟି ଲୋକଙ୍କ ମୃତ୍ୟୁ ଘଟିବା ଆଶଙ୍କା: ଜାତିସଂଘ

ଜେନେଭା,୨୨।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଧୀରେଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି। କରୋନା...

ପାକିସ୍ତାନ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ:ମୁଶରଫଙ୍କ ମୃତଦେହ ଆଣି ୩ ଦିନ ଝୁଲାଅ

ଇସ୍‌ଲାମାବାଦ, ୨୦।୧୨:ପାକିସ୍ତାନର ପୂର୍ବତନ ସାମରିକ ଶାସକ ପର୍‌ଭେଜ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ସ୍ବତନ୍ତ୍ର ଅଦାଲତ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ଫାଶୀ ପାଇବା ପୂର୍ବରୁ ଯଦି ତାଙ୍କର ମୃତ୍ୟୁ ଘଟେ...

ରାଷ୍ଟ୍ରୀୟ ସମ୍ପତ୍ତି ବିକ୍ରି କରିବ ପାକିସ୍ତାନ

ଇସଲାମାବାଦ,୨୪ ।୭: ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସହ ଲଢୁଥିବା ପାକିସ୍ତାନ ମନ୍ତ୍ରିମଣ୍ଡଳ ଶନିବାର ବିଦେଶରେ ଥିବା ଦେଶର ସମ୍ପତ୍ତିକୁ ଜରୁରୀକାଳିନ ପରିସ୍ଥିତିରେ ବିକ୍ରି କରିବାକୁ...

ଦକ୍ଷିଣ କୋରିଆରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ

ସିଓଲ,୧୮ା୩: ମହାମାରୀ କରୋନା ଟିକେ କମିଥିବା ବେଳେ ଏବେ କିଛି ଦେଶରେ ପୁଣି କାୟା ବିସ୍ତାର କଲାଣି। ଚାଇନାରେ କରୋନା ହଇଚଇ ସୃଷ୍ଟି କରିଥିବାବେଳେ ଏବେ...

ଅଣ୍ଡର ଓ୍ବାଟର ମ୍ୟୁଜିକ୍‌ ଫେଷ୍ଟିଭାଲ

ସଙ୍ଗୀତ ପ୍ରେମୀଙ୍କ ଲାଗି ପ୍ରତିବର୍ଷ ଫ୍ଲୋରିଡାରେ ଏକ ନିଆରା ମ୍ୟୁଜିକ ଫେଷ୍ଟିଭାଲ ଆୟୋଜନ କରାଯାଏ, ଯାହା ସମୁଦ୍ର ଗର୍ଭରେ ଅନୁଷ୍ଠିତ ହୋଇଥାଏ। ଏହି ମ୍ୟୁଜିକ୍‌ ଫେଷ୍ଟିଭାଲର...

Advertisement
Archives

Model This Week