ଅନ୍ତର୍ଜାତୀୟ

ବେଜିଂ ପରେ ଉହାନକୁ ବ୍ୟାପିଲା ଅସନ୍ତୋଷ ନିଆଁ…

ବେଜିଂ,୨୮।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଏହାକୁ ନେଇ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି। ରାଜଧାନୀ ବେଜିଂରେ କରୋନା ଲକଡାଉନ ଅଧୀନରେ…

ବେଲଜିୟମ ପରାଜୟ ପରେ ହିଂସାକାଣ୍ଡ…

ବ୍ରୁସେଲ୍ସ ,୨୮।୧୧ : କତାରରେ ଚାଲିଥିବା ଫିଫା ବିଶ୍ୱକପ ମ୍ୟାଚରେ ରବିବାର ବେଲଜିୟମ ଉପରେ ମୋରୋକୋର ବିଜୟ ପରେ ହିଂସା କାଣ୍ଡ ଆରମ୍ଭ ହୋଇଥିଲା। ଏହା ପରେ ବେଲଜିୟମ ପୋଲିସ ଏକ ଡଜନ ଲୋକଙ୍କୁ ଅଟକ ରଖି ଜଣଙ୍କୁ ଗିରଫ କରିଥିଲା।…

ମସ୍କଙ୍କ ସମସ୍ୟାର ସମାଧାନ କଲା ୟୁପି ପୋଲିସ, ପୋଷ୍ଟ ଭାଇରାଲ

ନ୍ୟୁୟର୍କ,୨୮ ।୧୧: ଟୁଇଟରର ନୂଆ ମାଲିକ ହେବା ପରେ ବିଲେନିୟର ଏଲନ ମସ୍କ ସବୁବେଳେ ନିଜ ନିଷ୍ପତ୍ତିକୁ ଠିକ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି । ଶନିବାର ମସ୍କ ଦାବି କରିଥିଲେ କି ଟୁଇଟରରେ ୟୁଜର ସାଇନଅପ ସର୍ବକାଳୀନ ଉଚ୍ଚସ୍ତରରେ ରହିଛି…

ବ୍ୟାଙ୍କ ମ୍ୟାନେଜରଙ୍କ ଚାକିରି ଗଲା

ତେହରାନ,୨୮ା୧୧: ଇରାନରେ ୧୯୭୯ ବିପ୍ଳବ ପରେ ଆମେରିକା ସମର୍ଥତ୍ତ ରାଜତନ୍ତ୍ରର ଅବସାନ ଘଟିଥିଲା। ଏହାର ୪ ବର୍ଷ ପରେ ପ୍ରତିଷ୍ଠିତ ଇସ୍‌ଲାମୀୟ ଗଣତନ୍ତ୍ରରେ ହିଜାବ ପରିଧାନକୁ ଦେଶରେ ବାଧ୍ୟତାମୂଳକ କରାଯାଇଥିଲା। ବେଶଭୂଷାକୁ ନେଇ ରୁଚିରେ ପରିବର୍ତ୍ତନ ଆସିବାରୁ ମହିଳାମାନେ ମଧ୍ୟ ଟାଇଟ୍‌…

ଇସ୍ତଫା ଦିଅ ଜିନ୍‌ପିଙ୍ଗ୍‌

ବେଜିଂ/ସାଂଘାଇ,୨୮ା୧୧(ପି.ଟି./ଏ.ପି.): ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଚାଇନାରେ ପୁଣି ଅସମ୍ଭାଳ ହେଲାଣି କୋଭିଡ୍‌-୧୯। ଘାତକ ଭୂତାଣୁ ସଂକ୍ରମଣ ଲଗାତର ବୃଦ୍ଧି ପାଉଥିବାରୁ ବେଜିଂ, ସାଂଘାଇ ଓ ଉରୁମ୍‌କି ସମେତ ବିଭିନ୍ନ ସହରରେ କଟକଣା ଜାରି କରିଛନ୍ତି କମ୍ୟୁନିଷ୍ଟ ସରକାର। ଏହାର ପ୍ରତିବାଦରେ ଲୋକେ…

ୟୁରୋପୀୟ ସଂଘର ଅଭିଯୋଗ, ଚାରି ଗୁଣା ମହଙ୍ଗା ଗ୍ୟାସ ବିକ୍ରି କରୁଛି ଆମେରିକା, ଶକ୍ତି ସଙ୍କଟରେ ୟୁରୋପ

ବ୍ରସେଲ୍ସ,୨୮ ।୧୧: ୟୁରୋପୀୟ ସଂଘ(ଇୟୁ) ଆମେରିକା ଉପରେ ଅଭିଯୋଗ ଆଣିଛି କି ଆମେରିକା ସହଯୋଗୀ ହେବା ପରେ ବି ଏହାର ମଜବୁରିର ଫାଇଦା ଉଠାଉଛି । ଇୟୁର ଜଣେ ଅଧିକାରୀ କହିଛନ୍ତି, ଏହି କଥାକୁ ଗୁରୁତର ସହ ଚିନ୍ତା କରିବାକୁ ପଡିବ…

ନେପାଳରେ ଶାସକ ମେଣ୍ଟକୁ ସଂଖ୍ୟାଗରିଷ୍ଠତା

କାଠମାଣ୍ଡୁ,୨୮ା୧୧: ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ନେତୃତ୍ୱାଧୀନ ନେପାଳୀ କଂଗ୍ରେସକୁ ରବିବାର ସଂଖ୍ୟାଗରିଷ୍ଠତା ମିଳିଛି। ସଦ୍ୟ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଶାସକ ଦଳ ୫୩ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଫଳରେ ପଡ଼ୋଶୀ…

ଭୋକିଲା ଶିଶୁଙ୍କୁ ଡ୍ରଗ୍ସ ଦେଇ ଶୁଆଉଛନ୍ତି

କାବୁଲ,୨୮।୧୧ : ଆଫଗାନିସ୍ତାନରେ ତାଲିବାନ୍‌ ଶାସନର ଦ୍ୱିତୀୟ ବର୍ଷ ଚାଲିଥିବାବେଳେ ଲୋକଙ୍କ କରୁଣ ସ୍ଥିତି ସାମ୍‌ନାକୁ ଆସିଛି। ଲୋକେ ଖାଇବାକୁ ନ ପାଇ ଉପବାସ ରହୁଥିବାବେଳେ ଭୋକିଲା ଶିଶୁଙ୍କୁ ଶୁଆଇଦେବା ଲାଗି ନିଶା ଔଷଧ ବ୍ୟବହାର କରୁଛନ୍ତି। ବଞ୍ଚତ୍ବା ପାଇଁ ନିଜ…

କୋଭିଡ୍‌ କଟକଣାକୁ ନେଇ ତେଜୁଛି ଆନ୍ଦୋଳନ: ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ଇସ୍ତଫା ଦାବି

ସାଂଘାଇ,୨୭ା୧୧: ଚାଇନାର ସାଂଘାଇ ସମେତ ବିଭିନ୍ନ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଫଳରେ ସରକାର ବେଜିଂ, ସାଂଘାଇ ଓ ଉରୁମ୍‌କି ଆଦି ସହରରେ ଜିରୋ କୋଡିଡ୍‌ ପଲିସି ଲାଗୁକରି କଟକଣା ଜାରି କରାଯାଇଛି। ଏହାର ପ୍ରତିବାଦରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ…

୨୨ କ୍ୟାରେଟରୁ ଅଧିକ ସୁନା ପିନ୍ଧିବା ମନା

କଲମ୍ବୋ,୨୭ା୧୧: ସୁନା ଚୋରା ଚାଲାଣକାରୀଙ୍କ ବିରୋଧରେ ଶ୍ରୀଲଙ୍କା ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଶ୍ରୀଲଙ୍କାରେ ବିମାନ ଯାତ୍ରୀଙ୍କ ଭଳି ଏକ ବଡ଼ ଧରଣର ସୁନା ଚୋରା ଚାଲାଣ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ବର୍ତ୍ତମାନ ସୁନା…

ଝିଅ ହେବେ କି କିମ୍‌ଙ୍କ ଉତ୍ତରାଧିକାରୀ

ସିଓଲ,୨୭ା୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏଥର ସେ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ନୁହେଁ ବରଂ ତାଙ୍କ ଝିଅଙ୍କ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କିମ୍‌ ତାଙ୍କ ଝିଅଙ୍କୁ କ୍ଷେପଣାସ୍ତ୍ର…

ବ୍ୟାକ୍‌ ଫୁଟରେ ଋଷି ସୁନକ, ଲିଜ ଟ୍ରସ୍‌ଙ୍କ ଭଳି ବିଫଳ ହେବା ନେଇ ଚର୍ଚ୍ଚା ଆରମ୍ଭ…

ଲଣ୍ଡନ,୨୭।୧୧ : ମୂଳ ଭାରତୀୟ ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ତାଙ୍କ ଆଗରେ ପର୍ବତ ଭଳି ଚ୍ୟାଲେଞ୍ଜ ଅଛି। ଏହା ବ୍ୟତୀତ ଟୋରି ସାଂସଦଙ୍କ ଗୋଷ୍ଠୀ ଗଠନ ଏବଂ ବିରୋଧୀ ଲେବର ପାର୍ଟିର ଲୋକପ୍ରିୟତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri