ଅବସାଦ ଦୂର ପାଇଁ ଶୁଣନ୍ତୁ ଏମିତି ଗୀତ

ଜଞ୍ଜାଳପୂର୍ଣ୍ଣ ଜୀବନରେ ଶାନ୍ତିରେ ନିଃଶ୍ୱାସ ମାରିବା ଏବେ କଷ୍ଟକର। ପିଲାଠୁ ନେଇ ବୟସ୍କ ସଭିଏଁ ନିଜ ନିଜ କ୍ଷେତ୍ରରେ ଚିନ୍ତିତ। ଏମିତିରେ ଅବସାଦ ଶରୀରକୁ ସମ୍ପୂର୍ଣ୍ଣ ଅସୁସ୍ଥ କରିପକାଇଛି। ଅବସାଦରୁ ମୁକ୍ତି ପାଇଁ ବୈଜ୍ଞାନିକମାନେ ଏକ ନିଆରା ଉପାୟ ସନ୍ଧାନ କରିଛନ୍ତି। ଆଇଆଇଟି କାନପୁର୍‌ର ବୈଜ୍ଞାନିକମାନେ ଦୀର୍ଘବର୍ଷ ଗବେଷଣା ପରେ ଜାଣିବାକୁ
ପାଇଛନ୍ତି, ଯଦି ଶାସ୍ତ୍ରୀୟ ସଂଗୀତର ରାଗ ଭୀମ ପଲାସୀ ଏବଂ ରାଗ ଦରବାରୀକୁ କିଛି ସମୟ ପାଇଁ ଶୁଣାଯାଏ, ତେବେ ମାନସିକ ଅବସାଦରେ ହ୍ରାସ ଅଣାଯାଇପାରିବ। ଗବେଷଣା ଅନୁସାରେ, ମଣିଷ ମସ୍ତିଷ୍କରେ ନ୍ୟୁରନ୍ସ ଥାଏ। ଏହା ଏକ ପ୍ରକାରର କୋଷିକା ଯାହା, ଇଲେକ୍ଟ୍ରୋ ମ୍ୟାଗନେଟିକ୍‌ ତରଙ୍ଗ ଜରିଆରେ ସନ୍ଦେଶର ଆଦାନ ପ୍ରଦାନ କରିଥାଏ। କିନ୍ତୁ ମାନସିକ ଅବସାଦ ସ୍ଥିତିରେ ଏହି କୋଷିକା ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଫଳରେ ମସ୍ତିଷ୍କରେ ଥକ୍କାପଣ ଏବଂ ଅବସାଦ ସୃଷ୍ଟି ହୋଇ ତାକୁ ଦୁର୍ବଳ କରିପକାଏ। ଏଭଳି ପରିସ୍ଥିତିରେ ଯଦି ରାଗ ଭୀମପଲାସୀ ଏବଂ ରାଗ ଦରବାରୀ ଶୁଣାଯାଏ, ତେବେ ମସ୍ତିଷ୍କର କୋଷିକା ସକ୍ରିୟ ହୋଇ ଉଠିଥାଏ। ଗବେଷଣା ପାଇଁ ବୈଜ୍ଞାନିକମାନେ ନିଜ ଇନ୍‌ଷ୍ଟିଚ୍ୟୁଟ୍‌ର କିଛି ଛାତ୍ରଙ୍କୁ ଶାସ୍ତ୍ରୀୟ ସଂଗୀତ ଶୁଣିବାକୁ କହିଥିଲେ। କିଛି ଦିନ ପରେ ଦେଖିବାକୁ ମିଳିଲା, ଏହି ସଂଗୀତ ସେମାନଙ୍କ ଭିତରେ ଥିବା ଚିଡ଼ିଚିଡ଼ା ସ୍ବଭାବ, ଅନ୍ୟମନସ୍କତା ଏବଂ ମାନସିକ ଚିନ୍ତାକୁ ହ୍ରାସ କରିଛି। ଗବେଷଣାରୁ ଜଣାପଡ଼ିଛି, ଏହି ରାଗକୁ ଶୁଣିବାର ୧୦୦ ସେକେଣ୍ଡ୍‌ ମଧ୍ୟରେ ମସ୍ତିଷ୍କର ନ୍ୟୁରନ୍ସ୍‌ ସକ୍ରିୟ ହୋଇଯାଏ। ତେବେ ଭୀମପଲାସୀ ରାଗକୁ ଦିନରେ ଏବଂ ରାଗ ଦରବାରୀକୁ ରାତିରେ ଶୁଣିବା ଦ୍ୱାରା ବିଶେଷ ପରିଣାମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri