Posted inଖେଳ

ପ୍ରଥମ ଟି୨୦: ଅଷ୍ଟ୍ରେଲିଆକୁ ହରାଇଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ,୨୩ା୨(ଏପି)-ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ନ୍ୟୁଜିଲାଣ୍ଡ ୫୩ ରନରେ ଜିତି ନେଇଛି। ଏହି ବିଜୟ ଦ୍ୱାରା ଆୟୋଜକ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୦ରେ ଅଗ୍ରଣୀ ଲାଭ କରିଛି। ନ୍ୟୁଜିଲାଣ୍ଡକୁ ଜିତାଇବାରେ ଡେଭନ କନଓ୍ବେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସେ ୫୯ ବଲ୍‌ରେ ୯୯ ରନ କରି ଅପରାଜିତ ରହିଥିଲେ। ଅନ୍ତର୍ଜାତୀୟ ଟି୨୦ରେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଏହି ଖେଳାଳିଙ୍କର ସର୍ବୋଚ୍ଚ ସ୍କୋର ୬୫ ରହିଥିଲା। କନଓ୍ବେ ବ୍ୟାଟିଂ କରିବାକୁ ଆସିବା ବେଳେ ନ୍ୟୁଜିଲାଣ୍ଡ ୧୧ ରନରେ ଏହାର ୨ ଉଇକେଟ ହରାଇ ସାରିଥିଲା। ସେ ଇନିଂସର ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ବିନିମୟରେ ୧୮୪ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୩୧ରେ ଅଲ୍‌ଆଉଟ ହୋଇଯାଇଥିଲା।
ଇନିଂସର ଅନ୍ତିମ ଓଭର ବେଳକୁ କନଓ୍ବେ ୮୭ ରନ କରି ନଟଆଉଟ ଥିଲେ। ଏହି ଓଭରରେ ସେ ଏକ ସିଙ୍ଗଲ, ଏକ ଚୌକା ଓ ଏବଂ ଏକ ଛକା ମାରିଥିଲେ। ଶେଷ ବଲ ବେଳକୁ ତାଙ୍କର ବ୍ୟକ୍ତିଗତ ସ୍କୋର ୯୮ରେ ପହଞ୍ଚତ୍ୟାଇଥିଲା। ମାତ୍ର ଏହି ବଲ୍‌ରେ ସେ ମାତ୍ର ଗୋଟିଏ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। କନଓ୍ବେ ବ୍ୟାଟିଂରେ ଯୋଗ ଦେବା ପୂର୍ବରୁ ନ୍ୟୁଜିଲାଣ୍ଡ ଆରମ୍ଭରୁ ଅଷ୍ଟ୍ରେଲିଆ ପେସ୍‌ ବୋଲର ଡାନିଲ ସାମ୍ସ, ଝେ ରିଚାର୍ଡସନ ଓ କେନ୍‌ ରିଚାର୍ଡସନଙ୍କ ବିପକ୍ଷରେ ସଂଘର୍ଷ ଚଳାଇଥିଲା। ଇନିଂସର ତୃତୀୟ ବଲ୍‌ରେ ସାମ୍ସ ଓପନର ମାର୍ଟିନ ଗୁପ୍‌ଟିଲଙ୍କୁ ଆଉଟ କରିଦେଇଥିଲେ। ପରେ ସେ ଅଧିନାୟକ କେନ୍‌ ଓ୍ବିଲିୟମସନ (୧୨)ଙ୍କୁ ପ୍ୟାଭିଲିଅନକୁ ପଠାଇ ଦେଇଥିଲେ। ଟିମ୍‌ ସିଫର୍ଟ (୧)ଙ୍କୁ ଝେ ରିଚାର୍ଡସନ ବୋଲ୍ଡ କରିଦେଇଥିଲେ। ଘରୋଇ ଦଳ ୧୯ରନରେ ଏହାର ୩ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସାରିଥିଲା। କନଓ୍ବେ ନ୍ୟୁଜିଲାଣ୍ଡ ବ୍ୟାଟିଂରେ ସୁଧାର ଆଣିଥିଲେ। ସେ ଓ ଗ୍ଲେନ ଫିଲିପ୍ସ (୩୦) ଚତୁର୍ଥ ଉଇକେଟ ପାର୍ଟନରଶିପ୍‌ରେ ୭୪ରନ, ଜିମ୍ମି ନିଶାମ (୨୬)ଙ୍କ ସହ ୫ମ ଉଇକେଟରେ ୪୭ ଏବଂ ମିଚେଲ ସାଣ୍ଟନର (୭)ଙ୍କ ସହ ପାର୍ଟନରଶିପ୍‌ରେ ୪୪ରନ ଯୋଗ କରିଥିଲେ। ହାଗ୍‌ଲେ ଓଭାଲଠାରେ ଫ୍ଲଡ୍‌ଲାଇଟ୍‌ରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଭଳି ଅଷ୍ଟ୍ରେଲିଆ ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ଏକଦା ମାତ୍ର ୧୯ ରନରେ ୪ଟି ଉଇକେଟ ହରାଇସାରିଥିଲା। ଟପ୍‌ ସ୍କୋରର ମିଚେଲ ମାର୍ଶ ୪୫, ଆଷ୍ଟନ ଅଗର ୨୩ ରନ କରିଥିଲେ। ନ୍ୟୁଜିଲାଣ୍ଡର ଇସ୍‌ ସୋଧି ୨୮ ରନ ଦେଇ ୪ଟି ଉଇକେଟ ନେଇଥିବାବେଳେ ଟିମ୍‌ ସୌଦି ଓ ଟ୍ରେଣ୍ଟ ବୋଲ୍ଟ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ: ୨୦ ଓଭରରେ ୧୮୪/୫ (କନଓ୍ବେ-୯୯*, ଗ୍ଲେନ୍‌ ଫିଲିପ୍ସ-୩୦, ନିଶାମ-୨୬; ଡାନିଏଲ ସାମ୍ସ-୨/୪୦, ଝେ ରିଚାର୍ଡସନ-୨/୩୧)।
ଅଷ୍ଟ୍ରେଲିଆ : ୧୭.୩ ଓଭରରେ ୧୩୧/ଅଲଆଉଟ (ମିଚେଲ ମାର୍ଶ-୪୫: ଇସ୍‌ ସୋଧି-୪/୨୮, ସୌଦି-୨/୧୦, ଟ୍ରେଣ୍ଟ ବୋଲ୍ଟ-୨/୨୨ )।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ୩ ଲକ୍ଷ ୧୫ ହଜାର ଲାଞ୍ଚ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri