‘ମୁଁ ମଣିଷ, ମୋର ବି ଏକ ମନ ଅଛି’

ହେଲସିଙ୍କି,୨୫।୮: ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ଏକ ପାର୍ଟିରେ ତାଙ୍କ ବନ୍ଧୁମାନଙ୍କ ସହ ନିଶାଗ୍ରସ୍ତ ଅବସ୍ଥାରେ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ତାଙ୍କୁ ଖୁବ୍‌ ସମାଲୋଚନାର ଶିକାର ହେବାକୁ ପଡିଥିଲା। ପାର୍ଟିର ଭିଡିଓ ଭାଇରାଲ୍‌ ପରେ ୩୬ ବର୍ଷୀୟା ମାରିନ କହିଛନ୍ତି, ମୁଁ ମଣିଷ। ମୁଁ ମଧ୍ୟ ବେଳେବେଳେ ଏହି ଅନ୍ଧକାର ମେଘ ମଧ୍ୟରେ ସୁଖ, ହାଲୁକା ଏବଂ ମଜା ପାଇଁ ଇଚ୍ଛା କରେ। ଏହା ବ୍ୟକ୍ତିଗତ ସୁଖ ଏବଂ ଏହା ହିଁ ହେଉଛି ଜୀବନ। ହେଲସିଙ୍କିର ଉତ୍ତରରେ ଥିବା ଲାହଟି ସହରରେ ନିଜ ସୋସିଆଲ ଡେମୋକ୍ରାଟିକ ପାର୍ଟି (ଏସଡିପି)ର ଏକ କାର୍ଯ୍ୟକ୍ରମରେ ଭାବପ୍ରବଣ ହୋଇ ସେ ଏହା କହିଛନ୍ତି।
ମାରିନ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ସପ୍ତାହେ ହେବ ମୁଁ ଅତ୍ୟନ୍ତ କଷ୍ଟରେ ଜୀବନ ବିତାଉଛି। ଆମେ କାର୍ଯ୍ୟ ସମୟରେ କଣ କରୁଛୁ ଲୋକମାନେ ତାହା ଦେଖନ୍ତୁ, ଖାଲି ସମୟରେ ଆମେ କଣ କରୁଛୁ ତାହା ଦେଖିବା ଠିକ୍‌ ନୁହେଁ ବୋଲି ମୁଁ ବିଶ୍ୱାସ କରେ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ମାରିନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଭିଡିଓରେ ମାରିନ ତାଙ୍କ ସାଙ୍ଗ ଏବଂ ସେଲିବ୍ରିଟିଙ୍କ ସହ ପାର୍ଟିରେ ନାଚୁଥିବା ଦେଖିବାକୁ ମିଳିଥିଲା। କିଛି ଲୋକ ସାନ୍ନା ମାରିନଙ୍କୁ ସମାଲୋଚନା କରି ଏହାକୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁପଯୁକ୍ତ ଆଚରଣ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ମଣିଷଠାରୁ ଗୃହପାଳିତ ପ୍ରାଣୀଙ୍କୁ ବ୍ୟାପିଲା କରୋନା: ୨ ବିଲେଇ ପଜିଟିଭ୍‌

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି...

ମେକାର୍ଥି ହାଉସ୍‌ ସ୍ପିକର: ବିବାଦ ମଧ୍ୟରେ ୧୫ତମ ଭୋଟରେ ଜିତିଲେ

ଓ୍ବାଶିଂଟନ,୮।୧: ବହୁ ବାଦବିବାଦ ମଧ୍ୟରେ ରିପବ୍ଲିକାନ ସଦସ୍ୟ କେଭିନ୍‌ ମେକାର୍ଥି ଆମେରିକା ପ୍ରତିନିଧି ସଭାର ୫୫ତମ ସ୍ପିକର ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ମଧ୍ୟରାତ୍ର ପରେ ଐତିହାସିକ...

ଭେଣ୍ଡିଂ ମେସିନରେ କାର ବିକ୍ରି କରି ଅରବପତି ହେଲେ ବାପପୁଅ

ଓ୍ବାଶିଂଟନ୍‌,୧୬।୪: ଆମେରିକାର ଭେଣ୍ଡିଂ ମେସିନରେ କାର ବିକ୍ରି କରି କୋଟିପତି ହେଲେ ବାପପୁଅ। ବର୍ତ୍ତମାନ ସମୟରେ ଦୁଇଜଣ ୪୭ହଜାର କୋଟିର ମାଲିକ ବୋଲି ଜଣାପଡିଛି। କାରଭାନ...

ରୁଷିଆ-ୟୁକ୍ରେନ ମଧ୍ୟରେ କଥାବାର୍ତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ମୋଦି: ଫ୍ରାନସିସି ଖବରଦାତା

ୱାଶିଂଟନ,୨୧ ।୧: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ସାରା ବିଶ୍ୱ ପାଇଁ ଚର୍ଚ୍ଚାର ବିଷୟ ପାଲଟଛି । ବିଶେଷ କରି ପଶ୍ଚିମ ଦେଶ ପାଇଁ...

ଆମେରିକାରେ ୩୩ ହଜାର ମୃତ

ଓ୍ବାଶିଂଟନ,୧୭।୪: ଆମେରିକା ଏବେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଗୁରୁବାର ଏଠାରେ ବଢ଼ି ୬ ଲକ୍ଷ ୫୨ ହଜାରରେ ପହଞ୍ଚି ଥିବାବେଳେ ୩୩...

୩୬୫ ଦିନରେ ଯୁଦ୍ଧ

ୟୁକ୍ରେନ୍‌ ବିରୋଧୀ ଯୁଦ୍ଧରେ ମସ୍କୋ ବିପୁଳ ଅର୍ଥ ଖର୍ଚ୍ଚ କରୁଛି। ସୀମାକୁ ପର୍ଯ୍ୟାପ୍ତ ସୈନ୍ୟ ଓ ସାମରିକ ଉପକରଣ ପଠାଉଛି। ଅନ୍ତର୍ଜାତୀୟ ସମୁଦାୟର କଟକଣା ଯୋଗୁ...

ୟୁରୋପର ୮ ଦେଶରେ କରୋନାର ନୂଆ ଷ୍ଟ୍ରେନ୍‌: ଡବ୍ଲୁଏଚଓ

ଜେନେଭା,୨୬ ।୧୨: କରୋନା ଭାଇରସର ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିବା ପରେ ସାରା ବିଶ୍ୱ ଏକ ପ୍ରକାର ଚିନ୍ତାରେ ପଡିଯାଇଛି । ଏବେ ୟରୋପର ପ୍ରାୟ...

ଯୁଦ୍ଧ ପରେ ଅସ୍ତ୍ରବିରତି

ଗାଜା ସିଟି/ଜେରୁଜେଲମ୍‌,୨୨ା୫ :ଅନ୍ତର୍ଜାତୀୟ ଚାପରେ ମୁଣ୍ଡ ନୁଆଇଛନ୍ତି ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ର ହମାସ୍‌ କଠୋରପନ୍ଥୀ। ଉଭୟ ପକ୍ଷଙ୍କ ମଧ୍ୟରେ ୧୧ ଦିନ ଧରି ଚାଲିଥିବା ସଂଘର୍ଷରେ...

Advertisement
Archives

Model This Week