ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ନିଲମ୍ବିତ

ବ୍ୟାଙ୍କକ୍‌, ୨୬ା୮:ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାନ୍‌-ଓଚାନ୍‌ଙ୍କୁ ସାମ୍ବିଧାନିକ କୋର୍ଟ ଦାୟିତ୍ୱ ତୁଲାଇବାକୁ ବାରଣ କରିଛନ୍ତି। ତେବେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସେ ଦାୟିତ୍ୱ ନିର୍ବାହ କରିବେ। ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ପ୍ରୋଓ୍ବିତ୍‌ ଓଙ୍ଗ୍‌ସୁଓ୍ବାନ୍‌ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବେ ବୋଲି ସରକାରୀ ମୁଖପାତ୍ର ଅନୁଚା ବୁରା ପଚାରିଶ୍ରି ସୂଚନା ଦେଇଛନ୍ତି।
ଜଣେ ବ୍ୟକ୍ତି ୮ ବର୍ଷରୁ ଅଧିକ ସମୟ ପ୍ରଧାନମନ୍ତ୍ରୀ ପଦରେ ରହିପାରିବେ ନାହିଁ ବୋଲି ଦେଶର ସଦ୍ୟ ପ୍ରଣିତ ସମ୍ବିଧାନରେ ଉଲ୍ଲେଖ କରାଯାଇଛି। ଦେଶର ପୂର୍ବତନ ସେନା ମୁଖ୍ୟ ପ୍ରୟୁଥ୍‌ ୨୦୧୪ରେ ସାମରିକ ବିଦ୍ରୋହ ଘଟାଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ସେ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। ଇତିମଧ୍ୟରେ ୮ ବର୍ଷରୁ ଅଧିକ ସମୟ ପ୍ରଧାନମନ୍ତ୍ରୀ ପଦରେ ରହିବା ପାଇଁ ପ୍ରୟୁଥ ନିର୍ଦ୍ଦେଶ ଦେବାକୁ ଯାଉଥିବାବେଳେ ସାମ୍ବିଧାନିକ କୋର୍ଟ ତାଙ୍କୁ ନିଜ କ୍ଷମତାର ସୀମା ଦେଖାଇଛନ୍ତି। ଏହା ପୂର୍ବରୁ ୧୭୨ ବିରୋଧୀ ଆଇନପ୍ରଣେତାଙ୍କ ଦ୍ୱାରା ସ୍ବାକ୍ଷରିତ ଏକ ପିଟିଶନକୁ ଅଦାଲତ ଗ୍ରହଣ କରିଥିଲେ। ପ୍ରୟୁଥ ୨୦୧୯ରେ ନିର୍ବାଚନ ଜିତିଥିଲେ ହେଁ ତାଙ୍କ ହାତରେ ୨୦୧୪ରୁ କ୍ଷମତା ରହିଥିବା ଉକ୍ତ ପିଟିଶନରେ ବିରୋଧୀ ଦଳଗୁଡ଼ିକ ଦର୍ଶାଇଥିଲେ। ସାମ୍ବିଧାନିକ ଅଦାଲତର ୯ ବିଚାରପତିଙ୍କ ମଧ୍ୟରୁ ୫ ଜଣ ବୁଧବାର ପ୍ରୟୁଥଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ସାମୟିକ ଭାବେ ନିଲମ୍ବନ କରିଥିବାବେଳେ ପୁଣି କେବେ ପୁନଃ ଅବସ୍ଥାପିତ କରାଯିବ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି। କୋର୍ଟ ପ୍ରୟୁଥଙ୍କୁ ପ୍ରଧାନମନ୍ତ୍ରୀ ପଦରୁ କାହିଁକି ହଟାଯିବ ନାହିଁ ସେ ନେଇ ୧୫ ଦିନ ଭିତରେ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଦାଲତଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯାଇଛି। ଏହି ରାୟ ପରେ ସରକାରୀ ନୀତି ଓ ବିକାଶମୂଳକ କାର୍ଯ୍ୟ ପୂର୍ବଭଳି ଜାରି ରହିବ ବୋଲି ପ୍ରୟୁଥଙ୍କ ଅଫିସ୍‌ ଏକ ବିବୃତିରେ ଜଣାଇଛି। ଆସନ୍ତାବର୍ଷ ମେ’ରେ ପରବର୍ତ୍ତୀ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ପ୍ରତିନିଧି ସଭାକୁ ଭଙ୍ଗ କରି ଆଗୁଆ ନିର୍ବାଚନ କରାଇବା କ୍ଷମତା ପ୍ରଧାନମନ୍ତ୍ରୀଙ୍କର ରହିଛି। ଜଣେ ପୂର୍ବତନ ସେନା ମୁଖ୍ୟ ହୋଇଥିବାରୁ ପ୍ରୟୁଥ ଥାଇଲାଣ୍ଡରେ ଏକଛତ୍ରବାଦୀ ଶାସନ ଚଳାଉଥିବା ଅଭିଯୋଗ ଆଣି ବିରୋଧୀ ଦଳଗୁଡ଼ିକ ଗତ କିଛି ମାସ ମଧ୍ୟରେ ପ୍ରୟୁଥଙ୍କ ବିରୋଧରେ ୪ ଥର ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତେବେ ପ୍ରତିଥର ପ୍ରସ୍ତାବ କାଟ୍‌ ଖାଇଯାଇଥିଲା। ପ୍ରକାଶ ଯେ, ପୂର୍ବତନ ସେନା ମୁଖ୍ୟ ପ୍ରୟୁଥ ୨୦୧୪ରେ ଓ୍ବିଙ୍ଗ୍‌ଲକ୍‌ ଶିନାଓ୍ବାତ୍ରାଙ୍କ ଦୁର୍ନୀତିଗ୍ରସ୍ତ ସରକାର ବିରୋଧରେ ବିଦ୍ରୋହ କରିଥିଲେ। ଏହି ରକ୍ତାକ୍ତ ସଂଘର୍ଷ ଓ ଗୃହଯୁଦ୍ଧବେଳେ ଥାଇଲାଣ୍ଡବାସୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ, ଯାହା କି ୬ ମାସ ଧରି ଚାଲିଥିଲା। ସେହି ସମୟରେ ବର୍ତ୍ତମାନର ଉପପ୍ରଧାନମନ୍ତ୍ରୀ ପ୍ରୋଓ୍ବିତ୍‌ ଓଙ୍ଗ୍‌ସୁଓ୍ବାନ୍‌ ସେନାମୁଖ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri