ଅନ୍ତର୍ଜାତୀୟ

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ଜଣଙ୍କ ଜୀବନ ଗଲା

ସିଓଲ,୨୭ା୧୧: ଦକ୍ଷିଣ କୋରିଆର ୟାଙ୍ଗୟାଙ୍ଗର ବୌଦ୍ଧ ମନ୍ଦିର ନିକଟରେ ରବିବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ଚିହ୍ନଟ କରାଯାଉଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୫ ମୃତକଙ୍କ ମଧ୍ୟରେ ୭୧…

ବିପଦ ମାଡ଼ି ଆସୁଛି : ୪୮୫ ଶହ ବର୍ଷ ଧରି ସାଇବେରିଆର ବରଫ ତଳେ ଶୋଇଥିବା ଭୂତାଣୁକୁ ପୁନର୍ଜୀବିତ କଲେ ବୈଜ୍ଞାନିକ…

ଓ୍ବାଶିଂଟନ,୨୭।୧୧ : ପୁଣି ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ବୈଜ୍ଞାନିକମାନେ ୪୮୫ ଶହ ବର୍ଷ ଧରି ସାଇବେରିଆର ପର୍ମାଫ୍ରୋଷ୍ଟ ବରଫରେ ଶୋଇଥିବା ବହୁ ଭୂତାଣୁକୁ ପୁନର୍ଜୀବିତ କରିଛନ୍ତି। ଏହି ସମସ୍ତ ଭୂତାଣୁ ରୁଷିଆର ଦୂର ପୂର୍ବ ଅଞ୍ଚଳରେ ଅବସ୍ଥିତ ସାଇବେରିଆର…

‘ମୋ ଉପରେ ହୋଇପାରେ ପୁଣିଥରେ ଆକ୍ରମଣ’

ଇସଲାମାବାଦ୍‌,୨୭।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଶେହଓ୍ବାଜ ଶରିଫ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାୱଲପିଣ୍ଡିରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ଇମ୍ରାନ କହିଛନ୍ତି, ନିକଟରେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ତିନିଜଣ ଶୁଟର ସମ୍ପୃକ୍ତ ଥିଲେ।…

ଚାଇନାରେ ସଙ୍କଟ: ଦୈନିକ ସଂକ୍ରମଣ ୩୯ ହଜାରରୁ ଅଧିକ…

ବେଜିଂ,୨୭।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଏହାକୁ ନେଇ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି। ରାଜଧାନୀ ବେଜିଂରେ କରୋନା ଲକଡାଉନ ଅଧୀନରେ…

କିମଙ୍କ ଧମକ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ଶକ୍ତି ହେବା ଆମର ଶେଷ ଲକ୍ଷ୍ୟ

ପୋଙ୍ଗୟାଙ୍ଗ,୨୭ ।୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ସାରା ବିଶ୍ୱକୁ ଏକ ବାର୍ତ୍ତା ଦେଇ କହିଛନ୍ତି, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ଶକ୍ତି ହେବା ଉତ୍ତର କୋରିଆର ଶେଷ ଲକ୍ଷ୍ୟ । ଏଥିପାଇଁ ସେ ବହୁ ସେନା…

ଇମ୍ରାନଙ୍କ ଦଳ ସମସ୍ତ ବିଧାନସଭାରୁ ଦେବେ ଇସ୍ତଫା, ଘୋଷଣା କଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୭ ।୧୧: ପିଟିଆଇର ଅଧ୍ୟକ୍ଷ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଘୋଷଣା କରିଛନ୍ତି କି ତାଙ୍କ ଦଳ ସମସ୍ତ ବିଧାନସଭାରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଇମ୍ରାନ ଶନିବାର ପାକିସ୍ତାନର ରାୱଲପିଣ୍ଡିରେ ଏକ ସାର୍ବଜନିକ ସଭାରେ ଏହି…

ଏଲନ ମସ୍କଙ୍କ ମ୍ୟାନେମେଣ୍ଟ ଉପରେ ଅସନ୍ତୁଷ୍ଟ ହୋଇ ଏହି ଦେଶର ଶାସକ ଦଳ ଛାଡିଲା ଟୁଇଟର

ଲ୍‌ୟୁବ୍ଲୟାନା,୨୭ ।୧୧: ଟୁଇଟରର ନୂଆ ମାଲିକ ଏଲନ ମସ୍କ ଏହି ମାଇକ୍ରୋ ବ୍ଲଗିଙ୍ଗ ସାଇଟରେ ଲାଗତାର ପରିବର୍ତ୍ତନ କରି ଚାଲିଛନ୍ତି । ଏଥିରେ ବ୍ଲୁ ଟିକକୁ ଶୁଳ୍କ ଆଧାରିତ ସହିତ ନିଲମ୍ବିତ ଆକାଉଣ୍ଟ ପାଇଁ ‘ସାମାନ୍ୟ କ୍ଷମା’ ଘୋଷଣା ଭଳି ବଡ…

ଜିନ୍‌ପିଙ୍ଗ୍‌ଙ୍କ ଜିରୋ-କୋଭିଡ୍‌ ନୀତି ବିରୋଧରେ ଗଣବିକ୍ଷୋଭ

ବେଜିଂ,୨୭।୧୧: ଆଂଶିକ ଲକ୍‌ଡାଉନ୍‌ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ଜୀବନ ଯିବା ପରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଜିରୋ-କୋଭିଡ୍‌ ନୀତି ବିରୋଧରେ ଜିନ୍‌ଜିଆଙ୍ଗ ପ୍ରଦେଶରେ ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିଛି। କୋଭିଡ୍‌ କଟକଣା ଯୋଗୁ…

ଅଲ୍‌ଟ୍ରା ଲଗ୍‌ଜୁରି ‘ସୁପର ସବ୍‌’

ଆମ୍‌ଷ୍ଟରଡାମ୍‌, ୨୭।୧୧: ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ପ୍ରତ୍ୟେକଙ୍କ ଇଚ୍ଛା। ସେଥିପାଇଁ ଯାତ୍ରା ରୋମାଞ୍ଚକର ହେବା ଆବଶ୍ୟକ। ଯାତ୍ରୀମାନଙ୍କ ଏହି ଆଶା ପୂରଣ କରିବା ପାଇଁ ବହୁ ଇଞ୍ଜିନିୟର ବିଭିନ୍ନ ପ୍ରକାର ଯାନ ତିଆରି କରିବାରେ ଲାଗିଛନ୍ତି। ଆକାଶ ଯାତ୍ରା ସ୍ବତଃ…

ବେଲାରୁସର ବୈଦେଶିକ ମନ୍ତ୍ରୀ ଭ୍ଲାଦିମିର ମେକିଙ୍କ ପରଲୋକ

ମିସ୍କ,୨୭ ।୧୧: ବେଲାରୁସର ବୈଦେଶିକ ମନ୍ତ୍ରୀ ଭ୍ଲାଦିମିର ମେକିଙ୍କ ହଠାତ୍ ପରଲୋକ ହୋଇଛି ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ଦେଶର ସମାଚାର ଏଜେନ୍ସି ବେଲ୍ଟା ଶନିବାର ଏହି ସୂଚନା ଦେଇଛି । ତେବେ ମେକିଙ୍କ ମୃତ୍ୟୁର…

ହିନ୍ଦ ମହାସାଗରରେ ଶକ୍ତି ବୃଦ୍ଧି ପାଇଁ ପ୍ରସ୍ତୁତ ହେଉଛି ଚାଇନା! ଭାରତର ଅନୁପସ୍ଥିତିରେ ୧୯ ଦେଶଙ୍କ ସହ କଲା ବୈଠକ

ବେଜିଂ,୨୭ ।୧୧: ଚାଇନା ଚଳିତ ସପ୍ତାହ ଆରମ୍ଭରେ ଭାରତକୁ ବାଦ ଦେଇ ଦକ୍ଷିଣ ଏସିଆର ସମସ୍ତ ଦେଶ ସହିତ ହିନ୍ଦ ମହାସାଗର କ୍ଷେତ୍ରରେ ୧୯ ଦେଶଙ୍କ ସହ ବୈଠକ କରିଛି । ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଏହି ବୈଠକକୁ ଭାରତକୁ…

କଠୋର କରୋନା ନୀତି ଚାଇନା ପାଇଁ ସୃଷ୍ଟି କରିଛି ବଡ଼ ସମସ୍ୟା, ଲୋକଙ୍କ ବିରୋଧ ପ୍ରଦର୍ଶନ ଜାରି…

ବେଜିଂ,୨୬।୧୧ : ଚାଇନାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତ ଶୂନ କୋଭିଡ ନୀତିର ବର୍ବରତା ବିରୋଧରେ ଲୋକଙ୍କ ସହିବାର ସୀମା ଟପିଛି। ଶିନଜିଆଙ୍ଗ ଅଞ୍ଚଳରେ ଲୋକେ ରାଜରାସ୍ତାରେ ସରକାରଙ୍କ କଠୋର ନୀତିକୁ ନେଇ ପ୍ରଦର୍ଶନ କରିଛନ୍ତି। ଦୁଇଦିନ ତଳେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri