Home

ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷିକୁ ଫୋକସ୍‌

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟ ପାଇଁ କରୋନା ମହାମାରୀ ପରବର୍ତ୍ତୀ ସମୟ ଅତ୍ୟନ୍ତ କଠିନ ହୋଇଛି। କେନ୍ଦ୍ରୀୟ ଟିକସ ହ୍ରାସ ସାଙ୍ଗକୁ ଜିଏସ୍‌ଟି କ୍ଷତିପୂରଣ, ପଞ୍ଚଦଶ ଅର୍ଥ କମିଶନ ସୁପାରିସ ଅନୁଦାନ ଧିମେଇ ଯାଇଛି। ରାଜକୋଷ ଉପରେ ପ୍ରବଳ ଚାପ ପଡିଛି। ଜନସାଧାରଣଙ୍କ ଜୀବନଜୀବିକା…

ମାହେଶ୍ୱରୀ ଏକଦିବସୀୟ ଫୁଟବଲ : ସିଙ୍ଘପାଲି ଚାମ୍ପିୟନ

ଅମରପାଲି, ୨୩।୨ (ଡି.ଏନ.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ବାଗବର ମାହେଶ୍ୱରୀ ଭେଟେରାନ କ୍ଲବ ଆନୁକୂଲ୍ୟରେ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଭେଟେରାନ ବୁର୍ଲାକୁ ହରାଇ ସିଙ୍ଘପାଲି (ସମ୍ବଲପୁର) ଚାମ୍ପିୟନ…

ବିଜୟ ହଜାରେ ଟ୍ରଫି: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ପରାଜୟ

ଭୁବନେଶ୍ୱର, ୨୩।୨(କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ବିଜୟ ହଜାରେ ଟ୍ରଫି ଏକଦିବସୀୟ ଘରୋଇ କ୍ରିକେଟ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୮ ଉଇକେଟରେ ରେଲଓ୍ବେଠାରୁ ହାରି ଯାଇଛି। ଓଡ଼ିଶା ପକ୍ଷରୁ ଧାର୍ଯ୍ୟ ୨୩୧ ରନର ବିଜୟ…

ପ୍ରଥମ ଟି୨୦: ଅଷ୍ଟ୍ରେଲିଆକୁ ହରାଇଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ,୨୩ା୨(ଏପି)-ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ନ୍ୟୁଜିଲାଣ୍ଡ ୫୩ ରନରେ ଜିତି ନେଇଛି। ଏହି ବିଜୟ ଦ୍ୱାରା ଆୟୋଜକ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୦ରେ ଅଗ୍ରଣୀ ଲାଭ କରିଛି। ନ୍ୟୁଜିଲାଣ୍ଡକୁ ଜିତାଇବାରେ ଡେଭନ କନଓ୍ବେ…

ସୁବିଧା ଥାଇ ରୋଗୀଙ୍କୁ ଶୋଷଣ

ଅନୁଗୋଳ ଅଫିସ, ୨୩।୨ଉତ୍ତମ ସ୍ବାସ୍ଥ୍ୟସେବା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ସମସ୍ତ ସେବା ଯେପରି ନିଃଶୁଳ୍କ ମିଳିପାରିବ ସେ ନେଇ ନାନା ବ୍ୟବସ୍ଥା କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ସମୟରେ ରୋଗୀଙ୍କୁ…

ଘରେ ବିମାନ ରଖିଛନ୍ତି ଏହିସବୁ କ୍ରିକେଟର୍‌

ବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ ଭାବେ ପରିଚିତ। ଅନ୍ୟ ଦେଶର କ୍ରିକେଟ ଖେଳାଳିଙ୍କ ତୁଳନାରେ ଭାରତୀୟ କ୍ରିକେଟରମାନେ ସବୁଠୁ ଅଧିକ ପାରିଶ୍ରମିକ ନେଇଥାନ୍ତି। ତେଣୁ ଭାରତୀୟ କ୍ରିକେଟରମାନେ ଧନୀ ହେବା ସ୍ବାଭାବିକ। ଭାରତରେ ଏମିତି ୪ କ୍ରିକେଟର ଅଛି…

ଅବସାଦ ଦୂର ପାଇଁ ଶୁଣନ୍ତୁ ଏମିତି ଗୀତ

ଜଞ୍ଜାଳପୂର୍ଣ୍ଣ ଜୀବନରେ ଶାନ୍ତିରେ ନିଃଶ୍ୱାସ ମାରିବା ଏବେ କଷ୍ଟକର। ପିଲାଠୁ ନେଇ ବୟସ୍କ ସଭିଏଁ ନିଜ ନିଜ କ୍ଷେତ୍ରରେ ଚିନ୍ତିତ। ଏମିତିରେ ଅବସାଦ ଶରୀରକୁ ସମ୍ପୂର୍ଣ୍ଣ ଅସୁସ୍ଥ କରିପକାଇଛି। ଅବସାଦରୁ ମୁକ୍ତି ପାଇଁ ବୈଜ୍ଞାନିକମାନେ ଏକ ନିଆରା ଉପାୟ ସନ୍ଧାନ କରିଛନ୍ତି।…

ପୁଣି ବାବା ରାମଦେବଙ୍କୁ ଲାଗିଲା ଝଟ୍‌କା: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମାଗିଲା ଆଇଏମଏ

ନୂଆଦିଲ୍ଲୀ,୨୨।୨: କରୋନା ଭାଇରସ ସହିତ ଲଢିବା ପାଇଁ ପତଞ୍ଜଳିଙ୍କ କରୋନିଲକୁ ସମର୍ଥନ କରିଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ନିନ୍ଦା କରିଛି ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ)। ସୋମବାର ଆଇଏମଏ କହିଛି ଯେ, ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମସିଆଇ)ର ନିୟମ ଅନୁଯାୟୀ…

ଲାଲକିଲ୍ଲାରେ ଖଣ୍ଡା ବୁଲାଇଥିବା ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୨।୨: ଦିଲ୍ଲୀର ଲାଲକିଲ୍ଲାରେ ଚଳିତବର୍ଷ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସା ଘଟଣାରେ ଦିଲ୍ଲୀ ପୋଲିସ ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ଦିଲ୍ଲୀର ଜଶପ୍ରୀତ ସିଂହ ବୋଲି ଜଣାପଡିଛି। ହିଂସା ଦିନ ଲାଲକିଲ୍ଲା ଉପରେ…

ହ୍ବିଲ୍‌ଚେୟାର୍‌ରେ ବସିଥିବା ନଜର ଆସିଲେ କପିଲ ଶର୍ମା

କମେଡିଆନ୍‌ କପିଲ ଶର୍ମା ମୁମ୍ବାଇ ବିମାନବନ୍ଦରରେ ଏକ ହ୍ବିଲ ଚେୟାର ବସିଥିବା ନଜର ଆସିଥିଲେ। ତାଙ୍କୁ ଦେଖି ପ୍ରଶଂସକ ଚିନ୍ତିତ ହୋଇଯାଇଛନ୍ତି। କପିଲ ବିମାନବନ୍ଦରରେ ମିଡିଆ କ୍ୟାମେରା ଦେଖି ରାଗିଯାଇଥିଲେ। କପିଲଙ୍କ ମିଡିଆ ମ୍ୟାନେଜର୍‌ ଫଟୋଗ୍ରାଫର୍‌ଙ୍କୁ ପରିସ୍ଥିତି ବୁଝିବାକୁ କହିଥିଲେ। ଫଟୋଗ୍ରାଫର୍‌…

ମା’ ହେବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କ ବିଗ ବସ ୧୪ ଛାଡିଛନ୍ତି। ଚଳିବର୍ଷ ବିଗ୍‌ବସ୍‌ର ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀ ଥିଲେ ସେ। ଦର୍ଶକଙ୍କ ମନୋରଞ୍ଜନ କରିବା ସହିତ ପ୍ରଶଂସା ମଧ୍ୟ ସାଉଁଟି ଥିଲେ। କେବଳ ଏତିକି ନୁହେଁ, ଶୋ’ର ହୋଷ୍ଟ…

ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ: ଜାଣନ୍ତୁ କ’ଣ ରହିଛି ମୁଖ୍ୟାଂଶ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ସୋମବାର ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗତବର୍ଷ ଅପେକ୍ଷା ଚଳିତବର୍ଷ ବଜେଟର ପରିମାଣ ୧୩ ପ୍ରତିଶତ ବଢ଼ିଛି। ଚଳିତ ବର୍ଷ ମୋଟ ବଜେଟ ପରିମାଣ ୧ ଲକ୍ଷ ୭୦ ହଜାର କୋଟି ରହିଛି। ୧.୭୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?