ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ନିଲମ୍ବିତ

ବ୍ୟାଙ୍କକ୍‌, ୨୬ା୮:ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାନ୍‌-ଓଚାନ୍‌ଙ୍କୁ ସାମ୍ବିଧାନିକ କୋର୍ଟ ଦାୟିତ୍ୱ ତୁଲାଇବାକୁ ବାରଣ କରିଛନ୍ତି। ତେବେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସେ ଦାୟିତ୍ୱ ନିର୍ବାହ କରିବେ। ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ପ୍ରୋଓ୍ବିତ୍‌ ଓଙ୍ଗ୍‌ସୁଓ୍ବାନ୍‌ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବେ ବୋଲି ସରକାରୀ ମୁଖପାତ୍ର ଅନୁଚା ବୁରା ପଚାରିଶ୍ରି ସୂଚନା ଦେଇଛନ୍ତି।
ଜଣେ ବ୍ୟକ୍ତି ୮ ବର୍ଷରୁ ଅଧିକ ସମୟ ପ୍ରଧାନମନ୍ତ୍ରୀ ପଦରେ ରହିପାରିବେ ନାହିଁ ବୋଲି ଦେଶର ସଦ୍ୟ ପ୍ରଣିତ ସମ୍ବିଧାନରେ ଉଲ୍ଲେଖ କରାଯାଇଛି। ଦେଶର ପୂର୍ବତନ ସେନା ମୁଖ୍ୟ ପ୍ରୟୁଥ୍‌ ୨୦୧୪ରେ ସାମରିକ ବିଦ୍ରୋହ ଘଟାଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ସେ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। ଇତିମଧ୍ୟରେ ୮ ବର୍ଷରୁ ଅଧିକ ସମୟ ପ୍ରଧାନମନ୍ତ୍ରୀ ପଦରେ ରହିବା ପାଇଁ ପ୍ରୟୁଥ ନିର୍ଦ୍ଦେଶ ଦେବାକୁ ଯାଉଥିବାବେଳେ ସାମ୍ବିଧାନିକ କୋର୍ଟ ତାଙ୍କୁ ନିଜ କ୍ଷମତାର ସୀମା ଦେଖାଇଛନ୍ତି। ଏହା ପୂର୍ବରୁ ୧୭୨ ବିରୋଧୀ ଆଇନପ୍ରଣେତାଙ୍କ ଦ୍ୱାରା ସ୍ବାକ୍ଷରିତ ଏକ ପିଟିଶନକୁ ଅଦାଲତ ଗ୍ରହଣ କରିଥିଲେ। ପ୍ରୟୁଥ ୨୦୧୯ରେ ନିର୍ବାଚନ ଜିତିଥିଲେ ହେଁ ତାଙ୍କ ହାତରେ ୨୦୧୪ରୁ କ୍ଷମତା ରହିଥିବା ଉକ୍ତ ପିଟିଶନରେ ବିରୋଧୀ ଦଳଗୁଡ଼ିକ ଦର୍ଶାଇଥିଲେ। ସାମ୍ବିଧାନିକ ଅଦାଲତର ୯ ବିଚାରପତିଙ୍କ ମଧ୍ୟରୁ ୫ ଜଣ ବୁଧବାର ପ୍ରୟୁଥଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ସାମୟିକ ଭାବେ ନିଲମ୍ବନ କରିଥିବାବେଳେ ପୁଣି କେବେ ପୁନଃ ଅବସ୍ଥାପିତ କରାଯିବ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି। କୋର୍ଟ ପ୍ରୟୁଥଙ୍କୁ ପ୍ରଧାନମନ୍ତ୍ରୀ ପଦରୁ କାହିଁକି ହଟାଯିବ ନାହିଁ ସେ ନେଇ ୧୫ ଦିନ ଭିତରେ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଦାଲତଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯାଇଛି। ଏହି ରାୟ ପରେ ସରକାରୀ ନୀତି ଓ ବିକାଶମୂଳକ କାର୍ଯ୍ୟ ପୂର୍ବଭଳି ଜାରି ରହିବ ବୋଲି ପ୍ରୟୁଥଙ୍କ ଅଫିସ୍‌ ଏକ ବିବୃତିରେ ଜଣାଇଛି। ଆସନ୍ତାବର୍ଷ ମେ’ରେ ପରବର୍ତ୍ତୀ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ପ୍ରତିନିଧି ସଭାକୁ ଭଙ୍ଗ କରି ଆଗୁଆ ନିର୍ବାଚନ କରାଇବା କ୍ଷମତା ପ୍ରଧାନମନ୍ତ୍ରୀଙ୍କର ରହିଛି। ଜଣେ ପୂର୍ବତନ ସେନା ମୁଖ୍ୟ ହୋଇଥିବାରୁ ପ୍ରୟୁଥ ଥାଇଲାଣ୍ଡରେ ଏକଛତ୍ରବାଦୀ ଶାସନ ଚଳାଉଥିବା ଅଭିଯୋଗ ଆଣି ବିରୋଧୀ ଦଳଗୁଡ଼ିକ ଗତ କିଛି ମାସ ମଧ୍ୟରେ ପ୍ରୟୁଥଙ୍କ ବିରୋଧରେ ୪ ଥର ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତେବେ ପ୍ରତିଥର ପ୍ରସ୍ତାବ କାଟ୍‌ ଖାଇଯାଇଥିଲା। ପ୍ରକାଶ ଯେ, ପୂର୍ବତନ ସେନା ମୁଖ୍ୟ ପ୍ରୟୁଥ ୨୦୧୪ରେ ଓ୍ବିଙ୍ଗ୍‌ଲକ୍‌ ଶିନାଓ୍ବାତ୍ରାଙ୍କ ଦୁର୍ନୀତିଗ୍ରସ୍ତ ସରକାର ବିରୋଧରେ ବିଦ୍ରୋହ କରିଥିଲେ। ଏହି ରକ୍ତାକ୍ତ ସଂଘର୍ଷ ଓ ଗୃହଯୁଦ୍ଧବେଳେ ଥାଇଲାଣ୍ଡବାସୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ, ଯାହା କି ୬ ମାସ ଧରି ଚାଲିଥିଲା। ସେହି ସମୟରେ ବର୍ତ୍ତମାନର ଉପପ୍ରଧାନମନ୍ତ୍ରୀ ପ୍ରୋଓ୍ବିତ୍‌ ଓଙ୍ଗ୍‌ସୁଓ୍ବାନ୍‌ ସେନାମୁଖ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri