ଅନ୍ତର୍ଜାତୀୟ

ଲଣ୍ଡନରେ ଗୋ ପୂଜା କଲେ ଋଷି ସୁନକ, ଅକ୍ଷତା ମୂର୍ତ୍ତି: ଭିଡିଓ ଭାଇରାଲ

ଲଣ୍ଡନ,୨୬ ।୮: ଲଣ୍ଡନ ପ୍ରଧାନମନ୍ତ୍ରୀ ଦୌଡରେ ଆଗରେ ଥିବା ଋଷି ସୁନକ ଓ ପତ୍ନୀ ଅକ୍ଷତା ମୁର୍ତ୍ତି ଜନ୍ମଷ୍ଟମୀ ପାଳନ କରିବା ପରେ ଏବେ ‘ବଛ ବରସ’ରେ ଗୋ ପୂଜା କରିଥିବା ଦେଖାଯାଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ…

ଟେକ୍ସାସରେ ୪ ଭାରତୀୟ ମହିଳାଙ୍କୁ ଗାଳି ଦେଇ ଗିରଫ ହେଲେ ନିଶାସକ୍ତ ମହିଳା

ଟେକ୍ସାସ,୨୬ ।୮: ଆମେରିକାରେ ଜଣେ ନିଶାସକ୍ତ ମହିଳାଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳଛି । ତାଜା ସୂଚନା ଅନୁଯାୟୀ, ଟେକ୍ସାସ ସହରରେ ୪ ଭାରତୀୟ-ଆମେରିକୀୟ ମହିଳାଙ୍କ ସହ ମାରପିଟର ଭିଡିଓ ସାମ୍ନାକୁ ଆସିଛି । ଏହାପରେ ପୋଲିସ ଜଣେ ମହିଳାଙ୍କୁ ଗିରଫ…

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ନିଲମ୍ବିତ

ବ୍ୟାଙ୍କକ୍‌, ୨୬ା୮:ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାନ୍‌-ଓଚାନ୍‌ଙ୍କୁ ସାମ୍ବିଧାନିକ କୋର୍ଟ ଦାୟିତ୍ୱ ତୁଲାଇବାକୁ ବାରଣ କରିଛନ୍ତି। ତେବେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସେ ଦାୟିତ୍ୱ ନିର୍ବାହ କରିବେ। ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ପ୍ରୋଓ୍ବିତ୍‌ ଓଙ୍ଗ୍‌ସୁଓ୍ବାନ୍‌…

ପାକିସ୍ତାନ ଗୃହମନ୍ତ୍ରୀ ରାଣା ସନାଉଲ୍ଲାହଙ୍କ ବିରୋଧରେ ଆତଙ୍କବାଦ ମାମଲା

ଇସଲାମାବାଦ,୨୬ ।୮: ପାକିସ୍ତାନ ପଞ୍ଜାବ ଅଞ୍ଚଳର ପୋଲିସ ଗୁରୁବାର ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହଙ୍କ ବିରୋଧରେ ଆତଙ୍କବାଦ ଓ ନ୍ୟାୟପାଳିକା ତଥା ସରକାରୀ ଅଧିକାରୀଙ୍କୁ ଧମକ ଦେବା ଅଭିଯୋଗରେ ମାମଲା ରୁଜୁ କରିଛି । ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ପରଭେଜ ଇଲାହୀଙ୍କ…

ମାସେ ହେଲା ଅଫଗାନିସ୍ତାନରେ ପ୍ରବଳ ବର୍ଷା:ଗଲାଣି ୧୮୨ ଜୀବନ

କାବୁଲ,୨୫।୮: ଆଫଗାନିସ୍ତାନରେ ମାସେ ହେଲା ଲାଗିରହିଥିବା ପ୍ରବଳ ବର୍ଷା ଓ ବନ୍ୟାରେ ୧୮୨ ଜଣଙ୍କ ଜୀବନ ଗଲାଣି। ବନ୍ୟାରେ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୩,୦୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି। ଅଗଷ୍ଟ…

କୋଭିଡ୍‌, ମଙ୍କିପକ୍ସ, ଏଚ୍‌ଆଇଭିରେ ସଂକ୍ରମିତ ହେଲେ ଯୁବକ

ରୋମ, ୨୫ା୮: ଇଟାଲୀର ଜଣେ ୩୬ ବର୍ଷୀୟ ଯୁବକ ଏକାସଙ୍ଗେ କୋଭିଡ୍‌-୧୯, ମଙ୍କିପକ୍ସ ଏବଂ ଏଚ୍‌ଆଇଭିରେ ସଂକ୍ରମିତ ହୋଇଛନ୍ତି। ଯୁବକ ଜଣକ ଜୁନ୍‌ରେ ସ୍ପେନ୍‌ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଗଳା ବ୍ୟଥା ହେବ ସହ ଥକା ଲାଗିବା, ଥଣ୍ଡା,…

ପ୍ରଥମ ଥର ଭାରତ ୟୁଏନ୍‌ଏସ୍‌ସିରେ ରୁଷିଆ ବିରୋଧରେ ଦେଲା ଭୋଟ

ଓ୍ବାଶିଂଟନ୍‌,୨୫।୮: ରୁଷିଆ-ୟୁକ୍ରେନ ମଧ୍ୟରେ ଗତ ୬ମାସରୁ ଊର୍ଦ୍ଧ୍ୱ ହେଲାଣି ଯୁଦ୍ଧ ଜାରି ରହିଛି। ହେଲେ ଏହାପୂର୍ବରୁ ମିଳିତ ଜାତିସଂଘରେ ହୋଇଥିବା ମତଦାନ ସମୟରେ ଭାରତ ନିଜକୁ ଦୂରେଇ ରଖିଥିଲା। ହେଲେ ପ୍ରଥମ ଥର ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ରେ ବୁଧବାର…

ଚାଇନାରେ ୬୧ ବର୍ଷର ରେକର୍ଡ ଭାଙ୍ଗିଲା ଗରମ

ବେଜିଂ,୨୫ା୮: ଏବେ ଚାଇନାରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି। ଏପରିକି ୬୧ ବର୍ଷ ମଧ୍ୟରେ ଏମିତି ଖରା, ଗରମ କେବେ ହୋଇ ନ ଥିଲା। ପ୍ରବଳ ଗରମ ଯୋଗୁ ଲୋକେ ନାନା ଯନ୍ତ୍ରଣା ଭୋଗୁଛନ୍ତି। ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ଫଳରେ ଅନେକ…

ଡାକ କର୍ମଚାରୀଙ୍କୁ ଝୁଣି ଖାଇଗଲେ କୁକୁର ପଲ

ଓ୍ବାଶିଂଟନ,୨୫ା୮: କୁକୁରମାନଙ୍କୁ ସବୁଠାରୁ ସଚ୍ଚୋଟ ଏବଂ ବୁଦ୍ଧିମାନ ପ୍ରାଣୀ ଭାବରେ ବିବେଚନା କରାଯାଏ। କିନ୍ତୁ ବେଳେବେଳେ ଏହି କୁକୁର ଅନ୍ୟମାନଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥାନ୍ତି। ଆମେରିକାର ଜଣେ ମହିଳା ଏକାସାଙ୍ଗରେ ୫ କୁକୁରଙ୍କ ହାବୁଡ଼ରେ ପଡ଼ି ମୃତ୍ୟୁ ଘଟିଛି। ଏପରି…

ସିରିଆରେ ରକେଟ ମାଡ଼, ଆମେରିକା ସୈନ୍ୟ ଆହତ…

ଓ୍ବାଶିଂଟନ, ୨୫।୮ : ସିରିଆରେ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଦୁଇଟି ରକେଟ ମାଡ଼ରେ ତିନି ଜଣ ଆମେରିକୀୟ ସୈନିକ ଆହତ ହୋଇଛନ୍ତି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ) ଏକ ବିବୃତ୍ତି ଜାରି କରି ଏଭଳି କହିଛି। ଏହା ପରେ…

‘ମୁଁ ମଣିଷ, ମୋର ବି ଏକ ମନ ଅଛି’

ହେଲସିଙ୍କି,୨୫।୮: ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ଏକ ପାର୍ଟିରେ ତାଙ୍କ ବନ୍ଧୁମାନଙ୍କ ସହ ନିଶାଗ୍ରସ୍ତ ଅବସ୍ଥାରେ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ତାଙ୍କୁ ଖୁବ୍‌ ସମାଲୋଚନାର ଶିକାର ହେବାକୁ ପଡିଥିଲା। ପାର୍ଟିର ଭିଡିଓ ଭାଇରାଲ୍‌…

ସ୍ବାଧୀନତା ଦିବସ ପାଳିଲା ୟୁକ୍ରେନ୍‌

କିଭ୍‌/ଓ୍ବାଶିଂଟନ୍‌, ୨୫ା୮: ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ୬ ମାସ ପୂରିଯାଇଥିବାବେଳେ ବୁଧବାର ଏହି ପୂର୍ବ ୟୁରୋପୀୟ ଦେଶ ୩୧ ତମ ସ୍ବାଧୀନତା ଦିବସ ପାଳନ କରିଛି। ଏହି ଦିନ ରୁଷିଆ କିଭ୍‌କୁ ଟାର୍ଗେଟ କରିବା ଆଶଙ୍କା ଥିବାବେଳେ ମସ୍କୋ ସେଭଳି କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri