ବିପଦ ମାଡ଼ି ଆସୁଛି : ୪୮୫ ଶହ ବର୍ଷ ଧରି ସାଇବେରିଆର ବରଫ ତଳେ ଶୋଇଥିବା ଭୂତାଣୁକୁ ପୁନର୍ଜୀବିତ କଲେ ବୈଜ୍ଞାନିକ…

ଓ୍ବାଶିଂଟନ,୨୭।୧୧ : ପୁଣି ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ବୈଜ୍ଞାନିକମାନେ ୪୮୫ ଶହ ବର୍ଷ ଧରି ସାଇବେରିଆର ପର୍ମାଫ୍ରୋଷ୍ଟ ବରଫରେ ଶୋଇଥିବା ବହୁ ଭୂତାଣୁକୁ ପୁନର୍ଜୀବିତ କରିଛନ୍ତି। ଏହି ସମସ୍ତ ଭୂତାଣୁ ରୁଷିଆର ଦୂର ପୂର୍ବ ଅଞ୍ଚଳରେ ଅବସ୍ଥିତ ସାଇବେରିଆର ପର୍ମାଫ୍ରୋଷ୍ଟର ପାଞ୍ଚଟି ଭିନ୍ନ ଭିନ୍ନ ପ୍ରଜାତିର ଭୂତାଣୁ। ସେମାନଙ୍କର ନାମ ମେଗାଭାଇରସ ମାମୋଥ।

ଏହି ଭୂତାଣୁଙ୍କ ଆରମ୍ଭ ସେହି ସମୟରୁ ହୋଇଥିଲା ଯେତେବେଳେ ହାତୀମାନଙ୍କର ପୂର୍ବବଂଶଧର ମାମୋଥମାନେ ସାଇବେରିଆରେ ବୁଲୁଥିଲେ। ସେତେବେଳେ ବରଫ ଯୁଗର ସମୟ ଥିଲା। ବରଫ ଯୁଗରୁ ସାଇବେରିଆର ପର୍ମାଫ୍ରୋଷ୍ଟ ବରଫରେ ବହୁ ଭୂତାଣୁ ପୋତି ହୋଇ ରହିଛନ୍ତି।

ଯଦି ହଠାତ ଏସବୁ ଭୂତାଣୁର ସଂକ୍ରମଣ ହୁଏ ତେବେ ବିପଦ ସଙ୍କଟ ଜନକ ହେବ ବୋଲି କୁହାଯାଉଛି।
ବୈଜ୍ଞାନିକମାନେ ଏଥିରୁ କିଛି ବାହାର କରି ଜୀବନ୍ତ କରି ଦେଇଛନ୍ତି। ସେମାନେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ବରଫ ଯେପରି ଶୀଘ୍ର ତରଳି ଯାଉଛି, ଏପରି ପରିସ୍ଥିତିରେ ଯଦି ହଠାତ ଜୀବାଣୁ ସଂକ୍ରମଣ ବିସ୍ତାର ହୁଏ, ତେବେ ବିପଦ ଜନକ ସ୍ଥିତି ସୃଷ୍ଟି ହେବ। ସେଥିପାଇଁ ଆମେ ଏହି ଭୂତାଣୁମାନଙ୍କୁ ଆଗରୁ ଖୋଜିବାକୁ ଏବଂ ସେଗୁଡିକ ଉପରେ ଅଧ୍ୟୟନ କରିବାକୁ ଚାହୁଁଛୁ। ଯାହା ଦ୍ୱାରା ଆମେ ସେମାନଙ୍କ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏକ ଉପାୟ ଖୋଜି ପାଇ ପାରିବା।

ସେଥିମଧ୍ୟରୁ ତିନୋଟି ଭୁତାଣୁର ବୟସ ୨୭ ହଜାର ବର୍ଷ। ଏହି ଭୂତାଣୁଗୁଡିକ ମାମୋଥ ମଳରୁ ବାହାର କରାଯାଇଛି। ଯାହା ମାମୋଥ କେଶରେ ଆବୃତ ଥିଲା। ବରଫରେ ଜମାଟ ବାନ୍ଧିଥିବା ଏହି ଭୂତାଣୁଗୁଡ଼ିକୁ ମେଗାଭାଇରସ ମାମୋଥ, ପିଥୋଭାଇରସ ମାମୋଥ ଏବଂ ପାଣ୍ଡୋରାଭାଇରସ ମାମୋଥ ନାମରେ ନାମିତ କରାଯାଇଛି। ଏହା ବ୍ୟତୀତ ବରଫରେ ପୋତି ହୋଇଥିବା ମୃତ ସାଇବେରିଆ ଗଧିଆ ପେଟରୁ ଦୁଇଟି ନୂତନ ଜୀବାଣୁ ଆବିଷ୍କୃତ ହୋଇଛି। ସେମାନଙ୍କର ନାମ ହେଉଛି ପାକମାନଭାଇରସ ଲୁପୁସ ଏବଂ ପାଣ୍ଡୋରାଭାଇରସ ଲୁପୁସ ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ପୁଣି ଘନେଇଲା ଯୁଦ୍ଧ: ମଧ୍ୟପ୍ରାଚ୍ୟକୁ ଯୁଦ୍ଧ ଜାହାଜ, ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ,୨ା୧୦: ଆମେରିକା ସେନା ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଏବଂ ପାଖାପାଖି ୧୦,୦୦୦ ସୈନ୍ୟ ପଠାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୩ରେ ଆମେରିକାରେ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?